No Result
View All Result
ଓଡିଶା ତାଜା ନ୍ୟୁଜ୍ ( ୧୨ ଜାନୁଆରୀ ମଙ୍ଗଳବାର ) ନୟାଗଡ଼ :-ନୟାଗଡ଼ ଖଣ୍ଡପଡ଼ା ରୋଡ ସ୍ଥିତ ଶ୍ରୀ ରାମକୃଷ୍ଣ ଆଦର୍ଶ ଶିକ୍ଷା କେନ୍ଦ୍ର ପରିସର ରେ କୋଭିଡ୍ ନିୟମ ପାଳନ କରି ସ୍ବାମୀ ବିବେକାନନ୍ଦ ଜୟନ୍ତୀ ବିଦ୍ଯାଳୟର ପ୍ରତିଷ୍ଠାତା ସଂପାଦକ ଶ୍ରୀଧର ସାହୁଙ୍କ ନେତୃତ୍ବରେ ମହା ସମାରୋହ ରେ ପାଳିତ ହୋଇ ଯାଇଛି । ସକାଳ ୧୦ଟା ସମୟରେ ଆୟୋଜିତ ଶୋଭା ଯାତ୍ରା ଓ ରକ୍ତ ଦାନ ଶିବିରକୁ ମାନ୍ଯବର ଉଚ୍ଚଶିକ୍ଷା ଓ କ୍ରୁଷି ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ ମୁଖ୍ଯ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲା ବେଳେ ସମ୍ମାନିତ ଅତିଥି ଭାବେ ମହାନଦୀ ବନ୍ଯପ୍ରାଣୀ ବନଖଣ୍ଡ ଅଧିକାରୀ ହର୍ଷବର୍ଦ୍ଧନ ଉଦଗାତା ଓ ସମାଜସେବୀ ପ୍ରମୋଦ ପଟ୍ଟନାୟକ ଯୋଗ ଦେଇଥିଲେ । ଏହି ଶୋଭାଯାତ୍ରା ବିଦ୍ଯାଳୟ
ପ୍ରାଙ୍ଗଣରୁ ବାହାରି ଦକ୍ଷିଣକାଳୀ ମନ୍ଦିର ପର୍ଯ୍ୟନ୍ତ ଯାଇ ବିଦ୍ଯାଳୟ ପ୍ରାଙ୍ଗଣକୁ ଫେରି ଆସିଥିଲା । ତାପରେ ଶିକ୍ଷାବିତ୍ ହରିହର ପାତ୍ର ଙ୍କ ଅଧ୍ଯକ୍ଷତାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ୍ ତଥା ସୁନାମ ଧନ୍ୟ ସଂଗୀତଜ୍ଞ ପ୍ରଶାନ୍ତ କୁମାର ଦାସ , ସମାଜସେବୀ ଅନାଦି ଚରଣ ମହାନ୍ତି ଯୋଗ ଦେଇ ସ୍ବାମୀ ବିବେକାନନ୍ଦ ଥିଲେ ଭାରତ ବର୍ଷର ପ୍ରାଣ ଏବଂ ତାଙ୍କ ଆଦର୍ଶ ଜୀବନୀ ସମସ୍ତ ଯୁବ ସମାଜ ପାଇଁ ପ୍ରେରଣା ବୋଲି ଆଲୋଚନା କରିଥିଲେ ।
ପ୍ରତିବର୍ଷ ଶୋଭାଯାତ୍ରାରେ ନୟାଗଡ଼ ଟାଉନ ଥାନାର ପୋଲିସ ବାହିନୀ ସହଯୋଗ କରୁଥିବାରୁ ସବ୍ଇନସ୍ପେକ୍ଟର ମନୋଜ କୁମାର ଜେନା ଓ ସୋଫିଆ ମିଶ୍ରଙ୍କୁ ସ୍ବାମୀ ବିବେକାନନ୍ଦଙ୍କ ରଚିତ ପୁସ୍ତକ ଓ ଫୁଲତୋଡା ଦେଇ ସମ୍ମାନିତ କରାଯାଇ ଥିଲାବେଳେ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ ଓ ସମାଜସେବୀ ଦାମୋଦର ସାହୁଙ୍କୁ ମଧ୍ଯ ସମ୍ମାନିତ କରାଯାଇଥିଲା । ଆୟୋଜିତ ରକ୍ତଦାନ ଶିବିରରେ ମୋଟ ୨୧ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା । ବିଦ୍ଯାଳୟର ଗୁରୁଜୀ ଗୁରୁମା, ଅଭିଭାବକ ଓ ଶୁଭେଛୁ ଭଦ୍ର ବ୍ଯକ୍ତି ମାନେ ରକ୍ତ ଦାନ କରିଥିଲେ ।
ଭାରତ ବିକାଶ ପରିଷଦ , ନୟାଗଡ଼ ଶାଖା ଏହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲା ବେଳେ ସନ୍ତୋଷ କୁମାର ନାୟକ , ଦୁର୍ଯ୍ୟୋଧନ ସାହୁ , ପ୍ରଫୁଲ୍ଲ କୁମାର ନାୟକ , ନବୀନ ଚନ୍ଦ୍ର ସାହୁ , ବିଜୟ କୁମାର ସାହୁ,ଶରତ କୁମାର ସାହୁ , ବିଦ୍ଯାଳୟର ଗୁରୁଜୀ ଗୁରୁମା ଓ ନୟାଗଡ଼ ଟାଉନ ଥାନାର ପୋଲିସ ବାହିନୀ ସହଯୋଗ କରିଥିଲେ । ପରିଶେଷରେ ଭାରତ ବିକାଶ ପରିଷଦ ନୟାଗଡ଼ ଶାଖା ସଚିବ ପ୍ରଦୀପ କୁମାର ସାହୁ ଧନ୍ଯବାଦ ଅର୍ପଣ କରିଥିଲେ । ( ରିପୋର୍ଟ – ରାମକୃଷ୍ଣ ରଥ )
No Result
View All Result