
ରଣପୁର (ଓଡିଶା ତାଜା ନିଉଜ) ରଣପୁର 26.1.2020 ରିପୋର୍ଟ – ସୋନାଲି :- ୭୧ ତମ ସାଧାରଣ ତନ୍ତ୍ର ଦିବସରେ ରଣପୁର ଅଞ୍ଚଳର ପ୍ରତ୍ୟେକ ବିଦ୍ୟାଳୟର କୁନି କୁନି ପିଲା ଙ୍କ ଠାରୁ ଆରମ୍ଭ କରି ବଡ଼ ବଡ଼ ପିଲା ପର୍ଯ୍ୟନ୍ତ ଅତି ସୁନ୍ଦର ଭାବରେ ରାସ୍ତା ରେ ଶୋଭା ଯାତ୍ରା କରି ରଣପୁର ସ୍ଥିତ ପଞ୍ଚୁଦୋଳ ପଡିଆ ଠାରେ ପ୍ୟାରେଡ୍ ପ୍ରଦର୍ଶନ କରିଥିଲେ ।

ଏହି ୭୧ ତମ ସାଧାରଣ ତନ୍ତ୍ର ଦିବସ ରେ ସହସହାୟକ ଦାୟିତ୍ୱ ରେ ଥିବା ତହସିଲଦାର୍ ଅନିଲ ଆଚାର୍ଯ୍ୟ ଓ ରଣପୁର ର ଆଇ.ଆଇସି ମହୋଦୟ ରଶ୍ମି ରଞ୍ଜନ ଦାସ୍ ଉପସ୍ଥିତ ଥିଲେ ଏହି ଅବସର ରେ ତହସିଲଦାର ଅନିଲ ଆଚାର୍ଯ୍ୟ ଜାତୀୟ ପତାକା ଉତ୍ତୋଳନ କରି ଭାରତ ମାତା କୁ ସାଲ୍ୟୁଟ୍ ଜଣାଇଥିଲେ ।

ଜାନୁଆରୀ ୨୬ ରେ ସମସ୍ତ ବିଦ୍ୟାଳୟର ପିଲା ମାନଙ୍କୁ ଗଣତନ୍ତ୍ର ପ୍ରଣୟନ ଓ ସୁନାଗରିକତ୍ୱର କର୍ତ୍ତବ୍ୟ ବିଷୟରେ ଅବଗତ କରାଇବା ସହିତ କୁନି କୁନି ପିଲା ମାନଙ୍କୁ ସାଧାରଣ ତନ୍ତ୍ର ଦିବସ ର ଅଶେଷ ଅଶେଷ ଅଭିନନ୍ଦନ ଜ୍ଞାପନ କରିଥିଲେ ।

ଏହା ସହିତ ସମସ୍ତ ବିଦ୍ୟାଳୟ ପ୍ୟାରେଡ଼ ରେ ଭାଗ ନେଇ ପୁରସ୍କୃତ ହୋଇଥିଲେ ସବୁଠାରୁ ଆକର୍ଷଣୀୟ ଥିଲା ଘୋଷ ପିଲାଙ୍କ ବ୍ୟାଣ୍ଡ ପାର୍ଟି ବାଜା ଓ ଏହା ପରେ ପରେ ପିଲା ମାନଙ୍କ ଦ୍ୱାରା ନାଚ,ଗୀତ,ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ସଭା ଶେଷରେ ପିଲା ମାନଙ୍କୁ ପୁରସ୍କୃତ କରାଯାଇ ଥିଲା ଓ ପିଲା ମାନଙ୍କୁ ମିଷ୍ଟାନ୍ହ ବଣ୍ଟନ କରାଯାଇ ଥିଲା ।