No Result
View All Result
ଓଡିଶା ତାଜା ନିୟୁଜ ( ୧୨ ଜାନୁଆରୀ ମଙ୍ଗଳବାର ) ନୟାଗଡ଼ :- ଯୁବ ରେଡ଼କ୍ରସ , ରେଡ଼ରିବନ କ୍ଲବ , ସମର ଶିକ୍ଷାର୍ଥୀବାହିନୀ ଓ ଜାତୀୟ ସେବା ଯୋଜନାର ମିଳିତ ଆନୁକୂଲ୍ୟରେ ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟ , ନୟାଗଡ଼ ଠାରେ ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଅଛି । ଏଥିରେ ସରକାରଙ୍କ ର କୋଭିଡ-୧୯ ର ନିୟମାବଳୀ କୁ ପାଳନ କରାଯାଇଥିଲା । କାର୍ଯ୍ୟକ୍ରମ ରେ ମହା ବିଦ୍ୟାଳୟ ର ଅଧକ୍ଷ ଶ୍ରୀ ସୁରେଶ କୁମାର ପ୍ରଧାନ ଅଧକ୍ଷତା କରିବା ସହ ଯୁବଗୋଷ୍ଠୀ ଙ୍କୁ ପ୍ରେରଣାର ବାର୍ତା ପ୍ରଦାନ କରିଥିଲେ ।

ଆୟୋଜକ ଯୁବ ରେଡ଼କ୍ରସର ପରାମର୍ଶଦାତା ଶ୍ରୀ ସହଦେବ ବେହେରା ସଭାର ଆଭିମୁଖ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଯୁବ ରେଡ଼କ୍ରସର ଜିଲ୍ଲା ସଂଯୋଜକ ଡ଼ ଆଦିତ୍ୟ କୁମାର ମିଶ୍ର , ପୁର୍ବତନ ରେଡ଼କ୍ରସ ପରାମର୍ଶଦାତା ମହମ୍ମଦ ଉମର ମଲ୍ଲିକ , ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଅଧିକାରୀ ଶ୍ରୀ ଗୋଲକ ବିହାରୀ ନାୟକ, ଶ୍ରୀ କମଳ କୁମାର ବର୍ମା ,

ଜାତୀୟ ସେବା ଯୋଜନା ଅଧିକାରୀ ଶ୍ରୀ ଅଶୋକ କୁମାର ସାହୁ , ଶ୍ରୀମତୀ ସସ୍ମିତା ନାୟକ ଉପସ୍ଥିତ ରହି ଯୁବ ଗୋଷ୍ଠୀକୁ ଉଦବୋଧନ ଦେଇଥିଲେ । ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଶେଷରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଅଧିକାରୀ ଶ୍ରୀମତୀ ବିନ୍ଦୁଲତା ଷଣ୍ଢ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମ ପାଇଁ ସହାୟତା ପ୍ରଦାନ କରିଥିଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡିଶା ସରକାର । ( ରିପୋର୍ଟ – ରାମକୃଷ୍ଣ ରଥ )
No Result
View All Result