ଭୁବନେଶ୍ୱର (ଓଡିଶା ତାଜା ନିଉଜ) ଭୁବନେଶ୍ୱର 26.1.2020 :- ଆଜି ଅପରାହ୍ନରେ ପୁରୀ ଜିଲ୍ଲାର ପବିତ୍ର ମାଟି ତଥା ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ ପରିଦର୍ଶନ କରିଛନ୍ତି ଓଡ଼ିଶା ସରକାରଙ୍କ ୫-ଟି ସଚିବ ଭି.କେ ପାଣ୍ଡିଆନ। ସେ ଅଚାନକ ରବିବାର ସୁଆଣ୍ଡୋ ପହଞ୍ଚି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ପ୍ରାୟ ଅଧଘଣ୍ଟା ପର୍ଯ୍ୟନ୍ତ ସେଠାରେ ରହି ବିଭିନ୍ନ କାର୍ଯ୍ୟର ସମୀକ୍ଷା କରି ଫେରିଆସିଥିଲେ। ୫-ଟି ସଚିବଙ୍କ ଗସ୍ତ ପରେ ଷଠୀ ଘରର ସୁରକ୍ଷା, ସଂଗ୍ରହାଳୟର ନିର୍ମାଣ ଓ ବ୍ରିଜ଼ ଠାରୁ ସୁଆଣ୍ଡୋ ପର୍ଯ୍ୟନ୍ତ ଦୁଇ ଥାକିଆ ରାସ୍ତା ନିର୍ମାଣ ସହ ସର୍ବାଙ୍ଗୀନ ଉନ୍ନତି ହେବ ବୋଲି ଜଣାପଡ଼ିଅଛି। ଏହି ଗସ୍ତରେ ପୁରୀ ଜିଲ୍ଲାପାଳ ବଳବନ୍ତ ସିଂ, ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ଓ ସତ୍ୟବାଦୀ ତହସିଲଦାର କସ୍ତୁରୀ ପ୍ରଧାନଙ୍କ ସମେତ ଅନ୍ୟ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।