No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୧ ଜାନୁଆରୀ ସୋମବାର )ବ୍ରହ୍ମପୁର :- କୃଷି ଓ କୃଷକଙ୍କ ଅନିଷ୍ଟ କାରୀ କେନ୍ଦ୍ର ମୋଦୀ ସରକାରଙ୍କ ଦ୍ଵାରା ପାର୍ଲ୍ୟାମେଣ୍ଟ ରେ ପାରିତ କଳା କୃଷିଆଇନ ବିରୋଧରେ ରାଷ୍ଟ୍ରୀୟ କୃଷକ ମୋର୍ଚ୍ଚାର ଐତିହାସିକ କୃଷକ ଆନ୍ଦୋଳନ ଦିଲ୍ଲୀ ଚାଲକୁ ସମର୍ଥନ ଜଣାଇବା ସହ କୃଷିଜାତ ସାମଗ୍ରୀ ବଜାର ବିପଣନ ଓ କାରବାର ଆଇନ – ୨୦୨୦ ରଦ୍ଦ କରିବା , ଚୁକ୍ତିବଦ୍ଧ ଚାଷ ଓ ଠିକା ଚାଷ ଆଇନ ପ୍ରତ୍ୟାହାର , ଅତ୍ୟାବଶକ ସାମଗ୍ରୀ ବିପଣନ ମୂଲ୍ୟର ସଂଶୋଧନ ଆଇନ ପ୍ରତ୍ୟାହାର , ସ୍ୱାମୀନାଥନ ଜାତୀୟ କୃଷକ କମିଶନ ସୁପାରିଶ ଲାଗୁ କରିବା , ଓଡିଶାରେ ଧାନ କୁଇଣ୍ଟାଲ ପିଛା ୩୦୦୦ଟଙ୍କା ଧାର୍ଯ୍ୟ କରି ଚାଷୀଙ୍କୁ ପ୍ରଦାନ କରିବା ଆଦି ପ୍ରମୁଖ ଦାବୀ ନେଇ ଅଖିଳ ଭାରତ କୃଷକ ସଂଘର୍ଷ

ସମନ୍ୱୟ ସମିତି ଡ଼ାକରାରେ ଅଖିଳ ଭାରତ କୃଷକ ସଭା ସାନଖେମୁଣ୍ଡି ଅଞ୍ଚଳ କମିଟି ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଆଜି ଏକ ସାମୁହିକ ବିକ୍ଷୋଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଅଛି । ଶତାଧିକ ଅଞ୍ଚଳ କୃଷକଙ୍କ ସହ ଅଖିଳ ଭାରତ କୃଷକ ସଭା ସାନଖେମୁଣ୍ଡି ଅଞ୍ଚଳ କମିତିଙ୍କ ସମାବେଶରେ ପାଟପୁର ଗାନ୍ଧିଛକ ସ୍ଥିତ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନ ସହ ଶତାଧିକ କର୍ମୀ କେନ୍ଦ୍ର ସରକାରଙ୍କ କୃଷିନିତିକୁ ବିରୋଧ ସହ ଏହାର ପ୍ରତ୍ୟାହାର କରିବା ନେଇ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ସପକ୍ଷରେ ଶପଥପାଠ କରିଥିଲେ । ବ୍ଲକ୍ କାର୍ଯ୍ୟଳୟ ଅଭିମୁଖେ ଶୋଭାଯାତ୍ରାରେ ପହଞ୍ଚି କାର୍ଯ୍ୟାଳୟ ସମ୍ମୁଖରେ ସାଥୀ କୈଳାଶ ପାତ୍ରଙ୍କ ସଭାପତିତ୍ବରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା ।ଏ ଆଇ କେ ଏସ ଜିଲ୍ଲା ସମ୍ପାଦକ ରାଜୀବ ଲୋଚନ ପଣ୍ଡା , ସିପିଆଇ ଜିଲ୍ଲା ସମ୍ପାଦକ ପ୍ରକାଶ ପାତ୍ର , ଅଖିଳ ଭାରତ ଯୁବସଂଘ ରାଜ୍ୟ ସମ୍ପାଦକ
ପ୍ରଦୀପ ସେଠି , ଶ୍ରମିକ ନେତା ଅଳକନାଥ ମିଶ୍ର , କୃଷକ ନେତା ଅନନ୍ତ ମହାଙ୍କୁଡ , ସୁଶାନ୍ତ ସ୍ୱାଇଁ , ଭଗବାନ ରାଉତ , ଅଶୋକ କୁମାର ଜେନା , ବୃନ୍ଦାବନ ବିଶୋଇ , ଏ କୃଷ୍ଣମୂର୍ତ୍ତି ପାତ୍ର , ପାଣ ସେଠି , ଏ ନରେନ୍ଦ୍ର ରେଡ଼ି , ରବି ବିଶୋଇ ପ୍ରମୁଖ କେନ୍ଦ୍ର ମୋଦି ସରକାରର ପ୍ରଣୀତ ତିନି ଗୋଟି କଳା କୃଷିଆଇନର ତୀବ୍ର ପ୍ରତିବାଦ କରିବା ସହିତ ତୁରନ୍ତ ଏହି କୃଷି ଓ କୃଷକ ବିଧ୍ୱଂଶି ଆଇନକୁ ବାତିଲ ଦାବୀ କରିଥିଲ । ସାନଖେମୁଣ୍ଡି ଅଂଚଳରେ ଚାଷୀଙ୍କ ଧାନ ସରକାରୀ ମଣ୍ଡିରେ ବିକ୍ରି ନହେବାର ପ୍ରତିବାଦ ସହ ତୁରନ୍ତ ମଣ୍ଡି ସମସ୍ୟା ସମାଧାନ କରିବାକୁ ଦାବୀ କରିଥିଲେ ।ସରକାରଙ୍କ କର୍ପୋରେଟ ଓ ପୁଞ୍ଜିପତି ପ୍ରୀତି ତଥା ଅମ୍ବାନୀ ଅଦାନୀ ପ୍ରୀତିରେ କୃଷି ବ୍ୟବସ୍ଥାର ବିଧ୍ୱଂସି ଆଇନର ପ୍ରତିବାଦ ସହ ଚାଷୀଙ୍କ ସର୍ବନିମ୍ନ ସମସ୍ୟାର ସମାଧାନ ଓ କଳା କୃଷି ଆଇନ ପ୍ରତ୍ୟାହାର ନେଇ ବ୍ଲକ ବିଡ଼ିଓ ଶ୍ରୀ ଗାୟତ୍ରୀ ଦତ୍ତ ନାୟକଙ୍କୁ ଏକ ସ୍ମାରକପତ୍ର ରାଷ୍ଟ୍ରପତିଙ୍କ ଉଦ୍ଧେଶ୍ୟରେ ପ୍ରଦାନ କରାଯାଇଥିଲା । (ରିପୋର୍ଟ : ଶେଷଦେବ ସାହୁ, ଗଞ୍ଜାମ ଜିଲ୍ଲା ବ୍ୟୁରୋ )
No Result
View All Result