
ଜଟଣୀ (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ସଦା ସର୍ବଦା ନିୟାର ପ୍ରୟାସ କରି ଚାଲିଛି ସାମାଜିକ ସଂଗଠନ “ମୋ ପରିବାର” l ରାମଚନ୍ଦ୍ର ପୁର ସ୍ଥିତ ମା”ଉତ୍ତରାୟଣୀ ମନ୍ଦିର ପରିସରରେ ବିଶ୍ୱ ମିତବ୍ୟୟିତା ଦିବସ ପାଳିତ ହୋଇଯାଇଛି l “ମୋ ପରିବାର”ର ପ୍ରତିଷ୍ଠାତା ତଥା ସାମ୍ବାଦିକ ଶୁଭେନ୍ଦ୍ର ଶତପଥୀଙ୍କ ସଭାପତିତ୍ୱରେ ଆୟୋଜନ କାର୍ଯ୍ୟକ୍ରମରେ ପ୍ରଥମେ ସମସ୍ତ ସଦସ୍ୟା ମାନଙ୍କୁ ସ୍ୱାଗତ କରାଯାଇଥିଲା l ତା’ପରେ “ମୋ ପରିବାର”ର ନୀତି ଓ ନିୟମ ବିଷୟରେ ଆଲୋଚନା କରାଯାଇଥିଲା l














