No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୦ ଜାନୁଆରୀ ରବିବାର ) ପଦ୍ମପୁର :- ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଳକ ଜାମସେଠ ପ୍ରିମିୟର ଲିଗ- ୨୦୨୧ ଟଙ୍କଧର ମାଝୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗିରିଶ ଚନ୍ଦ୍ର ମାଝୀ ଅତିଥି ଭାବେ ଯୋଗଦେଇ ଥିଲେ। ଏହି ଟୁର୍ଣ୍ଣାମେଣ୍ଟରେ ୧୬ ଟି ଦଳ ଅଂଶଗ୍ରହଣ କରିବେ। ୧୩ରୁ ଆରମ୍ଭ ଜାନୁୟାରୀ ୧୭ରେ ଫାଇନାଲ ଖେଳ ହେବ ।
ପ୍ରତ୍ୟେକ ମ୍ୟାଚ ୧୦ ଓଭର ଲେଖାଏଁ ଖେଳାଯିବ। ଚମ୍ପିୟାନ ଦଳ ୧୦,୦୦୦ ଓ ରନର୍ସ ଦଳକୁ ୬୦୦୦ ଟଙ୍କା ସହ ଟ୍ରଫି ପ୍ରଦାନ କରାଯିବ ବୋଲି ସ୍ଥିର ହୋଇଛି। ଏହି ବୈଠକରେ ଏକ କମିଟି ଚୟନ କରାଯାଇଛି ସଭାପତି ଦଳଗଞ୍ଜନ ମାଝୀ, ସମ୍ପାଦକ ସୌମ୍ୟ ରଞ୍ଜନ ମାଝୀ ଓ କୋଷାଧ୍ୟକ୍ଷ ସୋମେଶ ମାଝୀଙ୍କୁ ଚୟନ କରାଯାଇଛି। ଏହି ସଭାରେ ଆୟୋଜକ କମିଟିର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ । (ରିପୋର୍ଟ – ନିରୋଜ କୁମାର ପାଣୀ)
No Result
View All Result