No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୯ ଜାନୁଆରୀ ଶନିବାର )ରାୟଗଡ଼ ,ଗଜପତି :- ଗଜପତି ରାୟଗଡ଼ ବ୍ଲକ ପକ୍ଷରୁ ଭଗବାନ ଶ୍ରୀରାମ ଙ୍କ ଭଵ୍ୟ ମନ୍ଦିର ନିର୍ମାଣ ସକେଶେ ଅର୍ଥ ସଂଗ୍ରହ ପ୍ରତି ହିନ୍ଦୁ ପରିବାର ଠାରୁ ହୋଇପାରିବ ସେଥି ନିମନ୍ତେ ଏସ କରଡ଼ା ସିଙ୍ଗି ପଂଚାୟତ ନିକଟ ଅବାପୁରୁ ଗ୍ରାମ ଠାରେ ଆର ଏସ ଏସ, ଶବର ସମାଜ, ବିଶ୍ୱ ହିନ୍ଦୁ ପରିଷଦ, ବନବାସୀ କଲ୍ୟାଣ ଆଶ୍ରମ,ବିଜେପି ଧର୍ମ ଜାଗରଣ ସଂଗଠନ ସ୍ଥାନୀୟ କୁରୁଗୁବା କେନ୍ଦ୍ର ପଚିଶି ଖଣ୍ଡ ଗ୍ରାମବାସୀଙ୍କ ପକ୍ଷରୁ ମିଳିତ ଭାବେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ! ଏହି ବୈଠକରେ ସଙ୍ଘ ଚାଳକ ନରେଶ କୁମାର ଶବର ଦୀପ ପ୍ରଯଳନ କରିସଭା କାର୍ଯ୍ୟ ଆରମ୍ଭ କରିଥିଲେ ଆଗାମୀ ତା 15/01/21 ଠାରୁ 31/01/21 ରିଖ ଯାଏ ଶ୍ରୀରାମ ମନ୍ଦିରନିର୍ମାଣ ସକାଶେ ପ୍ରତି ଗାଁ ଗାଁ ରେ ପ୍ରତି ଘରେ ଘରେ ପହଂଚି ପ୍ରଭୁ ରାମ ଙ୍କ ମନ୍ଦିର ନିର୍ମାଣ ପାଇଁଅର୍ଥ ସଂଗ୍ରହ କରାଯିବା ପାଇଁ ନିଷ୍ପତି ନିଆଯାଇଥିଲା !
ତା 15/01/21 (ବୁଧୁବାର) ଦିନ ମଣ୍ଡଳସାହି ଜଗନ୍ନାଥ ମନ୍ଦିର ଠାରୁ ଆରମ୍ଭ ହୋଇ ଜିରାଙ୍ଗ ବଳଦେବ ମନ୍ଦିର ଠାରୁ ଲାଞ୍ଜିପଦର ଛକ ଦେଇ ରାୟଗଡ଼ ଜଗନ୍ନାଥ ମନ୍ଦିର ଠାରେ ସମାପ୍ତ ହେବ ଦୁଇ ଚକିୟା ମଟର ସାଇକେଲ ରାଲି କରିବା ପାଇଁ ନିଷ୍ପତି ନିଆ ଯାଇଥିଲା ! ଏଥିରେ ସ୍ଥାନୀୟ କାର୍ଯ୍ୟକର୍ତ୍ତା ଯୋଗଦାନ କରି କିଭଳି ଭାବରେ ଏହି କାର୍ଯ୍ୟ ସମ୍ପାଦନ ହୋଇପାରିବ ବୋଲି ଆଲୋଚନା ହୋଇଥିଲା ଉକ୍ତ କାର୍ଯ୍ୟକ୍ରମରେ ଆଖ ପାଖ ରୁ ଭୀମ ଶବର, ଶ୍ୟାମସୁନ୍ଦର ଶବର,ସାରଥୀ ଶବର,ସିଙ୍ଗିନା ଶବର,ଗଙ୍ଗା ଗୌଡ଼, ଗଙ୍ଗାଧର ଶବର,ଲାବଣ୍ୟ ରାଇକା, ରମେଶ ଶବର, ଅନନ୍ତ କୁମାର ବିଶୋଇ, ରାମଚନ୍ଦ୍ର ପରିଛା, ସୁଜୟ ଶବର,ଅବପୁରୁ ଜଗନ୍ନାଥ ଶବର, ଦୁର୍ଯ୍ୟ ଶବର, ସମର୍ଥ ଭୂୟାଁ, ସୀମା ଶବର, ଗୋପୀ ଶବର ପ୍ରମୁଖ ସହଯୋଗ କରିଥିଲେ l (ସଂଜୀବ କୁମାର ପାଣି ରାୟଗଡ ଗଜପତି )
No Result
View All Result