No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୮ ଜାନୁଆରୀ ଶୁକ୍ରବାର )ଚାନ୍ଦପୁର/ଅଭିମନ୍ୟୁ :- ରଣପୁର ନିର୍ବାଚନ ମଣ୍ଡଳୀ ର ଚାନ୍ଦପୁର ବସନ୍ତ ମଞ୍ଜରୀ ମୁଖ୍ୟ ଚିକିତ୍ସାଳୟ କୁ ଆଜି ପୂର୍ବାହ୍ନରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଶ୍ରୀ ଶକ୍ତି ମିଶ୍ର ” ମୋ ସରକାର” ନିର୍ଦ୍ଦେଶରେ ପରିଦର୍ଶନ କରିଥିଲେ । ବସନ୍ତ ମଞ୍ଜରୀ ମୁଖ୍ୟ ଚିକିତ୍ସାଳୟରେ କୋଭିଡି ସେଣ୍ଟର ହଟାଇ ସଧାରଣ ଚିକିତ୍ସା କରିବା ପାଈଁ ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ ଏ ସଂକ୍ରାନ୍ତରେ ପୂର୍ବରୁ ସରକାରଙ୍କୁ ଅବଗତ କରାଇଥିଲେ । ଆସନ୍ତାକାଲି ଠାରୁ ଚିକିତ୍ସାଳୟର ବର୍ହିଃ ବିଭାଗ ସର୍ବସାଧାରଣଙ୍କ ପାଇଁ କାର୍ଯ୍ୟ କରିବ । ଚଳିତ ମାସ ଶେଷ ସୁଧା ପ୍ରସୂତୀ ବିଭାଗ କାର୍ଯ୍ୟକ୍ଷମ ହେବ । ଖୁବଶୀଘ୍ର ଉନ୍ନତମାନର ଟ୍ରମା ସେଣ୍ଟର, ଅସ୍ତ୍ରୋପଚାର ଭଳି ବିଭିନ୍ନ ବିଭାଗୀୟର ରୋଗୀ ଭର୍ତ୍ତି ହେବେ । ଶବ ବ୍ୟବଛେଦ ବ୍ୟବସ୍ଥା ପାଇଁ ମଧ୍ୟ ବ୍ୟବସ୍ଥା କରାଯିବ ।

ମସ୍ତିଷ୍କ ଗବେଷଣା କେନ୍ଦ୍ର ମଧ୍ଯ ସକ୍ରିୟ ବିଚରାଧୀନ ଅଛି । ଏ ସଂକ୍ରାନ୍ତ ରେ ସରକାରୀ ଭେଷଜ ମହାବିଦ୍ୟାଳୟ ଦାବୀ ମଧ୍ୟ ଜୋର ଧରିଛି । ବହୁ କ୍ଷୋଭ ଏବଂ ଦାବୀ ପରେ କୋଭିଡ଼ି ସେଣ୍ଟର ଇତି ମଧ୍ୟରେ ଉଠିଯାଇଛି । ଏକ ସାତଦଫା ସମ୍ବଳିତ ଦାବୀ ପତ୍ର ଦିଆଯାଇଛି । ଆଜି ଡ଼ଃ ସୂର୍ଯ୍ୟ ନାରାୟଣ ବେହେରା , ଡ଼ଃ ପ୍ରତାପ କିଶୋର ଚିନ୍ନରା , ଡ଼ଃ ପ୍ରଭାତ କୁମାର ସାହୁ ତଥା ଜିଲ୍ଲା ପରିଷଦ , ହସ୍ପିଟାଲ ସୁପରିଟେଣ୍ଡେଣ୍ଟ ଡ଼ଃ ବି. ସୁରିୟା ରାଓ

ପୂର୍ବତନ ସମିତି ସଭ୍ୟ ମନୋଜ ଦାସ, କର୍ମଚାରୀ ସଂଘରୁ ଲିଂଗରାଜ ରଥ , କିରାଣୀ ପବିତ୍ର ସେନାପତି ପ୍ରମୁଖ ଉପସ୍ଥିତ ରହିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଦୀର୍ଘ ଦୁଇ ଘଣ୍ଟା ସରଜମିନ ତଦନ୍ତ ହେବା ପରେ ଆବଶ୍ୟକ ପରାମର୍ଶ ଦେବା ସହ ବିଦ୍ୟୁତ, ପରିମଳ, ପରିବେଶ ସଂକ୍ରାନ୍ତରେ ଅନୁଧ୍ୟାନ କରିଥିଲେ । କୋଭିଡ଼ି ଟିକାକରଣ ସଂମ୍ପର୍କେ ବ୍ୟବସ୍ଥା ର ଭିତ୍ତିଭୂମି ପରଖିଥିଲେ । ଜିଲ୍ଲାର ଗୌରବ ଏହି ଐତିହାସିକ ଅନୁଷ୍ଠାନର ପ୍ରଗତି ପାଇଁ ସଭିଙ୍କ ସମନ୍ଵୟ ସହଯୋଗ ଆବଶ୍ୟକ ବୋଲି ଶ୍ରୀ ମିଶ୍ର ମତବ୍ୟକ୍ତ କରିଥିଲେ । ପ୍ରଶାସନିକ ସମୟୋଚିତ ସହଯୋଗ ପାଇଁ ମନୋଜ ଦାସ କୃତଜ୍ଞତା ଜଣାଇଥିଲେ ।

No Result
View All Result