ଗଂଜାମ ଜିଲ୍ଲା (ଓଡିଶା ତାଜା ନିଉଜ ) ରିପୋର୍ଟ / ସୋନାଲି – 25/01/20 :- ଉଚ୍ଚ ଶିକ୍ଷା ବିଭାଗ ରେ ବିଭିନ୍ନ ସଂସ୍କାର ମୂଳକ ପଦକ୍ଷେପ ଆଣିବା ହେଉ ଅବା କୃଷି ଓଡିଶା ରେ ଯୁବ ଉଦ୍ୟୋଗୀ ମାନଙ୍କୁ ସାହାଯ୍ୟ ସହଯୋଗ ର ହାତ ବଢ଼ାଇ ସେମାନଙ୍କର ମନୋବଳ ବୃଦ୍ଧି କରିବା ସବୁଥିରେ ସେ ମାହିର। ସେ ଆଉ କେହି ନୁହନ୍ତି , ସେ ହେଉଛନ୍ତି ଓଡ଼ିଶାର କୃଷି ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ଼ ଅରୁଣ କୁମାର ସାହୁ ।
ଆଜି ଅପରାହ୍ନରେ ମନ୍ତ୍ରୀ ଗଂଜାମ ଜିଲ୍ଲା ଗସ୍ତ କରିବା ସମୟରେ ପିପୁଲସ କଲେଜ ବୁଗୁଡା କୁ ଅଚାନକ ଗସ୍ତ କରିଥିଲେ। ହଠାତ କଲେଜ ରେ ମନ୍ତ୍ରୀ ଙ୍କୁ ଦେଖି ସମସ୍ତେ ଛାନିଆ ହୋଇଯାଇଥିଲେ । ପ୍ରଥମେ ମନ୍ତ୍ରୀ ପରୀକ୍ଷା ହଲ ବୁଲି ଦେଖିବା ପରେ କର୍ମଚାରୀ ମାନଙ୍କୁ ନେଇ ବୈଠକ କରିଥିଲେ । ସରକାରଙ୍କ ତରଫରୁ ପ୍ରଚଳନ କରାଯାଇଥିବା ପ୍ରୋକ୍ତରୀଆଲ କମ ମେଂଟରିଂ କଥା ବୁଝିଥିଲେ । ଏହି ସମୟରେ ମନ୍ତ୍ରୀଙ୍କୁ ଦେଖିବାକୁ ମିଳିଥିଲା ଏକ ଭିନ୍ନ ଅନ୍ଦାଜରେ । ଦେଖିବାକୁ ପାଇଥିଲେ ଅଧ୍ୟକ୍ଷ ଅସୁସ୍ଥ ଅନୁଭବ କରୁଛନ୍ତି । ଅଧକ୍ଷ ଙ୍କୁ ପଚାରି ବୁଝିଥିଲେ ଅସୁବିଧା ବିଷୟରେ ଆଉ ନିଜେ ଅଧ୍ୟକ୍ଷଙ୍କ ପଲସ ମାପିଥିଲେ ଏବଂ ଡାକ୍ତର ଙ୍କ ପରାମର୍ଶ ମାନିବାକୁ କହିଥିଲେ । ଶେଷରେ ସମସ୍ତେ ମିଳିମିଶି କଲେଜ ର କିଭଳି ଉନ୍ନତି ହେବ ପରାମର୍ଶ ଦେଇଥିଲେ ।
ତାପରେ ପାଳି ପଡିଥିଲା ପୋଲସରା କଲେଜ ରେ । ସମାନ ଢଙ୍ଗ ରେ ପ୍ରବେଶ କରି ଛାତ୍ର ଛାତ୍ରୀଙ୍କ ସହ ଆଲୋଚନା କରିବା ପରେ ଅଧ୍ୟକ୍ଷ ଏବଂ କର୍ମଚାରୀ ମାନଙ୍କୁ ନେଇ ବୈଠକ କରିଥିଲେ। ଶେଷରେ ମନ୍ତ୍ରୀଙ୍କୁ ଜଣେ ଅଭିଯୋଗକାରିଣୀ ନିଜ ଅଭିଯୋଗ ବିଷୟରେ ଅବଗତ କରାଇଥିଲେ । ସ୍ୱାମୀ କଲେଜ ରେ ରାତ୍ରୀ ଜଗୁଆଳୀ ଭାବେ କାର୍ଯ୍ୟରତ ସମୟରେ ପ୍ରାଣତ୍ୟାଗ କରିଥିଲେ । ସ୍ୱାମୀଙ୍କ ପେନସନ ପାଇବା ପାଇଁ ବହୁବାର ଦୌଡ଼ି କିଛି ସୁଫଳ ମିଳୁନି ବୋଲି ଅଭଯୋଗ କରିଥିଲେ ମନ୍ତ୍ରୀ ଙ୍କ ନିକଟରେ। ଏ କଥା ଶୁଣିବା ପରେ ମନ୍ତ୍ରୀ ଅରୁଣ ସାହୁ ପ୍ରତିଶୃତି ଦେଇଛନ୍ତି ନିଜେ ଏହି କାମ କୁ ଦାୟିତ୍ୱ ନେଇ ଯଥାଶୀଘ୍ର ସାରି କିଭଳି ମହିଳା ଜଣକ ପେନସନ ପାଇବେ । ତା ସହିତ ମନ୍ତ୍ରୀ କଲେଜ ର ବିଭିନ୍ନ ସମସ୍ୟା କୁ ଯଥାଶୀଘ୍ର ସରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ।
ପୂର୍ବରୁ ଏମିତି ଅନେକ ନଜିର ରହିଛି ଭୁବନେଶ୍ୱରରେ। ଯେଉଁ ଦିନ ମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଅପଲୋଡ ହୋଇନି ସେଦିନ କର୍ମଚାରୀ ମାନଙ୍କ ମନରେ କୋକୁଆ ଭୟ ଖେଳିଯାଏ। କାରଣ ନିଜର ଦୈନଦିନ କାର୍ଯ୍ୟକ୍ରମକୁ ନିଜର ସୋସିଆଲ ମିଡ଼ିଆ ରେ ସର୍ବସାଧାରଣଙ୍କ ପାଇଁ ପ୍ରତିଦିନ ସନ୍ଧ୍ୟାରେ ଅପଲୋଡ଼ କରନ୍ତି ।