• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

୯୧ତମ ଆନ୍ତର୍ଜାତୀକ ୱେବ ଜୟନ୍ତୀ ସମାରୋହରେ ; ପ୍ରଜ୍ଞା ପ୍ରଗଳଭା ପ୍ରକାଶକ ପୀତାମ୍ବର ମିଶ୍ରଙ୍କୁ  ଭବ୍ୟ ଶ୍ରଦ୍ଧାଞ୍ଜଳି

Proprietor Abhimanyu Maharana by Proprietor Abhimanyu Maharana
January 6, 2021
in ଓଡ଼ିଶା, ଦେଶ, ବିଶ୍ଵ, ମହାନଗର, ହୋମ୍
0
୯୧ତମ ଆନ୍ତର୍ଜାତୀକ ୱେବ ଜୟନ୍ତୀ ସମାରୋହରେ ; ପ୍ରଜ୍ଞା ପ୍ରଗଳଭା ପ୍ରକାଶକ  ପୀତାମ୍ବର ମିଶ୍ରଙ୍କୁ  ଭବ୍ୟ ଶ୍ରଦ୍ଧାଞ୍ଜଳି
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍  (୬ ଜାନୁଆରୀ ବୁଧବାର ) ନୂଆଦିଲ୍ଲୀ/ଭୁବନେଶ୍ୱର :-  ବିଦ୍ୟାପୁରୀ ପ୍ରକାଶନର ପ୍ରତିଷ୍ଠାତା ଓ ପ୍ରଖ୍ୟାତ ପ୍ରକାଶକ ଏବଂ ବିତରକ ସ୍ଵର୍ଗତଃ ପୀତାମ୍ବର ମିଶ୍ର, ବହୁଗୁଣ ସଂପନ୍ନ ଏକ ଅନୁଷ୍ଠାନ ଥିଲେ ବୋଲି ତାଙ୍କର ୯୧ତମ ଜନ୍ମ ଜୟନ୍ତୀ ଅବସରରେ ବିଶିଷ୍ଟ ବ୍ୟକ୍ତିମାନେ ଶ୍ରଦ୍ଧା ସୁମନ ଅର୍ପଣ ସମୟରେ ମତ ପ୍ରକାଶ କରିଛନ୍ତି | ଶ୍ରୀ ମିଶ୍ର ଜଣେ ପ୍ରବଳ ପ୍ରଜ୍ଞା ପ୍ରଗଳଭା ପ୍ରକାଶକ ଭାବରେ ଜାତୀୟ ଓ ଆନ୍ତର୍ଜାତୀକ ସ୍ତରରେ ସ୍ୱୀକୃତି ଓ ଆଦୃତି ଲାଭ କରିଥିବା ବରେଣ୍ୟ ବକ୍ତା ମାନେ ଉଲ୍ଲେଖ କରିଛନ୍ତି | ଟରୋଣ୍ଟୋରେ ଅବସ୍ଥାପିତ ଶ୍ରୀ ମିଶ୍ରଙ୍କର ଜାମାତା ସୁନାମଧନ୍ୟ ସାହିତ୍ୟିକ ଡ଼ଃ ତନ୍ମୟ ପଣ୍ଡା ଏବଂ ଝିଅ ଲବଧପ୍ରତିଷ୍ଠ ଲେଖିକା ଡ଼ଃ ସୁନନ୍ଦା ମିଶ୍ର ପଣ୍ଡା ତଥା ପରିବାରବର୍ଗଙ୍କ ଦ୍ୱାରା ଅନଲାଇନ ଯୋଗେ ଆୟୋଜିତ ଏକ ଆନ୍ତର୍ଜାତୀକ ସ୍ମୃତି ସମାରୋହରେ ଦେଶ ବିଦେଶର ଶତାଧୀକ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଯୋଗ ଦେଇଥିବା ଦେଖାଯାଇଥିଲା | ଇଣ୍ଟରନେଟ ମଞ୍ଚରେ ବିଶ୍ୱଭରି ପୀତାମ୍ବର ବାବୁଙ୍କର ପ୍ରିୟଜନ ଓ ପ୍ରଶଂସକ ମାନେ ସାମିଲ ହୋଇ ତାଙ୍କର ଅମର ଆତ୍ମା ପ୍ରତି ଗଭୀର ଓ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାର ଅନୁଭୂତି ବେଶ ମର୍ମସ୍ପର୍ଶୀ ଥିଲା | ସମାବେଶକୁ ଭିଡ଼ିଓ କନଫରେନସିଂ ଜରିଆରେ ସମ୍ବୋଧନ କରି ମୁଖ୍ୟ ଅତିଥି ସାଂସଦ ଭର୍ତ୍ତୃହରି ମହତାବ, ପୀତାମ୍ବର ମିଶ୍ର ଜଣେ ଉତ୍କୃଷ୍ଟ ପ୍ରକାଶକ ଓ ଉତ୍ତମ ବିତରକ ଥିଲେ ବୋଲି ଦର୍ଶାଇ, ତାଙ୍କ ସହିତ ବିତିଥିବା ବହୁ ଅନ୍ତରଙ୍ଗ ମହୁର୍ତ୍ତର ସ୍ମୃତିଚାରଣ କରିଥିଲେ |ବିଶେଷକରି ଓଡ଼ିଶାର ପ୍ରକାଶନ ଜଗତର ଆଦିପୁରୁଷ, ଶ୍ରୀ ମିଶ୍ର ତାଙ୍କର ଉତ୍ତୁଙ୍ଗ ପ୍ରତିଭା ଏବଂ ଅଭୂତପୂର୍ବ ପାରଦର୍ଶିତା ଯୋଗୁଁ ଶ୍ରେଷ୍ଠତ୍ଵ ହାସଲ କରିବାକୁ ସକ୍ଷମ ହୋଇଥିଲେ ବୋଲି ଶ୍ରୀ ମହତାବ ଦର୍ଶାଇଥିଲେ |ବୟୋଜ୍ୟେଷ୍ଠ ସାହିତ୍ୟିକା ମନୋରମା ମହାପାତ୍ର, ପୀତାମ୍ବର ମିଶ୍ର ଜଣେ କର୍ମଯୋଗୀ ଓ ସାର୍ଥକ ବ୍ୟକ୍ତିତ୍ୱ ଥିଲେ ବୋଲି ବର୍ଣ୍ଣନା କରିଥିଲେ | ନିଜର ଅସାଧାରଣ ଅଧ୍ୟବସାୟ, ଅନନ୍ୟ ନିଷ୍ଠା, ଅସମ୍ଭବ ସହିସ୍ନୁତା, ଅଦମ୍ୟ ଆତ୍ମପ୍ରତ୍ୟୟ, ଅଭୁତ ଭଗବତ ବିଶ୍ଵାସ, ଅମାୟିକ ହୃଦୟସଂପନ୍ନ, ଏକାନ୍ତ ଶ୍ରଦ୍ଧାଶୀଳ ଓ ଅସାମାନ୍ୟ ଶାଳୀନତା ଯୋଗୁଁ ଶ୍ରୀ ମିଶ୍ର ପ୍ରତିବନ୍ଧକର ପାହାଡ଼ମାଳିକୁ ଅସୁମାରୀ ସୁଯୋଗର ଭଣ୍ଡାରରେ ପରିଣତ କରିପାରିଥିଲେ ବୋଲି ଶ୍ରୀମତୀ ମହାପାତ୍ର ସୁଚାଇଥିଲେ |  ପୀତାମ୍ବର ମିଶ୍ରଙ୍କର ଜନ୍ମମାଟି ପଞ୍ଚପଲ୍ଲୀ ଗ୍ରାମର ନିକଟସ୍ଥ ନିବାସୀ ପଦ୍ମଶ୍ରୀ ଡ଼ଃ ପ୍ରତିଭା ରାୟ, ଶ୍ରୀ ମିଶ୍ର ବିଦ୍ୟାପୁରୀର ବିଦ୍ୟାପତି ଏବଂ ତାଙ୍କ ଅଂଚଳର ଗର୍ବ,ଗୌରବ ତଥା ବରପୁତ୍ର ଥିଲେ ବୋଲି ଉଲ୍ଲେଖ କରିଥିଲେ | ଓଡ଼ିଶାର ପୂର୍ବତନ ମୁଖ୍ୟ ଶାସକ ସଚୀବ ତରୁଣକାନ୍ତି ମିଶ୍ର,ସଦାସର୍ବଦା ଏକ ଆଦର୍ଶ ଦ୍ୱାରା ଅନୁପ୍ରାଣିତ ପୀତାମ୍ବର ମିଶ୍ର ତାଙ୍କ ଜୀବନରେ ଶତ ସମସ୍ୟାକୁ ସାମନା କରିବା ସତ୍ୱେ ନିଜର ଆତ୍ମସମ୍ମାନକୁ ସୁରକ୍ଷିତ ରଖି ଅବିଶେଷରେ ସିଦ୍ଧି ଓ ସାର୍ଥକତା ପ୍ରାପ୍ତ କରିଥିଲେ ବୋଲି କହିଥଲେ | ପ୍ରତିଷ୍ଠିତ ସାହିତ୍ୟିକା ଶୈଳରାଣୀ ମିଶ୍ର,ସେ ସକାରାତ୍ମକ ସ୍ଵଜନଶୀଳତାର ମୂର୍ତ୍ତିମନ୍ତ ପ୍ରତୀକ ଥିଲେ ବୋଲି ଦର୍ଶାଇଥିଲେ |

କିସ ବିଶ୍ୱବିଦ୍ୟାଳୟର କୁଳପତି ହରେକୃଷ୍ଣ ଶତପଥୀ, ଓଡ଼ିଶାରେ ସଂସ୍କୃତ ପାଠ୍ୟକ୍ରମକୁ ବଞ୍ଚାଇ ରଖିବା କ୍ଷେତ୍ରରେ ପୀତାମ୍ବର ମିଶ୍ରଙ୍କର ବଳିଷ୍ଠ ଯୋଗଦାନ ଥିଲା ବୋଲି ଦର୍ଶାଇଥିଲେ | ସଳିତା ଭଳି ନିଜେ ଜଳି ଅନ୍ୟକୁ ଆଲୋକିତ କରୁଥିବା ଶ୍ରୀ ମିଶ୍ରଙ୍କର ବଦାନ୍ୟ ବ୍ୟକ୍ତିତ୍ୱ ପୂର୍ଣ୍ଣାଙ୍ଗ ଥିଲା ବୋଲି ପ୍ରଫେସର ଶତପଥୀ ସୁଚାଇଥିଲେ | ବରିଷ୍ଠ ପ୍ରଶାସକ ପ୍ରସନ୍ନ ହୋତା, ତାଙ୍କର ପୁସ୍ତକ ଦେଶ ବିଦେଶର ଲୋକ କଥାକୁ ଛାପିଥିବା ପୀତାମ୍ବର ମିଶ୍ର, ସେଥିରେ ବହୁ ଚ୍ଚିତ୍ରଅଂକାକୁ ସନ୍ନିବେଶିତ କରି ବହିଟିକୁ କିପରି ଖୁବ ଉପାଦେୟ ଓ ବେଶ ଆକର୍ଷକ କରିପାରିଥିଲେ ତାହା ପ୍ରକାଶ କରିଥିଲେ | ପୂର୍ବତନ କୁଳପତି ଓଁକାରନାଥ ମହାନ୍ତି, ତାଙ୍କର ପୀତା ଗୋପୀନାଥ ମହାନ୍ତିଙ୍କର ପୀତାମ୍ବର ମିଶ୍ରଙ୍କ ସହିତ ଥିବା ଅନାବିଳ ଆତ୍ମୀୟତାକୁ ଉଲ୍ଲେଖ କରି ଶ୍ରୀ ମିଶ୍ରଙ୍କ ଜ୍ଞାନକୋଶରେ ସଂପର୍କର ଅର୍ଥ କେବଳ ଜଣେ ଚିରାଚରିତଧର୍ମୀ ପ୍ରକାଶକ ଓ ଲେଖକର ଭେଟବାର୍ତ୍ତାର ପରିଧି ମଧ୍ୟରେ ସୀମିତ ନଥିଲା, ବରଂ ଏହାର ମାତ୍ରା ବହୁ ବ୍ୟାପକ ତଥା ମାନବିକ ଓ ଭାବଗତ ସଂଯୋଗର ଆଧାରିତ ଥିଲା | ଓଡିଶା ଲେଖିକା ସଂସଦର ସଂପାଦକ ଡ଼ଃ ଶକୁନ୍ତଳା ବଳିୟାର ସିଂହ, ତାଙ୍କୁ ସମଗ୍ର ସୃଷ୍ଟିକୁ ମହନୀୟ କରୁଥିବା ସଂସ୍କୃତି ପୁରୁଷର ଆଖ୍ୟା ଦେଇଥିଲେ | ବିଖ୍ୟାତ ଲେଖିକା ସୁଲୋଚନା ଦାସ, ପ୍ରଚଣ୍ଡ ସ୍ୱାଭିମାନୀ ପୁରୁଷ ପୀତାମ୍ବର ମିଶ୍ର ଧର୍ମ, କର୍ମର ସମନ୍ଵୟକାରୀ ଧର୍ମାତ୍ମା ଓ କର୍ମଯୋଗୀ ଥିଲେ ବୋଲି ସୁଚାଇଥିଲେ | ଓଡିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଚୀବ ପ୍ରଫେସର ରାଜକିଶୋର ମିଶ୍ର, ତାଙ୍କର ସମୁଦି ପୀତାମ୍ବର ବାବୁ ସାହିତ୍ୟ, ସଂସ୍କୃତି ଓ ଭାଷା ପ୍ରତି ପ୍ରଗାଡ଼ ଆଶକ୍ତି ରଖୁଥିବା ଆନ୍ତରିକତା ଧର୍ମୀ ଭିନ୍ନ ଧରଣର ପ୍ରକାଶକ ଥିଲେ ବୋଲି କହିଥିଲେ | ଗ୍ରନ୍ଥ ମନ୍ଦିରର ମୁଖ୍ୟ ମନୋଜ ମହାପାତ୍ର, ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମିଳିବା ମୂଳରେ ପୀତାମ୍ବର ମିଶ୍ରର ଏବଂ ତାଙ୍କର ପୀତା ଅଭିରାମ ମହାପାତ୍ରଙ୍କର ନୀରବ ସାଧନାର ଅବଦାନ ଅତୁଳନୀୟ ଥିଲା ବୋଲି ଦର୍ଶାଇଥିଲେ | ବରିଷ୍ଠ ସାମ୍ବାଦିକ କିଶୋର ଦ୍ବିବେଦୀ, ପୀତାମ୍ବର ମିଶ୍ର ଜଣେ ଦରଦୀ ହୃଦୟ ସଂପନ୍ନ ଏବଂ ଅଜସ୍ର ମାନବିକତାର ଉଛ୍ବାସଧାରୀ ଉଦ୍ୟୋଗପତି ଥିଲେ ବୋଲି ବର୍ଣ୍ଣନା କରିଥିଲେ | ଓଡିଶା ସୋସାଇଟି ଅଫ ଆମେରିକାଜର ସଭାପତି କୁକୁ ଦାସ, ପୀତାମ୍ବର ମିଶ୍ରଙ୍କ ସହିତ ତାଙ୍କର କ୍ଷଣିକ ସାକ୍ଷାତକାରକୁ ଉଲ୍ଲେଖକରି ମଉସାଙ୍କର ଆଶୀର୍ବାଦ ତାଙ୍କୁ ଧନ୍ୟ କରିଥିବା ସୁଚାଇଥିଲେ | ଟରୋଣ୍ଟୋ ବାସୀନ୍ଦା ଗଗନ ବିହାରୀ ପାଣିଗ୍ରାହୀ, ସେ ଜ୍ଞାନର ଭଣ୍ଡାର ଥିଲେ ବୋଲି କହିଥିଲେ | ଆମେରିକାରୁ ସ୍ମରଣ ଦାସ, ପୀତାମ୍ବର ମିଶ୍ରଙ୍କର ବଡପଣିଆ, ଭୂମିଗତ ଆଭିମୁଖ୍ୟ ଏବଂ ଜ୍ଞାନୀ, ଗୁଣୀ ଦୃଷ୍ଟିଭଙ୍ଗୀର ଭୁରି ଭୁରି ପ୍ରଶଂସା କରିଥିଲେ |  ଓଡିଶା ରୁ ତରୁଲତା ଦେବୀ ଯୋଗଜନ୍ମା ପୀତାମ୍ବର ମିଶ୍ର ଅମ୍ଳାନ ବ୍ୟକ୍ତିତ୍ୱ ର ଅଧିକାରୀ ଥିଲେ ବୋଲି କହିଥିଲେ |

ବ୍ରହ୍ମକୁମାରୀ ନିରୁପମା ବାପା ସଦାସର୍ବଦା ଅମର ରହିଥିବେ ବୋଲି ଉଲ୍ଲେଖଥିଲେ |  କାନାଡାରୁ ସୁଭସ୍ମିତା ସାମଲ,ଶ୍ରୀ ମିଶ୍ରଙ୍କର ଅମାୟିକ ବ୍ୟକ୍ତିତ୍ୱ ତାଙ୍କର ସଫଳତାର ଚାବିକାଠି ଥିଲା ବୋଲି ଦର୍ଶାଇଥିଲେ | ଲାଇଭଷ୍ଟ୍ରିମିଙ୍ଗ ଅଧୀବେଶନରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରି ଡ଼ଃ ତନ୍ମୟ ପଣ୍ଡା ସ୍ଵାଧୀନୋତ୍ତର ଓଡ଼ିଶାର ସୁଯୋଗ୍ୟ ସନ୍ତାନ ପୀତାମ୍ବର ମିଶ୍ର ଓଡ଼ିଆ ପ୍ରକାଶନର ଅଗ୍ରଗାମୀ ପଥପ୍ରଦର୍ଶକ ଥିଲେ ବୋଲି ଉଲ୍ଲେଖ କରିଥିଲେ | ସଭା ପରିଚାଳନା କରୁଥିବା ଟରୋଣ୍ଟୋରେ ଅବସ୍ଥାପିତ ଯଶସ୍ୱୀ ସାହିତ୍ୟିକ ପ୍ରଶାନ୍ତ ଭୂୟାଁ, ପୀତାମ୍ବର ମିଶ୍ର ବହୁ ଉଚ୍ଚକୋଟୀର ଗଳ୍ପ, ଉପନ୍ୟାସ, କବିତା ପୁସ୍ତକ ଏବଂ ଗବେଷଣାତ୍ମକ ନିବନ୍ଧ ପ୍ରକାଶକରି ଇତିହାସରେ ତାଙ୍କର ନାମକୁ ସ୍ଵର୍ଣାକ୍ଷରରେ ଲିପିବଦ୍ଧ କରିଯାଇଛନ୍ତି ବୋଲି କହିଥିଲେ | ଡ଼ଃ ସୁନନ୍ଦା ମିଶ୍ର ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଓ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ | ସଭା ପରିଚାଳନାରେ ଧୀରେନ୍ଦ୍ର କର ସହଯୋଗ କରିଥିଲେ | ପ୍ରସିଦ୍ଧ କଣ୍ଠଶିଳ୍ପୀ ନାଜିଆ ଆଲାମ ଜଗନ୍ନାଥ ଜଣାଣ ଓ ଶାନ୍ତି ପାଠ ପରିବେଷଣ କରି ଶ୍ରୋତା ମାନଙ୍କୁ ମନ୍ତ୍ରମୁଗ୍ଧ କରି ଦେଇଥିଲେ |  ଭୁବନେଶ୍ୱର ସ୍ଥିତ ସି.ଆଇ.ଆଇ.ଏଲର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଫେସର ବସନ୍ତ କୁମାର ପଣ୍ଡା ସମଗ୍ର କାର୍ଯ୍ୟକ୍ରମର ସୁସଂଯୋଜନା କରିଥିଲେ | ସୁଶ୍ରୀ ସୃଷ୍ଟି ଏବଂ ସୃଜନୀ ପଣ୍ଡା ଡିଜିଟାଲ ନିୟନ୍ତ୍ରଣ କକ୍ଷକୁ ଦକ୍ଷତାର ସହିତ ନିୟନ୍ତ୍ରଣ କରିଥିଲେ | ଭରଚୁଆଲ ସଭାରେ ଉପସ୍ଥିତ ପରିବାର ସଦସ୍ୟ ଗଣଙ୍କ ମଧ୍ୟରେ ନିତ୍ୟାନନ୍ଦ ମିଶ୍ର , ରୂପାନନ୍ଦ ମିଶ୍ର, ଜୀବାନନ୍ଦ ମିଶ୍ର, ଵିନୋଦାନନ୍ଦ ମିଶ୍ର, ନନ୍ଦିତା ପତି, କୃଷ୍ଣାନନ୍ଦ ମିଶ୍ର,ବସୁଧା ମିଶ୍ର, ଶତରୂପା ମିଶ୍ର , ମନସିଜା ମିଶ୍ର , ଶ୍ରୀକାନ୍ତ ଷଡ଼ଙ୍ଗୀଏବଂ ଜାହ୍ନବା ମିଶ୍ର ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ |

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ALL ODISHA CONTRACTORS WELFARE ASSOCIATION HAS WITHDRAWN FROM THE  PROTEST

ALL ODISHA CONTRACTORS WELFARE ASSOCIATION HAS WITHDRAWN FROM THE PROTEST

March 7, 2026
ପ୍ରଜନନ ସଚେତନତା ବୃଦ୍ଧି ପାଇଁ ଭୁବନେଶ୍ୱରରେ ପହଞ୍ଚିଛି ଓଏସିସ୍ ଫର୍ଟିଲିଟିର ‘ଜନନୀ ଯାତ୍ରା’

ପ୍ରଜନନ ସଚେତନତା ବୃଦ୍ଧି ପାଇଁ ଭୁବନେଶ୍ୱରରେ ପହଞ୍ଚିଛି ଓଏସିସ୍ ଫର୍ଟିଲିଟିର ‘ଜନନୀ ଯାତ୍ରା’

March 7, 2026
ନୟାଗଡ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ରାଜ୍ୟ ସ୍ତରୀୟ ଜାତୀୟ ବିଜ୍ଞାନ ଦିବସ ପାଳିତ

ନୟାଗଡ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ରାଜ୍ୟ ସ୍ତରୀୟ ଜାତୀୟ ବିଜ୍ଞାନ ଦିବସ ପାଳିତ

March 7, 2026
ନାଟକ, କବିତା ଓ ନୃତ୍ୟରେ ମନମୁଗ୍ଧ ଦର୍ଶକ – ମହତପଲ୍ଲାରେ ବାର୍ଷିକ ଉତ୍ସବ

ନାଟକ, କବିତା ଓ ନୃତ୍ୟରେ ମନମୁଗ୍ଧ ଦର୍ଶକ – ମହତପଲ୍ଲାରେ ବାର୍ଷିକ ଉତ୍ସବ

March 7, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ALL ODISHA CONTRACTORS WELFARE ASSOCIATION HAS WITHDRAWN FROM THE  PROTEST

ALL ODISHA CONTRACTORS WELFARE ASSOCIATION HAS WITHDRAWN FROM THE PROTEST

March 7, 2026
ପ୍ରଜନନ ସଚେତନତା ବୃଦ୍ଧି ପାଇଁ ଭୁବନେଶ୍ୱରରେ ପହଞ୍ଚିଛି ଓଏସିସ୍ ଫର୍ଟିଲିଟିର ‘ଜନନୀ ଯାତ୍ରା’

ପ୍ରଜନନ ସଚେତନତା ବୃଦ୍ଧି ପାଇଁ ଭୁବନେଶ୍ୱରରେ ପହଞ୍ଚିଛି ଓଏସିସ୍ ଫର୍ଟିଲିଟିର ‘ଜନନୀ ଯାତ୍ରା’

March 7, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version