No Result
View All Result
ଓଡ଼ିଶା ତାଜା ନିୟୁଜ୍ (୪ ଜାନୁଆରୀ ମଙ୍ଗଳବାର ) ବ୍ରହ୍ମପୁର :- ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ କେନ୍ଦୁପାଟ ଗ୍ରାମରେ ଘଟିଛି ଅଘଟଣ । ବାରହା ଶିକାର କରିବା ପାଇଁ ବିଲ ମଧ୍ୟରେ ରଖାଯାଇଥିବା ବୋମା ଗାଈ ଖାଇଦେବାରୁ ପାଟିରେ ବୋମା ବିସ୍ଫୋରଣ ଘଟି ଅବସ୍ଥା ଗୁରୁତର ହୋଇ ପଡିଛି । ମିଳିଥିବା ସୂଚନା ଅନୁଯାୟୀ କେନ୍ଦୁପାଟ ଗ୍ରାମର କିଛି ଦୁର୍ବୁତ୍ତ ନିୟମିତ ଭାବେ ବାରହା ଶିକାର କରନ୍ତି । ଏଥିପାଇଁ ସେମାନେ ବିଲ ମଧ୍ୟରେ ବୋମା ରଖନ୍ତି ଏବଂ ବାରହା ତାକୁ ଖାଇ ମୃତ୍ୟୁ ବରଣ କରନ୍ତି ।ତେବେ ବେଳେ ବେଳେ ଗାଈଗୋରୁ ମଧ୍ୟ ବିଲରେ ଚରୁଥିବା ବେଳେ ଏହି ବୋମା କୁ ଖାଇ ମୃତ୍ୟୁବରଣ କରିଥିବା ନଜିର ରହିଛି । ତେବେ ଆଜି କେନ୍ଦୁପାଟ ଗ୍ରାମର ସୁଦୁରୁ ରାଉତଙ୍କ ଗାଈ ରବିବାର ଦିନ ବାହାରକୁ ଚରିବାକୁ ଯାଇ ଘରକୁ ଫେରି ନଥିଲା ।
ସକାଳୁ ବହୁ ଖୋଜାଖୋଜି ପରେ ଦିନ ୧୦ ଟାରେ ଗ୍ରାମର ଜଗାଘାଇ ସ୍ଥିତ ଏକ ବିଲରେ ଗୁରୁତର ଅବସ୍ଥାରେ ପଡିଥିବା ଦେଖିବାକୁ ପାଇଥିଲେ । ବୋମା ଖାଇଦେବାରୁ ପାଟିରେ ବିସ୍ଫୋରଣ ଘଟି ମୁହଁ ର ତଳ ଭାଗ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇ ଯାଇଛି । ଏ ନେଇ ସୁଦୁରୁ ଗ୍ରାମର ଜଣେ ବ୍ୟକ୍ତି ଙ୍କ ବିରୋଧ ରେ ଖଲ୍ଲିକୋଟ ଥାନାରେ ଅଭିଯୋଗ କରିଛନ୍ତି । ଏତଲା ପାଇ ଥାନା ଅଧିକାରୀ ସତ୍ୟରଞ୍ଜନ ପ୍ରଧାନଙ୍କ ନେତୃତ୍ୱରେ ପୋଲିସ ଟିମ୍ କେନ୍ଦୁପାଟ ଗ୍ରାମକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି । ତଦନ୍ତ ପରେ ଅଭିଯୁକ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି । ସେପଟେ ବନ୍ୟଜନ୍ତୁ ଶିକାର କରୁଥିବା ମାଫିଆଙ୍କ ଟେର୍ ପାଉନି ବନବିଭାଗ । ( ରିପୋର୍ଟ : ଶେଷଦେବ ସାହୁ, ଗଞ୍ଜାମ ଜିଲ୍ଲା ବ୍ୟୁରୋ )
No Result
View All Result