ଭୁବନେଶ୍ୱର (ଓଡିଶା ତାଜା ନିଉଜ୍) ରିପୋର୍ଟ / ସୋନାଲି – 25.1.2020 – ଗଣତନ୍ତ୍ରକୁ ସଦୃଢ଼ କରିବା ତଥା ରାଜ୍ୟ ବିକାଶ ପାଇଁ ସାମ୍ବାଦିକମାନେ ଅହରହ ଉଦ୍ୟମ କରୁଥିଲେ ମଧ୍ୟ ସେମାନଙ୍କ ସାମାଜିକ ଓ ଆର୍ଥକ ସୁରକ୍ଷା ଏବେ ବିପନ୍ନ ହୋଇଛି । ବହୁ ସାମ୍ବାଦିକ ଅଭାବ ଅନାଟନ ଓ ଦୁଃସ୍ଥିତି ମଧ୍ୟରେ କାଳାତିପାତ କରୁଥିଲା ବେଳେ ଅନ୍ୟ କେତେକ କ୍ଷେତ୍ରରେ ନିରପକ୍ଷ ଓ ନିର୍ଭୀକ ସାମ୍ବାଦିକମାନେ ଆକର୍ମଣର ଶିକାର ହୋଇଛନ୍ତି ।
ଏହି ସମସ୍ତ ସମସ୍ୟାର ସମାଧାନ ଓ ସାମାଜିକ ଆର୍ଥିକ ସୁରକ୍ଷା ପାଇଁ ରାଜ୍ୟରେ ସାମ୍ବାଦିକଙ୍କ ଐକ୍ୟବଦ୍ଧ ଲଢ଼େଇର ଆବଶ୍ୟକତା ରହିଛି ବୋଲି ଉତ୍କଳ ସାମ୍ବାଦିକ ସଂଘର ୭୫ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେଇ ଅତିଥି ଓ ବକ୍ତାମାନେ ମତପ୍ରକାଶ କରିଛନ୍ତି । ଭୁବନେଶ୍ୱର ବିଜୁପଟ୍ଟନାୟକ ସ୍ନାତ୍ତକୋତ୍ତର ସାମ୍ବାଦିକତା ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ସମାରୋହରେ ସଂଘର ରାଜ୍ୟ ସଭାପତି ଡ଼କ୍ଟର ଜୀମୂତ ମଂଗରାଜ ଅଧ୍ୟକ୍ଷତା କରିଥିଲେ । ପ୍ରାକ୍ତନ ଅର୍ଥ ମନ୍ତ୍ରୀ ପ୍ରଫୁଲ ଚନ୍ଦ୍ର ଘଡ଼େଇ ଯୋଗଦେଇ ରାଜ୍ୟରେ ସାମ୍ବାଦିକମାନଙ୍କ ମଧ୍ୟରେ ଐକ୍ୟବଦ୍ଧ ଲଢ଼େଇ ଆରମ୍ଭ ହୋଇନାହିଁ ।
ଏହା ଯଥା ଶୀଘ୍ର ଆରମ୍ଭ କରିବା ପାଇଁ ପରାମର୍ଶ ଦେବା ସହ ସେ ଅର୍ଥ ମନ୍ତ୍ରୀ ଥିଲା ବେଳେ ସାମ୍ବାଦିକ ବୀମା ଓ ପେନ୍ସନ୍ ଯୋଜନା କାର୍ଯ୍ୟକାରିତା ପାଇଁ ବଜେଟ୍ରେ ଅର୍ଥ ବ୍ୟବସ୍ଥା କରିଥିଲେ ମଧ୍ୟ ପରବର୍ତ୍ତୀ ତତ୍ପରତା ଅଭାବରୁ ଏହା କାର୍ଯ୍ୟକାରୀ ନହେବା ଦୁଃଖ ଦାୟକ ବୋଲି ପ୍ରକାଶ କରିଥିଲେ । ପୂର୍ବତନ ସାଂସଦ ଡ଼କ୍ଟର ପ୍ରସନ୍ନ କୁମାର ପାଟ୍ଟଶାଣୀ ସାମ୍ବାଦିକ ସମସ୍ୟା ସମାଧାନ ପାଇଁ ରାଜ୍ୟ ସ୍ତରରେ ଏକ ଉଚ୍ଚ ସ୍ତରୀୟ କମିଟି ଗଠନ ପାଇଁ ପ୍ରସ୍ତାବ ଦେଇଥିଲେ ।
ଏଥିରେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ କୁମାର ଜେନା, ରାଜ୍ୟ ଗୃହ ନିର୍ମାଣ ଅଧ୍ୟକ୍ଷ ପ୍ରିୟଦର୍ଶୀ ମିଶ୍ର ଯୋଗଦେଇ ରାଜ୍ୟ, ଜିଲ୍ଲା ଓ ଗ୍ରାମାଂଚଳରେ କାର୍ଯ୍ୟରତ ସାମ୍ବାଦିକଙ୍କୁ ନିଗମ ପକ୍ଷରୁ ନିର୍ମାଣାଧିନ ଗୃହ ଯୋଗାଣ ଯୋଜନାରେ ସାମିଲ କରାଯିବ ବୋଲି ଘୋଷଣା କରିଥିଲେ ।
ରାଜ୍ୟ ସଂଘ ସାଧାରଣ ସମ୍ପାଦକ ବେଣୁଧର ପଣ୍ଡା ସଂଘର ଗରିମାମୟ ଐତିହ୍ୟ ସମ୍ପର୍କୀତ ବିବରଣୀ ପାଠ କରିଥିଲେ । ରାଜ୍ୟ ସମାଜ ମଙ୍ଗଳ ବୋର୍ଡ଼ ଅଧ୍ୟକ୍ଷା କସ୍ତୁରୀ ମହାପାତ୍ର, ବିଶିଷ୍ଟ ସାମାଜିକ କର୍ମୀ ସୀତାବଲ୍ଳଭ ମହାପାତ୍ର, ବିଧାୟକ ଡ଼କ୍ଟର ଅରବିନ୍ଦ ଢ଼଼ାଲି, ରାଜ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼ ଅଧ୍ୟକ୍ଷ ତଥା ବିଜେଡ଼ି ମୁଖପାତ୍ର ସୁବାଷ ସିଂ, ବିଜୁ ଯୁବବାହୀନି ଅଧ୍ୟକ୍ଷ ବିଜୟ ନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ସଂଘର ଉପସଭାପତି ସୌରଭ ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପୁରୁଖାସଭ୍ୟ ପ୍ରସନ୍ନ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ।
ଉପସଭାପତି ବିନାୟକ ମିଶ୍ର, ମୟୁରଭଂଜ ଜିଲ୍ଲା ସଭାପତି ଅରୁଣ କୁମାର ଓତା, ଲଲାଟେନ୍ଦୁ ସେନାପତି, ଦେବବ୍ରତ ଦେବତା, ଜ୍ଞାନଚାନ୍ଦ ମଲ୍ଳିକ, ଭାରତୀୟ ପେଷାଦାର ସାମ୍ବାଦିକ ମହାସଂଘ ସମ୍ପାଦକ ପ୍ରଭାକର ଶିରୋମଣି, ମନ୍ମଥ ମହାରଣା, ଅଭିମନ୍ୟୁ ମହାରଣା ରଣପୁର ପ୍ରେସ କ୍ଲବର ଉପସଭାପତି, ବିଶ୍ୱନାଥ ପଣ୍ଡା, ପାଣ୍ଡବ ସାହୁ, ଜୟନ୍ତ ମାଝି, ବାସୁଦେବ ବରାଡ଼ ପ୍ରମୁଖ ଶତାଧିକ ସାମ୍ବାଦିକ ଉକ୍ତ ଉତ୍ସବରେ ଅଂଶଗ୍ରହଣ କରିଥିଲେ । ସମ୍ମାନୀୟ, ମହାଶୟ ଉପରୋକ୍ତ ସମ୍ବାଦକୁ ଆପଣଙ୍କ ସମ୍ବାଦପତ୍ରରେ ପ୍ରକାଶ କରିବା ପାଇଁ ବିନୀତ ଅନୁରୋଧ । ଇତି ସୌଜ୍ୟନାକାଂକ୍ଷୀ ବେଣୁଧର ପଣ୍ଡା ସାଧାରଣ ସମ୍ପାଦକ ଉତ୍କଳ ସାମ୍ବାଦିକ ସଂଘ ।