No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୩ ଜାନୁଆରୀ ରବିବାର) ପାରଳାଖେମୁଣ୍ଡି :- ପାରଳାଖେମୁଣ୍ଡି ସ୍ଥିତ ଗଜପତି ଜିଲ୍ଲା ମୁଖ୍ୟ-ଚିକିତ୍ସାଳୟ ପରିସରରେ ଥିବା ପ୍ରସୂତିକାଳୀନ ଏବଂ ଶିଶୁସ୍ବାସ୍ଥ୍ୟ କେନ୍ଦ୍ର କୋଠା’ର ଦ୍ୱିତୀୟ ଫ୍ଲୋର’ରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ , କୋଭିଡ-୧୯ ଟିକାକରଣ ପ୍ରକ୍ରିୟା’ର ପୂର୍ବାଭ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କରୋନା ମହାମାରୀ’କୁ ନେଇ ସାରା ବିଶ୍ବ’ରେ ଦେଖା ଦେଇଥିବା ଆତଙ୍କ’ର ମୁକାବିଲା ପାଇଁ ସରକାର’ଙ୍କ ପ୍ରସ୍ତୁତି ଓ ନିର୍ଦ୍ଦେଶ ପ୍ରକାରେ ଉପଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା’ଙ୍କ ସମେତ ସିଡିଏମଓ: ଡାଃ ପ୍ରଦୀପ କୁମାର ପାତ୍ର ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ମାନଙ୍କ ଉପସ୍ଥିତି’ରେ କୋଭିଡ-୧୯ ଟୀକାକରଣ ପ୍ରକ୍ରିୟା’ର ପୂର୍ବାଭ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ପୁର୍ବ ପ୍ରସ୍ତୁତି ପ୍ରକାରେ ଚିହ୍ନଟ କରାଯାଇଥିବା ୨୫ ଜଣ ସ୍ବାସ୍ଥ୍ୟ କର୍ମୀ’ଙ୍କୁ ଟିକା କରଣ କରିବାର ଅଭ୍ୟାସ କରା ଯାଇଥିଲା । ଏଥିପାଇଁ ଏହି କାର୍ଯ୍ୟକ୍ରମ’ରେ ନିୟୋଜିତ ହେବାକୁ ଥିବା ସ୍ୱତନ୍ତ୍ର ତାଲିମ ପ୍ରାପ୍ତ ୫ ଜଣିଆ ଏକ ଦଳ’କୁ ଏଥିପାଇଁ ଦାୟିତ୍ୱ ଦିଆଯାଇ ଟୀକାକରଣ କିଭଳି ହେବ , ସେ ଉପରେ ପୂର୍ବାଭ୍ୟାସ କାର୍ଯ୍ୟକ୍ରମ ଦେଖାଇ ଦିଆ ଯାଇଥିଲା ।
ଏହି ପୂର୍ବଭ୍ୟାସ କାଯ୍ୟକ୍ରମ ପ୍ରକା’ରେ ଏହାର ପୂର୍ବଦିନ, ସମସ୍ତ ଟିକା ଗ୍ରହଣକାରି’ଙ୍କ ନିକଟକୁ ସେମାନଙ୍କ ମୋବାଇଲ୍ ଫୋନ ଯୋଗେ ମେସେଜ ପହଞ୍ଚିଥିବା ଭଳି ନମୁନା ଦେଖାଇ ଦିଆ ଯାଇଥିଲା । ସେଥିରେ ଥିବା ଟିକା ଗ୍ରହଣକାରି’ଙ୍କ ପରିଚୟ ପତ୍ର ତଥା ଅନ୍ ଲାଇନ୍ ଡାଟାବେସ୍ ଦେଖିବା ପରେ ଟିକା ଦିଆଯିବା ଆରମ୍ଭ କର ଯାଇଥିଲା । କୋଭିଡ -୧୯ ଟୀକା ପ୍ରଦାନ କରାଯିବା ପରେ ଯଦି ପାର୍ଶ୍ବ-ପ୍ରତିକ୍ରିୟା ଦେଖାଦିଏ , ତା’ହେଲେ ସେଥିପାଇଁ ମଧ୍ୟ ସ୍ୱାସ୍ଥ୍ୟ ବିଭାଗ ପ୍ରଶାସନ ପକ୍ଷ’ରୁ ସମସ୍ତ ପ୍ରକାର ସତର୍କତା ମୂଳକ ପ୍ରକ୍ରିୟା ତଥା ପଦକ୍ଷେପ ନେବାପାଇଁ ପ୍ରସ୍ତୁତି ହୋଇସାରିଛି । ଏମିତିକି , ଏଥିପାଇଁ ଯେ କୋଣସି ପରିସ୍ଥିତି’ର ମୁକାବିଲା କରାଯିବାକୁ ଏବଂ ସମସ୍ତଙ୍କୁ ଯେଭଳି ସୁରୁଖୁରୁ’ରେ ଟୀକା ପ୍ରଦାନ କରା ଯାଇପାରିବ ସେଥିପାଇଁ ସମସ୍ତ ପ୍ରସ୍ତୁତି ହୋଇଛି ଅନ୍ୟପକ୍ଷ’ରେ ପ୍ରଥମ ପର୍ଯ୍ୟାୟ’ରେ ଏହି କୋଭିଡ-୧୯ ଟୀକାକରଣ କାର୍ଯ୍ୟକ୍ରମ’ରେ ପାରାମେଡିକଲ , ଡାକ୍ତର , ଷ୍ଟାଫନର୍ସ , ଫାର୍ମାସିଷ୍ଟ , ପ୍ରାଇଭେଟ ପ୍ରାକ୍ଟିସନର , ଆମ୍ବୁଲାନ୍ସ ଷ୍ଟାଫ ଏବଂ ଆଉଟ ସୋର୍ସିଙ୍ଗ
ଷ୍ଟାଫ ପ୍ରମୁଖ ମୋଟ ୬ ହଜାର ୯୯୩ ଜଣ’ଙ୍କୁ ସାମିଲ କରାଯିବାକୁ ସ୍ଥିରୀକୃତ ହୋଇଛି ବୋଲି ସିଡିଏମଓ : ଡାଃ ପ୍ରଦୀପ ପାତ୍ର ସାମ୍ବାଦିକ ମାନଙ୍କୁ ସୂଚନା ଦେଇ କହିଛନ୍ତି । ଏଥିରେ ମୁଖ୍ୟତଃ ସମସ୍ତ ବ୍ଲକରୁ ଆସିଥିବା ସ୍ବାସ୍ଥ୍ୟ ଦଳ, ଯେଉଁ ମାନେ କି କୋଭିଡ-୧୯ ଟୀକାକରଣ କାର୍ଯ୍ୟକ୍ରମ ବେଳେ ନିୟୋଜିତ ହେବେ , ସେମାନେ ଉପସ୍ଥିତ ରହି ସମସ୍ତ ପୂର୍ବାଭ୍ୟାସ ପ୍ରକ୍ରିୟା କାର୍ଯ୍ୟକ୍ରମ’କୁ ବାହାରେ ରହି ଦେଖିଥିଲେ । ଅନ୍ୟ ମାନଙ୍କ ମଧ୍ୟ’ରେ ଏହି କାର୍ଯ୍ୟକ୍ରମ’ରେ ଏଡିପିଏଚଓ : (ପରିବାର କଲ୍ୟାଣ) ଡାଃ ଏମ : ଏସ : ମୁନିର , ଡିପିଏମ : ସୌମ୍ୟରାଣୀ ଗୌଡ଼ , ଏଡିଏମଓ : ଡାକ୍ତର ପଣ୍ଡା , ଆରସିଏଚ :- ଡେପୁଟି ମ୍ୟାନେଜର ଶ୍ରୀ ଶୁଶାନ୍ତ କୁମାର ନାୟକ , ଜିଲ୍ଲା ଡାଟା ମ୍ୟାନେଜର ଶ୍ରୀ ଅରବିନ୍ଦ ପାଣି ପ୍ରମୁଖ’ଙ୍କ ସମେତ ସମସ୍ତ ବ୍ଲକ’ର ଏମଓଆଇସି : ଡାକ୍ତର ଏବଂ ୫ ଜଣିଆ ଦଳ , ଜିଲ୍ଲା ମୁଖ୍ୟ ଚିକିତ୍ସ୍ୟଳୟ’ର ଅନ୍ୟାନ୍ୟ ଡାକ୍ତର , ଷ୍ଟାଫ ନର୍ସ , ଓ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ଉପସ୍ଥିତ ଥିଲେ । (ଗରୁଡ ଧ୍ଵଜ ଚୌଧୁରୀ )
No Result
View All Result