ମାହାଙ୍ଗା (ଓଡିଶା ତାଜା ନିଉଜ ) କୁରୁଜଙ୍ଗା ଗ୍ରାମ୨୫/୦୧/୨୦ :- ରାଜ୍ୟରେ ନବୀନ ବାବୁ ଙ୍କ ବିଜେଡି ସରକାର ଶାସନ ଭାର ନେଲା ପରଠୁ ଓଡ଼ିଶାର ଭାଗ୍ୟ ପରିବର୍ତନ ହେବା ସହ ମାନଚିତ୍ର ବଦଳି ଯାଇଛି, ଗାଁ ଗାଁ କୁ ପକ୍କା ସଡକ, ବିଜୁଳି ପାଣି, ବିଜୁ ଆବାସ , ଯୋଗାଇଦିଆଯାଇଛି, ବାର୍ଦ୍ଧକ୍ୟ ବିଧବା ଦିବ୍ୟାଙ୍ଗ ଭାତ ଠାରୁ ଆରମ୍ଭ କରି କଳାକାର ଭତ୍ତା ଜନସାଧାରଙ୍କୁ ଯୋଗାଇବାରେ ନବୀନ ବାବୁ ସମର୍ଥ ହେଇଚନ୍ତି,
ବିଜେଡି ସରକାର କଥାରେ ନୁଏ କାମକୁ ବିଶ୍ୱାସ କରେ ବୋଲି ଶନିବାର ଅପରାହ୍ନରେ ମାହାଙ୍ଗା ବ୍ଲକ କୁରୁଜଙ୍ଗା – ଗୋପାଳ ପୁର କୁ ସଂଯୋଗ କରୁଥିବା ପ୍ରଧାନ ମନ୍ତ୍ରୀ ସଡକର ଶିଳାନ୍ୟାସ ଉତ୍ସବରେ ପଂଚାୟତରାଜ ଆଇନି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଉଦ୍ଘାଟକ ଭାବେ ଯୋଗଦେଇ କହିଥିଲେ, ଏହି ଅବସରରେ ହଜାର ହଜାର ବିଜେଡି କର୍ମୀ ମାନେ ଏକ ବିରାଟ ଶୋଭାଯାତ୍ରାରେ ଶୁକରପଡା ଠାରୁ ମନ୍ତ୍ରୀ ଜେନାଙ୍କୁ ଉତ୍ସବ ସ୍ଥଳକୁ ପାଛୋଟି ଆଣିଥିଲେ,
ଏଥିରେ ମାହାଙ୍ଗାବ୍ଲକ ବିଜେଡି ସଭାପତି ରାଜକିଶୋର ଜେନା, ନିଶ୍ଚନ୍ତ କୋଇଲି ବ୍ଲକ ସଭାପତି ଅଶୋକ ଓଝା, ବ୍ଲକ ଅଧ୍ୟକ୍ଷ ଶରତ ନାୟକ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଭିକାରି ଚରଣ ସ୍ୱାଇଁ, ଜିଲ୍ଲାପରିଷଦ ସଭ୍ୟ ହରପ୍ରିୟା ପାଣି, ଜିଲ୍ଲାପରିଷଦ ସଭ୍ୟ ହୃଷିକେଶ ସ୍ୱାଇଁ, ସରପଞ୍ଚ କମଳାକାନ୍ତ ଦାଶ, ଚିତ୍ତରଞ୍ଜନ ମହାନ୍ତି, ଜିଲ୍ଲାପରିଷଦ ପ୍ରତିନିଧି ବିବେକ ପାଣି, ସୁବାଷ ମହାନ୍ତି, ଯୁବନେତା ଅସିତ ସାମଲ, କୁରୁଜଙ୍ଗା ସରପଞ୍ଚ ଅନୁସୟା ଶର୍ମା ଗୋପାଳପୁର ସରପଞ୍ଚ ଝିଲ୍ଲୀବାଳା ସାମଲ, ସମିତିସଭ୍ୟ କୁଞ୍ଜବିହାରୀ ନାଥଶର୍ମା,
ବିପିନି ସ୍ୱାଇଁ, ଯତୀନଜୟ କୁଅଁର, ଭାଗବତ ସେଠି, ଜଳଧର ନାୟକ, ତାପସ ପ୍ରଧାନ, ବିଜୟ ପ୍ରଧାନ, ଗୋଲାମ ଖାନ, ସମେତ ବହୁ ଦଳୀୟ କର୍ମୀ ସମିତି ସଭ୍ୟ ସରପଞ୍ଚ ଓ କର୍ମୀ ମାନେ ବହୁତ ସଂଖ୍ୟାରେ ଉପସ୍ଥିତ ରହି ଥିଲେ, ମାହାଙ୍ଗାରୁ – ଲଷ୍ମୀଧର ଖୁଣ୍ଟିଆଙ୍କ ରିପୋର୍ଟ