No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧ ଜାନୁଆରୀ ଶୁକ୍ରବାର) ପଦ୍ମପୁର :- ବରଗଡ଼ ଜିଲ୍ଲାର ପଦ୍ମପୁର ରାଜ ବୋଡାସମ୍ବର ବ୍ଲକ ବୁଡାମାଲ ଗ୍ରାମର ରାଜୁ ଧରୁଆ ନାମକ ଏକ ବ୍ଯକ୍ତି ମାନସିକ ପାଗଳ ହୋଇ ଯାଇଅଛି । ବହୁ ବର୍ଷ ଧରି ଏଣେ ତେଣେ ବୁଲିବାରୁ ପଦ୍ମପୁର ସହରର ସମାଜସେବୀ ଆଶିଷ ନାଥ ତାଙ୍କ ଘରକୁ ଆସି ପଚରା ଉଚରା କରି ଚିକିତ୍ସା ପାଇଁ ବ୍ଯବସ୍ଥା କରି ବୁଡାମାଲ ର ମୁକ୍ତି ଦାଶଙ୍କ ସହ ବୁର୍ଲା ନେଇ ଚିକିତ୍ସା କରାଇବାରୁ ବହୁ ମାତ୍ରାରେ ଭଲ ହୋଇ ଥିଲା । ପରେ ଘରର ପରିସ୍ଥିତି ଜଟିଳ ଥିବାରୁ ମେଡିସିନ୍ କରି ନ ପାରିବିରୁ ପୁଣି ପାଗଳ ହୋଇଥିଲା ।
ଏବେ ପ୍ରାୟ ଗୋଟିଏ ମାସରୁ ଉର୍ଦ୍ଧ୍ବ ହେବ ପଳାଇ ଯାଇ ଯୋଖିପାଲି ଗାଁରେ ଗୋଟିଏ ପୋଖରୀ ହିଡରେ ଶୋଇ ରହୁଥିବା ଦେଖି ଉକ୍ତ ଗ୍ରାମର ଦୁଇଜଣ ସମାଜସେବୀ ଦିବସ ସାହୁ ଓ ଅନ୍ୟ ଜଣେ ମିଶି ତାର ସେବା କରି ନୁତନ ପ୍ଯାଣ୍ଟ ସାର୍ଟ ଦେଇ ଖୁଆଇ ବିଜେପୁର ଚିକିତ୍ସାଳୟ କୁ ନେଇ ଚିକିତ୍ସା କରାଇ ବୁଡାମାଲ କୁ ଆଣି ଛାଡିଥିଲେ । ସାଧାରଣ ଜନତା ଏମିତି ସେବା କରି ପାରୁଛନ୍ତି,କିନ୍ତୁ ଏ ବିଷୟରେ ସରକାର ବା ପଦ୍ମପୁର ବିଡିଓ,ଉପ ଜିଲ୍ଲାପାଳ ଜାଣିଥାଇ ମଧ୍ୟ କୌଣସି ଚିକିତ୍ସା ପାଇଁ ହାତ ବଢାଉ ନାହାନ୍ତି । ତେଣୁ ଏହି ଦୁଇ ଜଣ ବ୍ଯକ୍ତି ( ବିଡିଓ , ଉପ ଜିଲ୍ଲାପାଳ ) ଲୋକଙ୍କୁ ସେବା ଯୋଗାଇବାରେ ଅଯୋଗ୍ୟ ହୋଇ ଥିବାରୁ ତାଙ୍କୁ ତୁରନ୍ତ ବହିସ୍କାର କରାଯାଉ ବୋଲି ଚର୍ଚ୍ଚା ହେଉଛି । (ରିପୋର୍ଟ – ନିରୋଜ କୁମାର ପାଣୀ )
No Result
View All Result