No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧ ଜାନୁଆରୀ ଶୁକ୍ରବାର) ନୟାଗଡ :- ନବବର୍ଷ ୨0୨୧ରେ କେବଳ ସେଇମାନଙ୍କୁ ସ୍ୱତନ୍ତ୍ର ଅଭିନନ୍ଦନ ଜଣାଇଲି କଣକିଛିଭୁଲକଲି_କି !!!! ଏମାନେ ହେଉଛନ୍ତି ନୟାଗଡ ଜିଲ୍ଲାରେ ଆୟୋଜିତ ହେଉଥିବା ସ୍ବେଛାକୃତ ରକ୍ତଦାନ ଶିବିରକୁ ସଫଳତାର ସହ ଆଗେଇନେଉଥିବା ନୟାଗଡ ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ବ୍ଲଡ଼ବ୍ୟାଙ୍କର ସ୍ୱଳ୍ପ ବେତନ ଭୋଗୀ କର୍ମଚାରୀ ଆଉ ତାଙ୍କ ସାଥିରେ ଅଛନ୍ତି ବ୍ଲଡ଼ ବ୍ୟାଙ୍କର ଡାକ୍ତର….. ରକ୍ତଦାନ ଶିବିର ହୁଏ … ବାରମ୍ବାର ହୁଏ …. ସର୍ବଦା ହୁଏ… ଏହି କାର୍ଯ୍ୟକ୍ରମ କରି ବିଭିନ୍ନ କିସମର ଲୋକ ବାହା… ବାହା ମଧ୍ୟ ନିଅନ୍ତି… କିଛିଲୋକ ରକ୍ତଦାନ ଶିବିର କଲି ବୋଲି କହି ବେଶ ଆତ୍ମ ବଡ଼ିମା ମଧ୍ୟ ଦେଖାନ୍ତି…. ଏହାକୁ ଦେଖାଇ ସମାଜରେ ପ୍ରତିଷ୍ଠିତ ବୋଲି ବୋଲାନ୍ତି… ଆମର ସେଥିରେ କିଛି କହିବାର ନାହିଁ କି ବିରୋଧ ମଧ୍ୟ କରିବାର ନାହିଁ ଯାହା ବି ହେଉ ରକ୍ତଦାନ…

ମହତ ଦାନ ପରି କାର୍ଯ୍ୟକ୍ରମର ବାହକ ତ ହୋଇଛନ୍ତି ହେଲେ ଯେଉଁ କର୍ମଚାରି ମାନେ ଦିନେ ନାହିଁ କି ଓଳିଏ ନୁହେଁ ସବୁଦିନ ଏପରକି ଯେତେବେଳେ ଦରକାର ସେତେବେଳେ ରକ୍ତଦାନ କାର୍ଯ୍ୟକ୍ରମକୁ ସଫଳତାର ସହ କାର୍ଯ୍ୟକାରୀ କରନ୍ତି ସେଇ ବ୍ଲଡ଼ବ୍ୟାଙ୍କର ଅଳ୍ପ ଦରମା ପାଉଥିବା କର୍ମଚାରୀ ଙ୍କୁ କାର୍ଯ୍ୟବ୍ୟସ୍ତତା ଭିତରେ ନବବର୍ଷର ଶୁଭେତ୍ସା କେହି ଜଣେଇବାକୁ ଆସିବା ଏ ସାମ୍ବାଦିକ ଆଖିରେ ପଡିଲାନି….. ଏମାନେ କଣ ପଦସ୍ଥ ଅଧିକାରୀ ନା…. ଏ ମାନଙ୍କ କଲମର ଗାରରେ କେହି କିଛି ଲାଭବାନ ହେବାର ଅଛି !!!!! ହେଲେ ଏମାନଙ୍କ ଉପାଦାନରେ “ମଣିଷଟିଏ ନୂତନ ଜୀବନ ଦାନ ପାଇବାର ଅକ୍ଲାନ୍ତ ତଥା ନିରବଛିନ୍ନ ପରିଶ୍ରମ ରହିଛି”ସାଧୁତା,
ସଚୋଟତା ମର୍ମେ ମର୍ମେ ଭରି ରହିଛି ଯୋଉଥିପାଇଁ ଏହି କର୍ମଚାରୀଙ୍କ ପାଇଁ ରକ୍ତଦାନ ଶିବିର ଅତି ସୁନ୍ଦର ଭାବେ ଅନୁଷ୍ଠିତ ହେଉଛି… ହେଲେ ଏମାନଙ୍କୁ କାଇଁ ନବ ବର୍ଷର ଶୁଭେତ୍ସା?…. ଏତିକିମାତ୍ର ଅନୁଭବ କରି ଫୁଲତୋଡ଼ାଟିଏ ଧରି ଆଉ କାହାରି ପାଖକୁ ବ୍ୟକ୍ତିଗତ ଭାବେ ନଯାଇ କେବଳ ସେଇ କର୍ମଚାରୀ ଆଉ ଡାକ୍ତରଙ୍କ ପାଖକୁ ବ୍ୟକ୍ତିଗତ ଭାବେ ଯାଇ ଫୁଲତୋଡ଼ାଟି ଦେଇ ସେମାନଙ୍କୁ ନବବର୍ଷର ଅଭିନନ୍ଦନ ଜଣାଇଲି ଆଉ ସେମାନଙ୍କୁ ତାଙ୍କର ମହନୀୟ କାର୍ଯପାଇଁ କୃତଜ୍ଞତା ଜଣାଇଲି…. ସେମାନେ ମଧ୍ୟ ମୋ ସହ ଆନନ୍ଦିତ ହୋଇ ମିଳିମିଶି ଫଟୋ ଉଠାଇଲେ କଣ କିଛି ଭୁଲ କଲି କି ? “ରକ୍ତଦାନ, ମହତଦାନ, ଜୀବନଦାନ”

No Result
View All Result