No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୩୧ ଡିସେମ୍ବର ଗୁରୁବାର ) ନୟାଗଡ଼ :- ନଦୀ ସ୍ରୋତ ପରି ସମୟ ସ୍ରୋତ ଗଢି ଚାଲିଛି । ଦଣ୍ଡ ଦିନ ମାସ ବର୍ଷ ପରି ସମୟ ବହି ଚାଲିଛି । ଦେଖୁ ଦେଖୁ ୨୦୨୦ ଶେଷ ହେବାକୁ ଯାଉଛି । ଏହା ଆମ ପାଇଁ ଆନଦ ଓ ବିଷାଦ ର ମିଶ୍ରିତ ଅନୁଭୂତି ଆଣିଦେଇଛି । ପୁଣି ନୂଆବର୍ଷ ୨୦୨୧ ଆସୁଛି । କୋଭିଡ୍ – ୧୯ ସମଗ୍ର ବିଶ୍ୱକୁ ଦୋହଲାଇ ଦେଇଛି । ଓଡ଼ିଶା ତଥା ନୟାଗଡ଼ ମଧ୍ୟ ଏହାର ଆକ୍ରମଣରୁ ବାଦ୍ ପଡ଼ିନାହିଁ । ଏହି କୋଭିଡ୍ ମହାମାରରେ କିଛି ଲୋକଙ୍କୁ ଆମେ ହରେଇଛୁ । ଅର୍ଥ ନୀତି ଓ ମାନସିକ ସ୍ତରରେ ଆମ ଜିଲ୍ଲା ବହୁ ଅସୁବିଧାର ସମ୍ମୁଖୀନ ହୋଇଛି । ତେବେ ଏହି ମହାମାରୀ କୁ ପରାସ୍ତ କରିବା ପାଇଁ ଯେଉଁ କୋଭିଡ୍ ଯୋଦ୍ଧା ଯଥା – ଡାକ୍ତର , ସ୍ବାସ୍ଥ୍ୟକର୍ମୀ , ପୋଲିସ , ସାମ୍ବାଦିକ , ସମସ୍ତ କର୍ମଚାରୀ ଓ ଜନସାଧାରଣଙ୍କ ସହଯୋଗ ଓ ସାହାଯ୍ୟ ଥିଲା ଅପରିହାର୍ଯ୍ୟ । ସେଥିପାଇଁ ନୟାଗଡ଼ ଜିଲ୍ଲା ଓ ଅନ୍ୟ ଜିଲ୍ଲା ତୁଳନାରେ କୋଭିଡ ନିୟନ୍ତ୍ରଣ କରିବାରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି ।
ଏହା ନୟାଗଡ଼ ବାସୀଙ୍କ ଅକ୍ଲାନ୍ତ ସହଯୋଗ ପାଇଁ ସମ୍ଭବ ସୋଇପାରିଛି । ଜିଲ୍ଲା ସଦର ମହକୁମା ତଥା ସମସ୍ତ ବ୍ଲକ୍ ହେଡ୍ କ୍ୱାର୍ଟର ମାନଙ୍କରେ ଉନ୍ନତି ଆଲୋକୀକରଣ ବ୍ୟବସ୍ଥା କରାଯାଇଛି । ଉନ୍ନତମାନର ସ୍ୱାସ୍ଥ୍ୟସେବା ଜିଲ୍ଲାବାସୀଙ୍କୁ ଯୋଗାଇ ଦେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ଦର୍ପନାରାୟଣପୁର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ISO 9001- 2015 ପ୍ରମାଣ ପତ୍ର ପ୍ରାପ୍ତ ହୋଇଅଛି । ଏହା ଆମ ପାଇଁ ଗର୍ବ ଓ ଗୌରବର ବିଷୟ । କୋଭିଡ ସ ଶିକ୍ଷା କ୍ଷେତ୍ରରେ ଆମ ଜିଲ୍ଲା ଚଳିତ ବର୍ଷ +୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାରେ ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରି ଆମକୁ ଗୌରବାନ୍ୱିତ କରିଛି । ସେହିପରି କୃଷି କ୍ଷେତ୍ରରେ ଆମ ଜିଲ୍ଲାର ଉନ୍ନତି ଘଟିଛି । ନୂତନ ବର୍ଷରେ ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ନୂଆ ଚିନ୍ତା ଧାରା ନେଇ ପରସ୍ପର କୁ ସାହଯ୍ୟ ଓ ସହଯୋଗ କରି ଆଗେଇ ଆସିଲେ ଆମେ ଏହି ଜିଲ୍ଲାକୁ ଆହୁରି ଉନ୍ନତି ଓ ସମୃଦ୍ଧି କରିପାରିବା ।
ଏହି ଅବସରରେ ମୁଁ ନୟାଗଡ଼ ବାସୀଙ୍କୁ କୃତଜ୍ଞତା ଓ ଧନ୍ୟବାଦ ଜଣାଇବା ସଙ୍ଗେ ସଙ୍ଗେ ଆଗାମୀ ନୂତନ ବର୍ଷ ୨୦୨୧ ସମସ୍ତଙ୍କ ପାଇଁ ସୁଖମୟ , ମଧୁମୟ ଓ ଶୁଭଙ୍କର ହେଉ ଏହା ଈଶ୍ବରଙ୍କ ନିକଟରେ କାମନା କରୁଛି । ନୂଆ ବର୍ଷ ର ନୂତନ ସକାଳ ୨୦୨୧, ଆପଣ ଙ୍କ ଚଲାପଥ କୁସୁମିତ କରୁ । ୨୦୨୦ର ସବୁ ଦୁଃଖ – ଦୂର୍ଦଶା,ରୋଗ-ଶୋକ କୁ ଦୂରେଇ ଦେଇ,ସୁଖ-ଶାନ୍ତି ଆନନ୍ଦ ଉଲ୍ଲାସ ର ବାର୍ତା ବହନ କରୁ । ଏହା ହିଁ ଆମର ପ୍ରଭୁ ଜଗନ୍ନାଥ ଙ୍କ ପାଖରେ ପ୍ରାଥନା । ଡ଼ଃ. ପୋମା ଟୁଡୁ, ନୟାଗଡ଼ ଜିଲ୍ଲାପାଳ
No Result
View All Result