ଭୁବନେଶ୍ୱର (ଓଡିଶା ତାଜା ନିଉଜ୍) ଭୁବନେଶ୍ୱର 2020 – ଭୁବନେଶ୍ୱର କୃଷି ଓ ଗୋ ପାଳନ ଭାରତର ଅର୍ଥନୀତି ଓ ସଂସ୍କୃତିର ଆଧାର । କୃଷି ଓ କୃଷକର ବିକାଶ ହିଁ ଦେଶର ତଥା ରାଜ୍ୟର ବିକାଶ । ଏଣୁ ଏହି କ୍ଷେତ୍ର ଅଗ୍ରାଧିକାର ପାଇବା ଦରକାର । ସୁଖର କଥା କୃଷି ଓ କୃଷକଙ୍କୁ ଗୁରୁତ୍ୱ ଦେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏହି କ୍ଷେତ୍ର ପାଇଁ ଅନେକଗୁଡ଼ିଏ ସକାରାତ୍ମକ ପଦକ୍ଷେ ପ ନେଇଛନ୍ତି ।
ତା’ର ସୁଫଳ ଅନୁଭୂତ ହେଉଛି ବୋଲି ଓଡ଼ିଶାର ମାନ୍ୟବର ରାଜ୍ୟ ପାଳ ପ୍ରଫେସର ଗଣେଶୀ ଲାଲ କହିଛନ୍ତି । ଆଜି ଜନତା ମଇଦାନରେ ପାଞ୍ଚଦିନ ବ୍ୟା ପୀ ଚାଲିଥିବା କୃଷି ଓଡ଼ିଶା-୨୦୨୦ର ଉଦ୍ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାନ୍ୟବର ରାଜ୍ୟ ପାଳ କହିଲେ ଜୀବଜଗତରେ ପଶୁ ପକ୍ଷୀ ଆତ୍ମହତ୍ୟା କରୁନଥିବାବେଳେ ମଣିଷକୁ ଅନ୍ନ ଯୋଗାଉଥିବା କୃଷକର ଆତ୍ମହତ୍ୟାର ଖବର ନିଶ୍ଚିତ ରୂେ ପ ଚିନ୍ତାର ବିଷୟ ।
ଯାହାର ନିଷ୍ଠା ପର ଓ ନିସ୍ୱାର୍ଥ ପର ଏବଂ କଠିନ ପରିଶ୍ରମ ଫଳରେ ମଣିଷର ଜୀବନଧାରଣ ପାଇଁ ଅନ୍ନ ଉତ୍ପନ୍ନ ହେଉଛି, ସେହି କୃଷକ ଯେଭଳି ଶାନ୍ତିରେ ରହିବ, ଚା ପଗ୍ରସ୍ତ ହେବ ନାହିଁ, ସେଥି ପାଇଁ ପ୍ରତ୍ୟେକ କାଯ୍ୟ କରନ୍ତୁ ବୋଲି ମାନ୍ୟବର ରାଜ୍ୟ ପାଳ କହିଥିଲେ । ପଞ୍ଚଭୂତରେ ଗଢ଼ା ଏ ପୃଥିବୀ । ମାତ୍ର ମନୁଷ୍ୟକୃତ କାରଣ ଯୋଗୁଁ ଏହି ପଞ୍ଚଭୂତ ଆଜି ବ୍ୟା ପକ ଭାବରେ ପ୍ରଦୂଷିତ ।
ମଣିଷକୁ ବାରଞ୍ଚାର ବନ୍ୟା, ବାତ୍ୟା, ମରୁଡ଼ି ଭଳି ପ୍ରାକୃତିକ ବି ପର୍ଯ୍ୟୟର ସମୁଖୀନ ହେବାକୁ ପଡ଼ୁଛି । ଏହାର ପ୍ରଭାବ କୃଷି କ୍ଷେତ୍ର ଉ ପରେ ପଡ଼ୁଛି । ତେଣୁ ଜୈବିକ କୃଷି ପଦ୍ଧତିକୁ ଗୁରୁତ୍ୱ ପ୍ରଦାନ କରିବାକୁ ରାଜ୍ୟ ପାଳ କହିଛନ୍ତି । ଉତ୍ସବରେ ଅଧ୍ୟକ୍ଷତା କରି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂ ପଦ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଲେ ଯେ କୃଷିର ଉନ୍ନତି କରି କୃଷକମାନଙ୍କର ଆୟ ଦ୍ୱିଗୁଣିତ କରିବା ପାଇଁ ଉନ୍ନତ ଜ୍ଞାନକୌଶଳ ଓ କୃଷି ପଦ୍ଧତିର ବ୍ୟବହାର ଏବଂ ଫସଲର ବିବିଧତା ଆଣିବା ଆବଶ୍ୟକ ।
ଓଡ଼ିଶା ମିଲେଟ୍ ମିଶନରେ ମାଣ୍ଡିଆ ଚାଷର ସଫଳତା ସାରା ଭାରତକୁ ଦିଗ୍ଦର୍ଶନ ଦେଇ ପାରିଛି । ସଂ ପ୍ରତି ଉଚ୍ଚଶିକ୍ଷିତ ୩⁄୪ୁବକମାନେ ଚାଷ ଓ କୃଷି ଉଦ୍ୟୋଗ ପାଇଁ ଆଗ୍ରହ ପ୍ରକାଶ କରିବା ନିଶ୍ଚିତ ରୂେ ପ ଶୁଭଙ୍କର । ଏହା ଦ୍ୱାରା ଚାଷୀକୂଳର ସମ୍ମାନ ବୃଦ୍ଧି ପାଇଛି । ବୈଷୟିକ ଜ୍ଞାନକୌଶଳର ପ୍ରୟୋଗ, ଜଳବାୟୁ ପରିବର୍ତ୍ତନ ସହ ଖା ପଖୁଆଇବା, ଉଚ୍ଚ ମୂଲ୍ୟଯୁକ୍ତ ଓ କୃଷି ଉତ୍ପାଦର ବିବିଧକରଣ ଏବଂ କୃଷି ଉତ୍ପାଦ ପାଇଁ ବଜାର ସୃଷ୍ଟି କରିବା ଲକ୍ଷ୍ୟରେ ସମୃଦ୍ଧି-କୃଷି ନୀତି-୨୦୨୦ ପ୍ରଣୟନ କରାଯାଇଛି ବୋଲି ଡ. ସାହୁ କହିଥିଲେ ।
ଉତ୍ସବରେ ବିଜ୍ଞାନ ଓ କାରିଗରୀ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳ ପତି ଡ. ପବନ କୁମାର ଅଗ୍ରଓ୍ୱାଲ୍ ସମ୍ମାନିତ ଅତିଥି ଭାବେ ଯୋଗଦେଇ କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା ନିମନ୍ତେ ଅଧିକ ଖାଦ୍ୟଶସ୍ୟ ସହିତ ଅଧିକ ପୁଷ୍ଟିକର ଖାଦ୍ୟ ଉତ୍ପାଦନର ଆବଶ୍ୟକତା ଦୃଷ୍ଟିରୁ ଏଥି ପ୍ରତି ରାଜ୍ୟ ସରକାର ସ୍ୱତନ୍ତ୍ର ଧ୍ୟାନ ଦେଉଛନ୍ତି ବୋଲି କହିଥିଲେ ।
ଏଥି ସହିତ ଓଡ଼ିଶାର ୧୦ଟି କୃଷି ଜଳବାୟୁ ଅଞ୍ଚଳ କୃଷିରେ ବିବିଧତା ପାଇଁ ସୁେଯୋଗ ଆଣିଦେଇଛି ବୋଲି ଅତିଥିମାନେ ମତ ଦେଇଥିଲେ । ସ୍ୱାଗତ ଭାଷଣ ଦେବା ଅବସରରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ସୌରଭ ଗର୍ଗ ‘କୃଷି ଓଡ଼ିଶା-୨୦୨୦’ କୃଷି କ୍ଷେତ୍ରରେ ଏକ ନୂତନ ସମ୍ଭାବନା ସୃଷ୍ଟି କରିବା ସହିତ କୃଷକମାନଙ୍କ ପାଇଁ ନିଶ୍ଚିତ ଲାଭ ଦାୟକ ହେବ ବୋଲି କହିଥିଲେ । ଏହି ଅବସରରେ ରାଜ୍ୟର କୃଷକ ଉତ୍ପାଦନ ସଂଗଠନମାନଙ୍କୁ ବିଶେଷ ସଫଳତା ପାଇଁ ରାଜ୍ୟ ପାଳ ସଞ୍ଚର୍ଦ୍ଧିତ କରିଥିଲେ ।