No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୩୧ ଡିସେମ୍ବର ଗୁରୁବାର )ଭୁବନେଶ୍ୱର :-ପଦ୍ମପୁର ପଶ୍ଚିମ ଓଡିଶାର ବିଭିନ୍ନ ସ୍ଥାନ ଏବଂ ପାହାଡ ମାନଙ୍କରେ ରହିଛି ବିଭିନ୍ନ ଐତିହ ଏବଂ ମାନ୍ୟତା । ବିଭିନ୍ନ ରୁପରେ ଦେବା ଦେବୀ ମାନେ ଆସ୍ଥିନ ଥିବା ବେଳେ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଦୁର୍ଗେଇଖୋଲ ଅଂଚଳରେ ଥିବା ମାଁ ଦୁର୍ଗାଙ୍କର ରହିଛି ସ୍ୱତନ୍ତ୍ର ମାନ୍ୟତା । ପଦ୍ମପୁର ଉପଖଣ୍ଡ ପାଇକମାଲ ଠାରୁ ନୁଆପଡା ରାସ୍ତାରେ ପ୍ରାୟ ୧୫ କିଲୋମିଟର ମନଭଙ୍ଗ ଡେମ । ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ମନଲୋଭା ଦୃଶ୍ୟ ସହ କୁଳୁ କୁଳୁ ନାଦରେ ବୋହି ଆସୁଥିବା ମାଁଙ୍କ ନାମରେ ନାମିତ ଝରଣା ଦୁର୍ଗେ ଝରନ ପର୍ଯ୍ୟଟକଙ୍କୁ ବେସ ଆକୃଷ୍ଟ କରିଥାଏ । ପ୍ରକୃତି ର ଗନ୍ତା ଘର ଗନ୍ଧମାର୍ଦ୍ଦନ ପାଦ ଦେଶେ ଥିବା ଏହି ସ୍ଥାନ ଏଠାରୁ ପ୍ରାୟ ୧୨ କିଲୋମିଟର ଏବଂ ୨ ଘଣ୍ଟାର ଜଙ୍ଗଲ ଏବଂ ପଥୁରିଆ ରାସ୍ତା ଚଢିବା ପରେ ଆସିଥାଏ ମା ଦୁର୍ଘାଙ୍କର ପ୍ରାକୃତିକ ପୀଠ । ଏକ ଗୁମ୍ଫା ପରି ସ୍ଥାନରେ ପୂଜା ପାଇଥାନ୍ତି ମାଁ ଦୁର୍ଗେ ଦେବୀ । ବର୍ଷକୁ ଥାରେ ମାଙ୍କ ଦର୍ଶନ ର ସୁଯୋଗ ମିଳରଥିବାରୁ ମାଁଙ୍କର ଦର୍ଶନ ପାଇଁ ପ୍ରତିବର୍ଷ ମାର୍ଗଶୀର ପୁର୍ଣିମା ଦିନ ପ୍ରତି ବର୍ଷ ରାଜ୍ୟ ତଥା ରାଜ୍ୟ ବାହାରୁ ଧାଇଁ ଆସିଥାନ୍ତି ହଜାର ହଜାର ସଂଖ୍ୟରେ ଭକ୍ତ ।
ମାନ୍ୟତା ଅନୁଯାୟି ଏହି ସ୍ଥାନରେ ମାଗିଲେ ଭକ୍ତଙ୍କ ସବୁ କାମନା ମାଁ ପୁରଣ କରୁଥିବାର ଭକ୍ତ ଙ୍କ ମନରେ ସ୍ଥାନ ପ୍ରତି ଆସ୍ଥା ଏବଂ ବିଶ୍ୱାସ ରହିଛି । କେବଳ ଯେ ଏତିକି ନୁହଁ ବରଂ ଦୁର୍ଗେଇଖୋଲ ଯିବା ବାଟରେ ପଡେ ଐତିହାସିକ ହୁମେର ଗଡ ର ଦ୍ୱାର ଏବଂ ଭଗ୍ନାବଶେଷ । ପୂର୍ବ ସମୟରେ ପାଟଣା ମାହାରାଜା ଏହି ସ୍ଥାନରେ ଗଡ ନିର୍ମାଣ ସହ ପାହାଡ ପରେ କାନ୍ଥ ଏବଂ ସୈନିକଙ୍କ ପାଇଁ ଛାଉଣି ତିଆରି କରେଇଥିବାର ଲୋକ କଥା ରହିଛି । ଏହି ସ୍ଥାନରୁ ପ୍ରାୟ ୧.୫ କିଲୋମିଟର ଆଗକୁ ଯିବା ପରେ ଆସେ ମାଁ ଦୁର୍ଗାଙ୍କର ପୀଠ । ହେଲେ ଗଡ ର ଭଗ୍ନା ବଶେଷ ହେଉ କି ପାହାଡ ଭିତରେ ଥିବା ମାଁଙ୍କର ପୀଠ ହେଉ ପ୍ରଶାସନ ଏବଂ ସରକାରଙ୍କ ବିକାଶ ଏବଂ ରକ୍ଷଣା ବେକ୍ଷଣ ରୁ ବହୁ ଦୁରରେ । ଶିଘ୍ର ଏହି ହୁମେର ଗଡ ର । ବସ୍ଥିତ ଭଗ୍ନାବଶେଷ ମାନଙ୍କୁ ସୁରକ୍ଷା ନ ଦିଆଗଲେ ଏକ ଇତିହାସର ପୃଷ୍ଠାରେ ଠା ଲୁପ୍ତ ପ୍ରାୟ ହୋଇଯିବାର ସମ୍ଭାବନା ଥିବା ବେଳେ ମାଁଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତ ମାନେ ରାତି ରେ ପୂଜା ସରିବା ପର୍ଯ୍ୟନ୍ତ ମନ୍ଦୀର ଆଖ ପାଖରେ ବିଶ୍ରାମ ପାଇଁ କି ଆଲୋକ ର କୌଣସି ବ୍ୟବସ୍ଥା ନଥିବାରୁ ନିଆଁ ଟର୍ଚ୍ଚ ଆଦି ଜାଳି ଗଛ ମୂଳେ ଆଶ୍ରୟ ନେଇ ଥାନ୍ତି ।
ଏଣୁ ସରକାର ଏହି ପୀଠର ଐତିହ ରକ୍ଷା ଏବଂ ବିକାଶ ପ୍ରତି ଧ୍ୟାନ ଦିଅନ୍ତୁ ବୋଲି ଜନ ସାଧାରଣ ଙ୍କ ମଧ୍ୟରେ ଦାବି ହେଉଛି । ଐତିହ ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଏହି ପୀଠ କୁ ଶିଘ୍ର ଅତି ଶିଘ୍ର ରକ୍ଷା କରା ନଗଲେ ଆଗାମୀ ପଢି ପାଇଁ ଏହା ଏକ କାହାଣୀ ମାତ୍ର ହୋଇ ରହିଯିବାର ଭୟ ଥିବାର ବୁଦ୍ଧିଜିବୀ ମହଲରେ ଚର୍ଚ୍ଚା ଥିବା ବେଳେ ସରକାର କେତେ ଶିଘ୍ର ଏହି ସ୍ଥାନର ବିକାଶ ଏବଂ ଉନ୍ନତି ଦିଗରେ ପଦକ୍ଷେପ ନେବେ ଦେଖିବା ବାକି ରହିଲା । ଏହି ଯାତ୍ରା ମାର୍ଗଶୀର ପୂର୍ଣ୍ଣିମା ତା ୩୦, ୧୨ ରୁ ତା ୩୧ ,୧୨ ଦୁଇଦିନ ଧରି ଦୁର୍ଗେଇଖୋଲ ଯାତ୍ରା ମା ଦୁର୍ଗା ଦେବୀ ପୂଜା କମିଟି ପକ୍ଷରୁ ଅନୁଷ୍ଠିତ ହୋଇଥିଲା । ପୂଜକ ନବୀନ ମଲ୍ଲିକ,ଅନିରୁଦ୍ଧ ମଲ୍ଲିକ,ନକୁଳ ମଲ୍ଲିକ,ରଣଜିତ ମଲ୍ଲିକ,ତ୍ରିନାଥ ମଲ୍ଲିକ ପୂଜା ଅର୍ଚ୍ଚନା କରିଥିବା ବେଳେ ପୂଜା କମିଟି ସଭାପତି ମଧୁସୂଦନ ପାଣ୍ତେ,ସଂପାଦକ ବେଣୁଧର ମଲ୍ଲିକ,ଗୋଲାପ ଦାଶ,କପୁର୍ଚନ ମଲ୍ଲିକ,ଯୋଗୀ ମଲ୍ଲିକ,ହୀରନ ମଲ୍ଲିକ,ଟିକେଲାଲ ମାହାର,ଅଲେଖ ଧରୁଆ,ମହନ ମାଝୀଙ୍କ ସମେତ ଯୁବ ବାହିନୀ ପରିଚାଳନା କରିଥିଲେ । ସେହିପରି ପୁରେନା,ଲଉଡିମାଲ ଗ୍ରାମ ଠାରେ ମା ଦୁର୍ଗେଇ ଦେବୀଙ୍କ ପୀଠରେ ମହା ସମାରୋହରେ ପାଳିତ ହୋଇଯାଇଛି । ( ରିପୋର୍ଟ – ନିରୋଜ କୁମାର ପାଣୀ )
No Result
View All Result