ଓଡ଼ିଶା ତାଜା ନ୍ୟୁଜ୍ (୩୦ ଡିସେମ୍ବର ବୁଧବାର )ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ଗୁମା ବ୍ଲକ ର ବିଭିନ୍ନ ପଞ୍ଚାୟତ ଗ୍ରସ୍ତ କରି ଖ୍ରୀଷ୍ଟୀୟ ଭାଇ ଓ ଭଉଣୀ ମାନଙ୍କୁ ଖ୍ରୀଷ୍ଟମାସ ଓ ନୂଆ ବର୍ଷ ର ଅଭିନନ୍ଦନ ଜଣାଇଥିଲେ ହାଇଟେକ ଗ୍ରୁପ ର ଅଧକ୍ଷ ଡ.ତିରୂପତି ପାଣିଗ୍ରାହୀ ଓ ହାଇଟେକ ଗ୍ରୁପର ନିର୍ଦେଶକ ରୂପେଶ ପାଣିଗ୍ରାହୀ l ବିଭିନ୍ନ ଅଞ୍ଚଳରେ ଦୁହିଁଙ୍କୁ ଗ୍ରାମବାସ ମାନେ ସ୍ୱାଗତ ଜଣାଇଥିଲେ । ଯୁବ ଗୋଷ୍ଠୀ ସହ ମିଶି ଆଗାମୀ ଦିନ ରେ ରୂପେଶ ପାଣିଗ୍ରାହୀ ,
ଅଞ୍ଚଳ ରେ ହେଉଥିବା କୃଷିଜାତ ସାମଗ୍ରୀ କୁ ନେଇ ଶିଳ୍ପ ପ୍ରତିଷ୍ଠା କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଦାଦନ ଖଟିବା ଅପେକ୍ଷା କୃଷି କୁ ପ୍ରାଧାନ୍ୟ ଦେଲେ ଯୁବକ ମାନଙ୍କ ଉର୍ଣ୍ଣତି ହେବ ବୋଲି କହିଲେ ଡକ୍ଟର ପାଣିଗ୍ରାହୀ । ଏହି ଗ୍ରସ୍ତ ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଯୁବ କଂଗ୍ରେସ ସଭାପତି ସୂର୍ଯ୍ୟନାରାୟଣ ପାତ୍ର, ବେନିକ ଗମାଙ୍ଗ,କୃଷ୍ଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ l
(ଗରୁଡ଼ ଧ୍ଵଜ ଚୌଧୁରୀ )