ଏ ପର୍ଯ୍ୟନ୍ତ ତା. ୧୯.୧.୨୦୨୦ରିଖ ସୁଦ୍ଧା ମୋଟ୍ ୧୪୯୬ ଜଣ ସ୍ୱେଚ୍ଛାସେବୀଙ୍କ ଠାରୁ ୧୪୯୬ ଇଉନିଟ୍ ରକ୍ତ ସଂଗ୍ରହ କରାଯାଇ ଥାଲାସେମିଆ ରୋଗୀ ଓ ଅନ୍ୟାନ୍ୟ ରୋଗୀଙ୍କର ଚିକିତ୍ସାରେ ବ୍ୟବହୃତ ହୋଇଆସୁଅଛି ।
ଯାଜପୁର (ଓଡିଶା ତାଜା ନିଉଜ ) ଯାଜପୁର 24/01/20 :- ସର୍ବପୁରାତନ ଓ ଶ୍ରେଷ୍ଠ ମାନବବାଦୀ ସଂଗଠନ ଭାବେ ରେଡ଼କ୍ରସ ଯେକୌଣସି ପରିସ୍ଥିତିରେ ଶତ୍ରୁ, ମିତ୍ର ଭାବ ଓ ରାଜନୈତିକ ଚିନ୍ତାଧାରା ନରଖି ସେବା ଦେଇଆସିଛି । ସେବାରେ ଆନନ୍ଦ ଓ ଦେବାରେ ଆନନ୍ଦ ଗୋଟିଏ ସ୍ଲୋଗାନ ଭାବରେ ନୁହେଁ ବରଂ ବାସ୍ତବିକତାରେ ପରିଣତ କରିଛି ରେଡ଼କ୍ରସ । ପ୍ରାକୃତିକ ବିପର୍ଯ୍ୟୟ ହେଉ କିମ୍ବା ମନୁଷ୍ୟକୃତ ଦୁର୍ଘଟଣା ହେଉ, ସୂଚନା ପାଇବା ମାତ୍ରେ ସହାୟତାର ହାତ ବଢ଼ାଇଛି ରେଡ଼କ୍ରସ । ରାସ୍ତା ଦୁର୍ଘଟଣାରେ ଆହତଙ୍କ ପାଇଁ, ଥାଲାସେମିଆ ଓ ଅନୁରୂପ ରୋଗରେ ପୀଡି଼ତଙ୍କ ଜୀବନରକ୍ଷା ପାଇଁ ନିୟମିତ ରକ୍ତର ଆବଶ୍ୟକତା ରହିଛି ।
ସ୍ୱାସ୍ଥ୍ୟ ହିଁ ସମ୍ପଦ । ଆଧୁନିକ ଜୀବନ ଶୈଳିରେ ମଣିଷ ବିଭିନ୍ନ ରୋଗରେ ପୀଡି଼ତ ହେଉଛି । ବିଭିନ୍ନ ରୋଗ ଏବଂ ଅପରେସନ ପାଇଁ ରକ୍ତ ଏକାନ୍ତ ଆବଶ୍ୟକତା ଅଛି । ଏପରି ପରିସ୍ଥିତି ଆସୁଛି ରକ୍ତ ବିନା ବହୁ ଅମୂଲ୍ୟ ଜୀବନର ଅବସାନ ଘଟୁଛି । ଏହି ଗୁରୁତ୍ୱକୁ ଉପଲବ୍ଧ କରି ଜିଲ୍ଲା ରେଡ଼କ୍ରସ ଶାଖା ଅଶୋକ ଦାସ ଫାଉଣ୍ଡେସନ (ଏକ ଅଣ ରାଜନୈତିକ ଓ ଅଣ ଲାଭାନ୍ୱିତ ସଂସ୍ଥା) ସହାୟତାରେ ତା ୪.୮.୨୦୧୯ ଠାରୁ ନିୟମିତ ଭାବରେ ସାପ୍ତାହିକ ରକ୍ତଦାନ ଶିବିର ଜିଲ୍ଲା ସଦର ମହକୁମାରେ ଅନୁଷ୍ଠିତ ହୋଇଆସୁଅଛି । ପ୍ରତ୍ୟେକ ପଂଚାୟତର ସ୍ୱେଚ୍ଛାସେବୀମାନେ ସ୍ୱେଚ୍ଛାକୃତ ରକ୍ତଦାନ କରିଆସୁଛନ୍ତି । ସ୍ୱେଚ୍ଛାସେବୀମାନଙ୍କୁ ସଚେତନ ହୋଇବାରେ ଅଶୋକ ଦାସ ଫାଉଣ୍ଡେସନର ସ୍ୱେଚ୍ଛାସେବୀ ମାନଙ୍କର ଭୂମିକା ଓ ସହଯୋଗ ଅତି ପ୍ରଶଂସନୀୟ ଅଟେ । ଶିବିର ଆୟୋଜନର ଆନୁସଙ୍ଗିକ ଖର୍ଚ୍ଚ ଜିଲ୍ଲା ରେଡ଼କ୍ରସ ଶାଖା ବହନ କରିଥାଏ । ଏ ପର୍ଯ୍ୟନ୍ତ ତା. ୧୯.୧.୨୦୨୦ରିଖ ସୁଦ୍ଧା ମୋଟ୍ ୧୪୯୬ ଜଣ ସ୍ୱେଚ୍ଛାସେବୀଙ୍କ ଠାରୁ ୧୪୯୬ ଇଉନିଟ୍ ରକ୍ତ ସଂଗ୍ରହ କରାଯାଇ ଥାଲାସେମିଆ ରୋଗୀ ଓ ଅନ୍ୟାନ୍ୟ ରୋଗୀଙ୍କର ଚିକିତ୍ସାରେ ବ୍ୟବହୃତ ହୋଇଆସୁଅଛି । – ରିପୋର୍ଟ – ବିଜୁ