ଓଡ଼ିଶା ତାଜା ନ୍ୟୁଜ୍ (୩୦ ଡିସେମ୍ବର ବୁଧବାର )ହିଞ୍ଜିଳିକାଟୁ :- ୨୦୨୦ ମସିହା ଶେଷ ହୋଇ ଆରମ୍ଭ ହେବାକୁ ଯାଉଛି ଇଂରାଜୀ ନବବର୍ଷ ୨୦୨୧ । ନୂତନ ବର୍ଷକୁ ସ୍ୱାଗତ କରିବା ପାଇଁ ହିଂଜିଳିକାଟୁ ପୌରାଂଚଳ ସମେତ ଆଖପାଖ ଅଂଚଳରେ ଉତ୍କଣ୍ଠା ଲାଗି ରହିଛି । ପ୍ରତ୍ୟେକ କ୍ୟାଲେଣ୍ଡର ବର୍ଷ ଶେଷ ହୋଇ ପୁଣି ଏକ ନୂତନ ବର୍ଷ ଆସିବା ପାଇଁ ଏକ ନିୟମିତ ପକ୍ରିୟା ହୋଇଥିଲେ ମଧ୍ୟ ଏହି ନୂତନ ବର୍ଷକୁ ସ୍ୱାଗତ ଜଣାଇବା ପାଇଁ ବିଭିନ୍ନ ମହଲରେ ଉତ୍କଣ୍ଠା ଓ ଉତ୍ସାହ ଲାଗି ରହିଛି । ଇଂରାଜୀ ନବବର୍ଷ ୨୦୨୧ର ଅବ୍ୟହିତ ପୂର୍ବରୁ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ନବବର୍ଷର ଶୁଭେଛା ବାର୍ତା ପ୍ରେରଣ ଆରମ୍ଭ ହୋଇଗଲାଣି । ନବବର୍ଷର ଏହି ଅଗ୍ରୀମ ଶୁଭେଛା ବ୍ୟତୀତ ସମସ୍ତେ ଅପେକ୍ଷା କରିଥାନ୍ତି ନବବର୍ଷର ଆଗମନକୁ । ବିଶେଷକରି ଡ଼ିସେମ୍ବର ମାସ ୩୧ ତାରିଖ ରାତି ୧୨ଟା ପରେ ନବବର୍ଷର ଶୁଭେଛା ଆଦାନ ପ୍ରଦାନ ଅଧିକ ମହତ୍ୱ ରଖିଥାଏ ।
ତେଣୁ ୩୧ ତାରିଖ ବିଳମ୍ବିତ ରାତିରୁ ନବବର୍ଷର ଉତ୍ସବ ପାଳନ ସହ ଶୁଭେଛା ବାର୍ତା ପ୍ରେରଣ ଅଧିକ ସକ୍ରିୟ ହୋଇଉଠିଛି । ଇଂରାଜୀ ନବବର୍ଷରେ ନିଜର ବନ୍ଧୁ, ପରିବାର, ଆତ୍ମୀୟସ୍ୱଜନ ଓ ଉପରିସ୍ଥ ଅଧିକାରୀଙ୍କୁ ଶୁଭେଛା ଜଣାଇବାକୁ ଅଧିକାଂଶ ବ୍ୟସ୍ତ ହୋଇ ଉଠିଥାନ୍ତି । ନବବର୍ଷର ଶୁଭେଛା ଜଣାଇବା ପାଇଁ ହିଂଜିଳିକାଟୁ ପୌରାଂଚଳ ସମେତ ଆଖପାଖ ଅଂଚଳରେ ଥିବା ଫୁଲ ଦୋକାନ ଗୁଡ଼ିକରେ ସ୍ୱତନ୍ତ୍ର ଭାବେ ଫୁଲତୋଡ଼ା ତିଆରି କରିବା ଲାଗି ଅର୍ଡ଼ର ଦିଆଯାଇଥିବା ଦେଖିବାକୁ ମିଳୁଛି । ନବବର୍ଷର ପ୍ରଥମ ଦିନକୁ ଆନନ୍ଦ ଉଲ୍ଲାସର ସହ ପାଳନ କରିବା ଲାଗି ଚାଲିଛି ବ୍ୟାପକ ପ୍ରସ୍ତୁତି । ପ୍ରିୟଜନକୁ ନୂତନ ବର୍ଷରେ ଫୁଲ ଉପହାର ଦେଇ ଶୁଭ ମନାସିବା ପାଇଁ ସମସ୍ତଙ୍କ ଠାରେ ଦେଖା ଦେଇଛି ଆଗ୍ରହ । ଗ୍ର।ହକଙ୍କ ଆଗ୍ରହକୁ ଦେଖି ହିଂଜିଳିକାଟୁ ପୌରାଂଚଳ ସମେତ ଆଖପାଖ ଅଂଚଳର ଫୁଲ ଦୋକାନ ଗୁଡ଼ିକରେ ବର୍ତମାନ ଠାରୁ ଭଳିକି ଭଳି ସୁଗନ୍ଧିତ ଏବଂ ସୁନ୍ଦର ଫୁଲ ବିକ୍ରି ହେଉଥିବା ଦେଖିବାକୁ ମିଳିଛି । ଇଂରାଜୀ ନବବର୍ଷ ପାଳନ ଅବସରରେ ହିଂଜିଳିକାଟୁ ପୌରାଂଚଳ ସମେତ ଆଖପାଖ ଅଂଚଳରେ ଥିବା ମକମଲ୍ଲୀ ଚାଷୀ ମାନଙ୍କ ଠାରେ ଫୁଲ ବ୍ୟବସାୟୀ ମାନଙ୍କ ଭିଡ଼ ଲାଗିଥିବା ଦେଖିବାକୁ ମିଳୁଛି ।(ରିପୋର୍ଟ : ଶୁସାନ୍ତ ପ୍ରଧାନ )