No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୮ ଡିସେମ୍ବର ସୋମବାର) ପଦ୍ମପୁର :- ପଦ୍ମପୁର ଉପଖଣ୍ତ ପାଇକମାଲ ବ୍ଲକ ଭେଙ୍ଗରାଜପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଥିଲା । ପଞ୍ଚାୟତ କାର୍ଯ୍ଯ ନିର୍ବାହୀ ଅଧିକାରୀ ଯମୁନା ଝାଙ୍କରଙ୍କ ଅଧ୍ୟକ୍ଷତାରେ ସଭାରେ ମୁଖ୍ୟ ଅତିଥି ଭାବେ ଭେଙ୍ଗରାଜପୁର ସମିତି ସଭ୍ୟ ତଥା ସମାଜସେବୀ ବିନୋଦ ବିହାରୀ ବିଶ୍ବାଳ,ସମ୍ମାନିତ ଅତିଥି ଭାବେ ସରପଞ୍ଚ ଭୀଷ୍ମଦେବ ସାହୁ ଯୋଗଦାନ କରି ନୁତନ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରିଥିଲେ ।

ଏହି ଗ୍ରାମ ପଞ୍ଚାୟତର ୭୫ଜଣ ହିତାଧିକାରୀଙ୍କୁ ୩ମାସର ୧୫୦୦ଲେଖାଏଁ ଟଙ୍କା ବଣ୍ଟନ କରା ଯାଇଥିଲା । ସଭା ଶେଷରେ ରଞ୍ଜନ ପାଣ୍ତେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । (ରିପୋର୍ଟ – ନିରୋଜ କୁମାର ପାଣୀ )
No Result
View All Result