No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୮ ଡିସେମ୍ବର ସୋମବାର ) ବରଗଡ଼ :- କରୋନା ଯୋଦ୍ଧା ସ୍ବର୍ଗତ ବିମ୍ବାଧର ଭୋଇଙ୍କ ପରିବାର ଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ମାଧ୍ୟମରେ (ବୀମା) ୫୦ ଲକ୍ଷ ଟଙ୍କା ର ସହାୟତା ପ୍ରଦାନ କରାଯାଇଛି । ଆଜି ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋ ଙ୍କ କକ୍ଷ ଠାରେ ୫୦ ଲକ୍ଷ ଟଙ୍କାର ଚେକ୍ ତାଙ୍କ ପତ୍ନୀ ବେଲମତୀ ଭୋଇ ଙ୍କୁ ପ୍ରଦାନ କରିଥିଲେ । ସ୍ବର୍ଗତ ବିମ୍ବାଧର ବରଗଡ଼ ଜିଲ୍ଲା ବିଜେପୁର ଗ୍ରାମ ପଞ୍ଚାୟତ ର କର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟ କରୁଥିବା ସମୟରେ ଗତ କରୋନା ସ°କ୍ରମିତ ହୋଇ ମୃତ୍ୟୁ ହୋଇଥିଲା । ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ତତ୍ପରତା ପ୍ରକାଶ କରାଯାଇ ସରକାରୀ ସହାୟତା ପ୍ରଦାନ କରିଥିଲେ । ଏହି ଅବସରରେ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ କୃତିବାସ ରାଉତ ଏବଂ ତାଙ୍କ ପରିବାରର ସଦସ୍ୟ ମାନେ ଉପସ୍ଥିତ ଥିଲେ । (ରିପୋର୍ଟ – ସତ୍ୟ ନାରାୟଣ ପ୍ରଧାନ)
No Result
View All Result