No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୮ ଡିସେମ୍ବର ସୋମବାର )ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ରେ ୧୩୬ତମ ଅଖିଳ ଭାରତୀୟ କଂଗ୍ରେସ ପାର୍ଟି ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଗଜପତି ଜିଲ୍ଲା କଂଗ୍ରେସ ସଭାପତି ତଥା ମୋହନା ବିଧାୟକ ଦାଶରଥି ଗମାଙ୍ଗ ମୂଖ୍ୟ ଅତିଥି ଭାବେ ଯୋଗଦେଇ ସର୍ବ ପ୍ରଥମେ କଂଗ୍ରେସ ଦଳୀୟ ପତାକା ଉତ୍ତୋଳନ କରିଥିଲେ । ପୂର୍ବତନ ବିଧାୟକ ତ୍ରିନାଥ ସାହୁଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ । ଏହାପରେ କଂଗ୍ରେସ କାର୍ଯ୍ୟାଳୟ ପରିସରରେ ଥିବା ସଭାଗୃହ ରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ କଂଗ୍ରେସ ଦଳର ମହାପୁରୁଷ ତଥା ମହାତ୍ମା ଗାନ୍ଧୀ, ଇନ୍ଦିରା ଗାନ୍ଧୀ, ପଣ୍ଡିତ ନେହେରୁ ଙ୍କ ନୀତି ଆଦର୍ଶ କୁ ଅନୁପ୍ରାଣିତ ହୋଇ ଆଗାମୀ ଦିନରେ କଂଗ୍ରେସ ଦଳକୁ ଆଗେଇ

ନେବା ପାଇଁ ସମସ୍ତ ନେତା କର୍ମୀ ଙ୍କୁ ଅନୁରୋଧ କରିଥିଲେ । ଶେଷରେ କଂଗ୍ରେସ ଦଳର ଯୁବ ସଭାପତି ଭାବରେ ନୂତନ ଦାୟିତ୍ୱ ନେଇଥିବା ସୂର୍ଯ୍ୟନାରାୟଣ ପାତ୍ର ଙ୍କୁ ଦଳୀୟ କାର୍ଯ୍ୟାଳୟରେ ସମ୍ବଦ୍ଧନା ଦିଆଯାଇ ଥିଲା । ଏହି କାର୍ଯ୍ୟକ୍ରମ ରେ ଗୁମ୍ମା ବ୍ଲକର ମଣ୍ଟୁ ପାଣି,ବେର୍ନୀକ ଗମାଙ୍ଗ ,ମହନ ମିସାଲ , ମୋହନା ବ୍ଲକ ର ଗୈରୀଣଙ୍କର ପ୍ରଧାନି, ଲକ୍ଷଣ ବଳିଆର ସିଂହ, ଶଙ୍କର ପ୍ରଧାନ, ପାରଳାଖେମୁଣ୍ଡି ର ରାଜା ପାତ୍ର,ବାପି ପଣ୍ଡା, କୁନା ମାଝି, ଗୋବିନ୍ଦ ପାଢି, ବାବୁଲି ସାହୁ, ବିଷ୍ଣୁ ପାଢ଼ୀ, ପ୍ରମୁଖ ନେତା କର୍ମୀ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ କୁ ନଗର କଂଗ୍ରେସ ସଭାପତି ବସନ୍ତ କୁମାର ପଣ୍ଡା ପରିଚାଳନା କରିଥିଲେ । ( ରିପୋର୍ଟ ଗରୁଡ଼ ଧ୍ୱଜ ଚୌଧୁରୀ )
No Result
View All Result