ଭୁବଶ୍ୱେର (ଓଡିଶା ତାଜା ନିଉଜ ) 23/01/20 :- କୃଷି କ୍ଷେତ୍ରରେ ମହିଳାମାନଙ୍କର ଅବଦାନ ଅନସ୍ୱୀକାର୍ଯ୍ୟ । କୃଷି କ୍ଷେତ୍ରରେ ମହିଳାମାନେ ଅଧିକରୁ ଅଧିକ ସଂଖ୍ୟାରେ ସାମିଲ ହୋଇ ଯେପରି ଆର୍ଥିକ ଦୃଷ୍ଟିକୋଣରୁ ଲାଭବାନ ହୋଇପାରିବେ ସେଥି ପାଇଁ ନୂତନ ଯୋଜନା ପ୍ରସ୍ତୁତ କରାଯାଉଛି ବୋଲି ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ କହିଛନ୍ତି । ଆଜି କୃଷି ଓଡ଼ିଶାର ଚତୁର୍ଥ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀମତୀ ସାହୁ କହିଲେ କୃଷି ଓଡ଼ିଶାର ଗୋଟିଏ ଦିବସକୁ ମହିଳାମାନଙ୍କୁ ଉତ୍ସର୍ଗୀକୃତ କରାଯାଇଥିବା ମହିଳାମାନଙ୍କ ନିମନ୍ତେ ସ୧ାନ ଆଣିଦେଇଛି । ଉତ୍ସବରେ ଅଧ୍ୟକ୍ଷତା କରି କୃଷି ଓ କୃଷକ ସଶକ୍ତିକରଣ,
ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଲେ ଯେ ଚାଷ ପରିବାରର ଆୟ ଦ୍ୱିଗୁଣିତ ଓ ବହୁଗୁଣିତ କରିବା ଦିଗରେ ମହିଳାମାଙ୍କର ଅବଦା ନି୧⁄୨ିତ ରୂପେ ରହିଛି । ଜନଜାତି ବହୁଳ ଇଲାକା ଓ ପାର୍ବତ୍ୟାଞ୍ଚଳଗୁଡ଼ିକରେ ମହିଳାମାନେ କଠିନ ପରିଶ୍ରମୀ ଏବଂ ଅର୍ଥନୈତିକ ଉନ୍ନତିରେ ସେମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।
ଏହା “ସହିତ ଚାଷରେ ବିବିଧତା ଆଣି ଅଧିକରୁ ଅଧିକ ଅର୍ଥକରୀ ଫସଲ ନିମନ୍ତେ କୃଷକମାନେ କିପରି ଅ।ଗ୍ରହୀ ହେବେ ସେଥି ନିମନ୍ତେ ରାଜ୍ୟ ସରକାର ଅନେକ ପ୍ରୋତ୍ସାହନ ଯୋଗାଇ ଦେଇଛନ୍ତି ବୋଲି ମନ୍ତ୍ରୀ ଡ. ସାହୁ କହିଥିଲେ । ଉନ୍ନତ ଜ୍ଞାନକୌଶଳ ଓ ଚାଷ ପଦ୍ଧତି ପ୍ରୟୋଗ ଫଳରେ କମ ଜମିରେ ଅଧିକ ଫସଲ ଆଜି କରାଯାଇପାରୁଛି । ସାଂପ୍ରତିକ ପରିସ୍ଥିତିରେ କୃଷି ଓ ଆନୁଷଙ୍ଗିକ କୃଷିରେ ଅଧିକରୁ ଅଧିକ ଲୋକଙ୍କୁ ରୋଜଗାର ଯୋଗାଇବାର ମାଧ୍ୟମ ହୋଇପାରିଛି ବୋଲି ମନ୍ତ୍ରୀ ଡ. ସାହୁ ତାଙ୍କ ବକ୍ତବ୍ୟରେ କହିଥିଲେ ।
ଉତ୍ସବରେ ସ୧ାନିତ ଅତିଥି ଭାବେ ଭୁବଶ୍ୱେର (ମଧ୍ୟ) ବିଧାୟକ ଅନନ୍ତ ନାରାୟଣ ଜେନା, ଓଡ଼ିଶା ରାଜ୍ୟ ବିହନିଗମର ଅଧ୍ୟକ୍ଷ ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ, ଓଡ଼ିଶା କୃଷି ଶିଳ୍ପ ନିଗମର ଅଧ୍ୟକ୍ଷ ଦେବାଶିଷ ମହାନ୍ତି ଏବଂ ଅନ୍ତର୍ଜାତୀୟ ଧାନ ଗବେଷଣା କେନ୍ଦ୍ରର ରିସର୍ଚ୍ଚ ଲିଡର ରଂଜିତା ପୁସ୍କର ପ୍ରମୁଖ ଯୋଗଦେଇ ରାଜ୍ୟରେ କୃଷିର ବିକାଶ ଦିଗରେ ମହିଳାମାନଙ୍କର ଅବଦାନ ସଂପର୍କରେ ଆଲୋପାତ କରିଥିଲେ ।
ପ୍ରାରମ୍ଭରେ ବାଣିଜ୍ୟ ଓ ପରିବହ ବିଭାଗର କମିଶନର ତଥା ଶାସ ସଚିବ ଓ କୃଷି ସଶକ୍ତିକରଣ ବିଭାଗର ସ୍ୱତବ ଶାସନ ସଚିବ ଡ. ପ୍ରମୋଦ କୁମାର ମେହେର୍ଦ୍ଦା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଶେଷରେ ମତ୍ସ୍ୟ ନିର୍ଦ୍ଦେଶକ ଡ. ଏନ୍. ତିରୁମାଲା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।