No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୮ ଡିସେମ୍ବର ସୋମବାର )ହିଞ୍ଜିଳିକାଟୁ :- ଅନ୍ନଦାତାଙ୍କ ଦାବିକୁ ସମ୍ମାନ ଜଣାଇବା ବଦଳରେ ଭୁଆଁ ବୁଲାଇ ଚାଲିଛନ୍ତ କେନ୍ଦ୍ର ସରକାର । ମାସକରୁ ଅଧିକ ସମୟ ହେଲା ହାଡ଼ଭଙ୍ଗା ଶୀତ କାକରରେ ଲକ୍ଷ ଲକ୍ଷ ଚାଷୀ ରାଜଧାନୀ ଦିଲ୍ଲୀର ପ୍ରବଶେ ପଥରେ ପଡ଼ି ରହି ଦେଶବାସୀଙ୍କ ପାଇଁ ଏତିହାସିକ ସଂଘର୍ଷ କରି ଆସୁଛନ୍ତି । ସେମାନଙ୍କ ଦାବି ତୁରନ୍ତ ମାନି ନେବା ବଦଳରେ କୃଷକଙ୍କ ଦେଶ ଦ୍ରୋହୀ, ଅର୍ବାନ, ନକ୍ସଲ, ବିରୋଧୀଦଳା ଚାଲ କହି ବଦନାମ କରିବାକୁ ଚେଷ୍ଟା କରୁଛନ୍ତି ମୋଦି ସରକାର । ରାବିବାର ଏହାର ପ୍ରତିବାଦ ଏକ ନିଆରା ଢଙ୍ଗରେ କରିଛନ୍ତି ଚାଷୀ । ରବିବାର ଥିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମ । ଅ୍ଧମ ଏଭଳି କାର୍ଯ୍ୟକ୍ରମକୁ ଭଙ୍ଗୁର କରିବା ଓ କେନ୍ଦ୍ର ସରକାରଙ୍କୁ ଉଚିତ ଜବାବ ଦେବା ପାଇଁ ସଂଯକ୍ତ କୃଷକ ମୋର୍ଚ୍ଚା, ଅଖିିଳ ଭାରତ କୃଷକ ସଂର୍ଘଷ ସମ୍ମନୟ ସମିତି ଦେଶ ବ୍ୟାପି ଘଂଟ ଥାଲି ପିଟି ପ୍ରତିବାଦ କରିବାକୁୁ ଆହ୍ୱାନ ଜଣାଇଥିଲେ ।
ଏହାକୁ ସଫଳ କରିବା ପାଇଁ କ୍ରାନ୍ତିକାରୀ କୃଷକ ସଭା ଗଂଜାମ ଜିଲ୍ଲା କମିଟି ପକ୍ଷରୁ ହିଞ୍ଜିଳିକାଟୁ ବ୍ଳକ ଚାନ୍ଦୁଲି ପଂଚାୟତରେ କୃଷକ, ଭାଗଚାଷୀ ଓ କ୍ଷେତମୁଲିଆଙ୍କ ପକ୍ଷରୁ ଘଂଟ ଥାଳି ପିଟି ପ୍ରତିବାଦ କରାଯିବା ସହ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ପରେ ସଂପୃକ୍ତ ଗ୍ରାମରେ ଏକ ସଭାର ଆୟୋଜନ କରାଯାଇଥିଲା । କ୍ରାନ୍ତିକାରୀ କୃଷକ ସଭା ରାଜ୍ୟ ସମ୍ପାଦକ ଶଙ୍କର ସାହୁ ଯୋଗ ଦେଇ କହିଥିଲେ ଦିଲ୍ଲୀରେ ୪୦ରୁ ଅଧିକ କୃଷକ ଆନ୍ଦୋଳନ ସମୟରେ ଜୀବନବଳି ଦେଇ ସାରିଲେଣି । ସ୍ୱାଧିନତା ପରେ ଏହା ଦେଶର ସବୁଠାରୁ ବଡ଼ ଧରଣର କୃଷକ ବିଦ୍ରୋହ । ଏହା ସତ୍ୱେ କେନ୍ଦ୍ର ସରକାର ପ୍ରଣୟନ କରିଥିବା ୩କୃଷି ଆଇନକୁ ପ୍ରତ୍ୟାହାର କରିବାକୁ କୁଣ୍ଠାବୋଧ କରୁଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ଚାଷୀ ନେତା ଅବନି ଗୟା, ମନୋଜ ତରାଇ, ମିଥୁନ ନାହାକ, ଶାନ୍ତି ଦାଶ, ସୁଦେଷ୍ଣା ନାହାକଙ୍କ ସମେତ ବହୁ ଚାଷୀ ଅଂଶ ଗ୍ରହଣ କରିଥିଲେ । ( ରିପୋର୍ଟ : ଶୁସାନ୍ତ ପ୍ରଧାନ )
No Result
View All Result