• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

ବିଶ୍ୱ ଓଡ଼ିଆ ମହୋତ୍ସବ ଉଦଯାପିତ ଶ୍ରେଷ୍ଠ ଓଡିଶା ଗଠନ ପାଇଁ ବଜ୍ର ଶପଥର ଘୋଷଣା

Proprietor Abhimanyu Maharana by Proprietor Abhimanyu Maharana
December 28, 2020
in Uncategorized, ଓଡ଼ିଶା, ଦେଶ, ବିଶ୍ଵ, ହୋମ୍
0
ବିଶ୍ୱ ଓଡ଼ିଆ ମହୋତ୍ସବ ଉଦଯାପିତ ଶ୍ରେଷ୍ଠ ଓଡିଶା ଗଠନ ପାଇଁ ବଜ୍ର ଶପଥର ଘୋଷଣା
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୨୮ ଡିସେମ୍ବର ସୋମବାର ) କାଲିଫର୍ଣ୍ଣିଆ , ଭୁବନେଶ୍ୱର :-  ପ୍ରବାସୀ ଓଡ଼ିଆ ମାନଙ୍କ ତରଫରୁ ନିଜର ମାତୃ ପ୍ରଦେଶର ହୃତ ଗୌରବ, ସୁପ୍ତ ସୌରଭ ଏବଂ ଲୁପ୍ତ ବୈଭବକୁ ଉଜ୍ଜୀବିତ କରି ସ୍ବର୍ଣ୍ଣାଭ ଓଡ଼ିଶାର ନବନିର୍ମାଣ କରିବା ପାଇଁ ବଜ୍ର ଶପଥ ଗ୍ରହଣ କରାଯାଇଛି | ଓଡିଶା ସୋସାଇଟି ଅଫ ଆମେରିକାଜ (ଓସା) ଏବଂ ୩୨ଟି ଦେଶର ଓଡିଶା ସମାଜ ତଥା ପ୍ରବାସୀ ଓଡ଼ିଆ ସାଂସ୍କୃତିକ ଓ ସାମାଜିକ ସଂଗଠନ ମାନଙ୍କର ମିଳିତ ଆନୁକୁଳ୍ୟରେ ଆୟୋଜିତ ଦୁଇଦୁନିଆ ବିଶ୍ୱ ଓଡ଼ିଆ ୱେବ ମହୋତ୍ସବ ଅବସରରେ ଏହି ପ୍ରତିବଦ୍ଧତା କୁ ସାଧାରଣରେ ପରିପ୍ରକାଶ କରାଯାଇଛି | ମହାସମ୍ମିଳନୀର ସମାପନ ସମାରୋହରେ ଭାଗ ନେଇଥିବା ତୁଙ୍ଗ ପ୍ରବାସୀ ଓଡ଼ିଆ ସଂପ୍ରଦାୟର ନେତ୍ରୁବୃନ୍ଦମାନେ ଓଡ଼ିଆ ଅସ୍ମିତା ଓ ବ୍ରାଣ୍ଡ ଓଡ଼ିଶାର ଉପସ୍ଥିତି, ପରିଚିତି ଏବଂ ପାରଦର୍ଶିତାକୁ ବିଶ୍ୱ ଦରବାରରେ ପ୍ରତିପାଦନ, ପ୍ରମାଣିତ ଓ ପ୍ରୋତ୍ସାହିତ କରିବା ପାଇଁ ସେମାନଙ୍କର ଭୀଷ୍ମ ପ୍ରତିଜ୍ଞାର ଉଦଘୋଷଣା କରିଥିଲେ |

ବିଶେଷକରି ୨୦୩୬ ମସିହାରେ ଭାଷା ଭିତ୍ତିକ ରାଜ୍ୟ ଗଠନର ଶତବାର୍ଷିକୀ ପାଳନ କରାଯିବା ପରିପେକ୍ଷୀରେ ଶ୍ରେଷ୍ଠ ଓଡିଶା ଗଠନର ସ୍ବପ୍ନକୁ ସାକାର କରିବା ପାଇଁ ଦୁରଦୃଷ୍ଟି ସଂପନ୍ନ ଯୋଜନାର ଖସଡ଼ା ଏବଂ ଭବିଷ୍ୟତ ମାର୍ଗର ମାନଚିତ୍ର ପ୍ରସ୍ତୁତି ପାଇଁ ସଂକଳ୍ପବଦ୍ଧ ଉଦ୍ୟମର ଅୟମ ଆରମ୍ଭ କରାଯିବା ନେଇ ଶୀର୍ଷ ସମାବେଶରେ ସର୍ବସମ୍ମତି ପ୍ରକାଶ ପାଇଥିଲା | ଭିଡ଼ିଓ କନଫରେନସିଂ ଜରିଆରେ ପ୍ରଥମଥର ପାଇଁ ଅନୁଷ୍ଠିତ ହୋଇଥିବା ଏହି ପ୍ରବାସୀ ଓଡ଼ିଆ ସାଂସ୍କୃତିକ ମହାକୁମ୍ଭ ଐତିହାସିକ ଓ ଅଭୂତପୂର୍ବ ସଫଳତା ହାସଲ କରିଥିବା ଜଣାଯାଇଛି | ସାରା ପୃଥିବୀର ଓଡ଼ିଆ ଓ ଓଡ଼ିଶାବାସୀ ମାନଙ୍କ ମହଲରେ ଏହି ଅନନ୍ୟ ଆସରକୁ ନେଇ ଅପୂର୍ବ ଉତ୍ସୁକତା ଏବଂ ପ୍ରବଳ ଆନନ୍ଦ,ଉତ୍ସାହ, ଉଲ୍ଲାସ ଓ ଉଦ୍ଦୀପନା ସୃଷ୍ଟି ହୋଇଥିବା ପରିଲ୍ଲଖିତ କରାଯାଇଛି |

ସମଗ୍ର ଦୁନିଆର ଓଡ଼ିଆ ମାନଙ୍କୁ ଏହି ମହୋତ୍ସବ ଯେଭଳି ଏକ ମୈତ୍ରୀ, ପ୍ରୀତି, ଭାତୃତ୍ଵ, ଏବଂ ଏକତା ସୂତ୍ରରେ ବାନ୍ଧିବାର ନିଆରା ବାର୍ତ୍ତା ପ୍ରଦାନ କରିବାକୁ ସକ୍ଷମ ହୋଇଛି, ତାହା ଅଶ୍ରୁତପୁର୍ବ ଓ ଆଶ୍ଚର୍ଯ୍ୟଜନକ ବୋଲି ଆୟୋଜକ ମାନେ ପ୍ରକାଶ କରିଛନ୍ତି | ଉଦଯାପନୀ ଅଧୀବେଷଣରେ ସମ୍ମାନିତ ଅତିଥି,ଭାବରେ ଯୋଗଦେଇ ଓଡିଶା ସରକାରଙ୍କର ‘ମୋ କଲେଜ’ ସଂସ୍ଥାର ଅଧ୍ୟକ୍ଷ ଆକାଶ ଦାସନାୟକ ଏକଦା ଗଂଗାଠାରୁ ଗୋଦାବରୀ ପର୍ଯ୍ୟନ୍ତ ପରିବ୍ୟାପ୍ତ ଥିବା ଆମର ବିଶାଳ ସାମ୍ରାଜ୍ୟର ପ୍ରଭୁତ୍ୱ ଓ ଭୂମିତଳେ ଓ ଭୁପୃଷ୍ଠରେ ଥିବା ସଂପଦର ପ୍ରାଚୁର୍ଯ୍ୟ ତଥା ଏକ ଜାତି ହିସାବରେ ଓଡ଼ିଆଙ୍କର ଶ୍ରେଷ୍ଠତ୍ଵ ସଦାସର୍ବଦା ଅବିସମ୍ବାଦିତ ବୋଲି ଉଲ୍ଲେଖ କରିଥିଲେ | ତେବେ ଆଜି ଆମର ଅସଲ ଶକ୍ତିକୁ ସ୍ମରଣ କରିବାର ସଠିକ ସମୟ ଆସିଛି ଓ ପ୍ରବାସୀ ଓଡ଼ିଆ ମହୋତ୍ସବ ଆମକୁ ଏଥିପାଇଁ ପ୍ରକୃଷ୍ଟ ମଞ୍ଚ ଯୋଗାଇଥିବା ଶ୍ରୀ ଦାସନାୟକ ସୁଚାଇଥିଲେ |

ଅନ୍ୟତମ ବିଶିଷ୍ଟ ଅତିଥି ଭାବରେ ଇଣ୍ଟରନେଟ ସମାବେଶକୁ ସମ୍ବୋଧନ କରି ଓଲିଉଡ଼ ତାରକା ସବ୍ୟସାଚୀ ମିଶ୍ର , ବସୁଧୈବ କଟୁମ୍ବକମର ଭାବନାକୁ କାର୍ଯ୍ୟରେ ପରିଣତ କରିବା ପାଇଁ ଆହ୍ବାନ ଜଣାଇଥିଲେ | ସମ୍ମିଳନୀରେ ଉଦବୋଧନ ଦେଇ ଓସାର ପୂର୍ବତନ ସଭାପତି ଡ଼ଃ ଶୀତିକଣ୍ଠ ଦାଶ, ଆମେରିକାରେ ପାରମ୍ପରିକ ପାଠ୍ୟକ୍ରମ ସହିତ ନୃତ୍ୟ , ସଂଗୀତ କଳା ଓ ସଂସ୍କୃତି ଆଦି କ୍ଷେତ୍ରରେ ଉଚ୍ଚଶିକ୍ଷା ପାଇଁ ଇଚ୍ଛୁକ ପ୍ରାର୍ଥୀ ମାନଙ୍କ ପାଇଁ ଫୁଲବ୍ରାଇଟ ଢାଞ୍ଚାରେ ଡ଼ଃ ଦାଶ ଫାଉଣ୍ଡେସନ ଓ ଓସା ସ୍କଲାରସିପ ପ୍ରାରମ୍ଭ କରିବାର ଘୋଷଣା କରିଥିଲେ | ଓସାର ସଭାପତି କୁକୁ ଦାସ ତାଙ୍କର ଉପସଂହାର ବ୍ୟକ୍ତବ୍ୟ ପ୍ରଦାନ କରି ଏହା ସମାପନ ନୁହଁ ବରଂ ପରବର୍ତ୍ତୀ ସୋପାନର ଆରମ୍ଭ ବୋଲି ଦର୍ଶାଇଥିଲେ | ମହୋତ୍ସବ ପାଇଁ ଦୁଇମାସର ଆୟୋଜନ ସମୟରେ ସାରା ପୃଥିବୀର ଯେଉଁ ଭାଇ ଭଉଣୀ ମାନେ ତାଙ୍କ ସହିତ ସାମିଲ ହୋଇଛନ୍ତି,ସେମାନଙ୍କ ସହିତ ଓଡିଶା ଓ ଓଡ଼ିଆଙ୍କର ଉତଥାନ ପାଇଁ ଆଗେବି ସେ କାର୍ଯ୍ୟ ଜାରୀରଖିବେ ବୋଲି ଶ୍ରୀମତୀ ଦାସ ପ୍ରକାଶ କରିଥିଲେ |

ଓସାର ଉପସଭାପତି ଅନୀଲ ପଟ୍ଟନାୟକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣକାରୀ ମାନଙ୍କୁ ଏବଂ କୋଷାଧ୍ୟକ୍ଷ ଉତ୍କଳ ନାୟକ ପ୍ରୋତ୍ସାହକ ତଥା ବୈଷୟିକ ସହଯୋଗକାରୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ | ଏହି ଅବସରରେ ମହୋତ୍ସବର ଆୟୋଜନ ସଂପର୍କରେ ନିଜର ବିଶେଷ ଅନୁଭୂତି ବର୍ଣ୍ଣନା କରିଥିବା ଅନ୍ତର୍ଜାତୀକ ଆୟୋଜକ ମାନଙ୍କ ମଧ୍ୟରେ ବାହାରିନରୁ ଅରୁଣ ପ୍ରହରାଜ, ଫିଂଲ୍ୟାଣ୍ଡରୁ ସୁମିତା,ଆୟାରଲ୍ୟାଣ୍ଡରୁ ସଂଜୀବ ବାରିକ ଓ ଶୁଭଶ୍ରୀ, ଭାରତରୁ କିଶୋର ଦ୍ବିବେଦୀ, ମନୋଜ ପାତ୍ର ଓ ଦେବେନ୍ଦ୍ର ରାଉତ,କୁଏତରୁ ଗିରିଜା ଶଙ୍କର ପାଢ଼ୀ,ନେଦରଲ୍ୟାଣ୍ଡରୁ ଶାଶ୍ୱତ ପାଢ଼ୀ, ଦୀପକ କୁମାର ପରିଡା, ନାଇଜେରିଆରୁ ରମେଶ ବିଶ୍ୱାଳ,ଓମାନରୁ ମନୋଜ ମହାପାତ୍ର, କାତାରରୁ ସୁସ୍ମିତା ପଟ୍ଟନାୟକ , ରୂସର ସନ୍ତୋଷ ମିଶ୍ର , ସିଙ୍ଗାପୁରରୁ ଡ଼ଃ ବିଜୟଲକ୍ଷ୍ମୀ ମହାନ୍ତି , ସୁଇଜରଲ୍ୟାଣ୍ଡ ରୁ ଡ଼ଃ ବିଜୟଶ୍ରୀ ସାମଲ ଓ ଅକ୍ଷୟ ପାତ୍ର , ଥାଇଲ୍ୟାଣ୍ଡରୁ ଡ଼ଃ ଆଦ୍ର୍ରିସ ବ୍ରହ୍ମଦତ୍ତ ଓ ଶ୍ରୀ ସ୍ୱାମୀ, ୟୁ.ଏ.ଇ.ରୁ ଅମୀୟ ମିଶ୍ର ଓ ପ୍ରିତୀଶ ଦାଶ , ମାଲେସିଆରୁ ରଙ୍ଗାଧର , ୟୁ.କେ.ରୁ

ସୁମନ୍ତ ମାନସିଂହ, ଶିବରଞ୍ଜନ ବିଶ୍ୱାଳ,ସୁସ୍ମିତା ରାଜହଂସ,ଡ଼ଃ ଭାଗ୍ୟଶ୍ରୀ ସିଂହ , ଆବୁଧାବୀରୁ ପ୍ରଦୀପ କୁମାର ରଥ, ରୁଆଣ୍ଡାରୁ ଅଭିଳାସ ନନ୍ଦ, ଆମେରିକାରୁ ଓସାର ସଂପାଦକ ବିବେକ ଦାସ, ନିଶିକାନ୍ତ ସାହୁ, ଦେବରାୟ, ବସନ୍ତ ପରିଡା, ଦୁର୍ଗା ମିଶ୍ର, ଅଞ୍ଜଳିକା ପଟ୍ଟନାୟକ, ଭବାନୀ ବକସି, ମିତା ମହାପାତ୍ର, ସରିତା ଜଗତଜିତା, ଦୀପକ ସାହୁ,ଅପରାଜିତା ମିଶ୍ର,ଅନନ୍ୟା ବକସି, ମନସ୍ଵୀ ମିଶ୍ର, ସୁଶ୍ରୀ ରିୟା ଏବଂ କାନାଡାରୁ ଡ଼ଃ ସୁନନ୍ଦା ମିଶ୍ର ପଣ୍ଡା ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ | ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନରେ ସ୍ୱତନ୍ତ୍ର ସହାୟତା ପାଇଁ ପ୍ରସିଦ୍ଧ ବାଲୁକା ଶିଳ୍ପୀ ସୁଦାମ ପ୍ରଧାନ, ଚ୍ଚିତ୍ରତାରକା ସବ୍ୟସାଚୀ ମିଶ୍ର ଏବଂ ଓଡିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ ଡ଼ଃ ସଂଗୀତା ଗୋସାଇଁଙ୍କୁ କୃତଜ୍ଞନ୍ତା ଜଣାଇଥିଲେ | ମହୋତ୍ସବର ସଫଳତାରେ ଯୋଗଦାନ ପାଇଁ ଉପଦେଷ୍ଟା ଡ଼ଃ ଅରବିନ୍ଦ ପାଢ଼ୀ,ଡ଼ଃ ଶୀତିକଣ୍ଠ ଦାଶ ଓ ଧୀରେନ୍ଦ୍ର କରଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା | ଭରଚୁଆଲ ସଭା ଆରମ୍ଭରେ ପ୍ରବାସୀ ଓଡ଼ିଆ କରୋନା ମୃତକ ମାନଙ୍କର ସ୍ମୃତି ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା କରାଯାଇଥିଲା |

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
୭ମ ମାଁ ବସ୍ତରେନ୍ କ୍ରିକେଟ ଟୁର୍ନାମେଣ୍ଟ ମ୍ୟାଚ୍ ଉଦଯାପିତ

୭ମ ମାଁ ବସ୍ତରେନ୍ କ୍ରିକେଟ ଟୁର୍ନାମେଣ୍ଟ ମ୍ୟାଚ୍ ଉଦଯାପିତ

March 9, 2026
ଏକାମ୍ର ହାଟରେ “ସପ୍ତାହର କାରିଗର” କାର୍ଯ୍ୟକ୍ରମର ଶୁଭାରମ୍ଭ

Launch of “Craftsperson of the Week” Programme at Ekamra Haat

March 9, 2026
ଏକାମ୍ର ହାଟରେ “ସପ୍ତାହର କାରିଗର” କାର୍ଯ୍ୟକ୍ରମର ଶୁଭାରମ୍ଭ

ଏକାମ୍ର ହାଟରେ “ସପ୍ତାହର କାରିଗର” କାର୍ଯ୍ୟକ୍ରମର ଶୁଭାରମ୍ଭ

March 9, 2026
ସିଟୁ ଓ ମହିଳା ସମିତି ତରଫରୁ କଣ୍ଟିଲୋଠାରେ ବିଶ୍ଵ ମହିଳା ଦିବସ ପାଳିତ

ସିଟୁ ଓ ମହିଳା ସମିତି ତରଫରୁ କଣ୍ଟିଲୋଠାରେ ବିଶ୍ଵ ମହିଳା ଦିବସ ପାଳିତ

March 9, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

୭ମ ମାଁ ବସ୍ତରେନ୍ କ୍ରିକେଟ ଟୁର୍ନାମେଣ୍ଟ ମ୍ୟାଚ୍ ଉଦଯାପିତ

୭ମ ମାଁ ବସ୍ତରେନ୍ କ୍ରିକେଟ ଟୁର୍ନାମେଣ୍ଟ ମ୍ୟାଚ୍ ଉଦଯାପିତ

March 9, 2026
ଏକାମ୍ର ହାଟରେ “ସପ୍ତାହର କାରିଗର” କାର୍ଯ୍ୟକ୍ରମର ଶୁଭାରମ୍ଭ

Launch of “Craftsperson of the Week” Programme at Ekamra Haat

March 9, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version