No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୮ ଡିସେମ୍ବର ସୋମବାର ) କଟକ :- ଭାରତ ବର୍ଷର ସଂଗ୍ରାମୀ ଛାତ୍ର ସଂଗଠନ ଏ ଆଇ ଡି ଏସ ଓ ର ୬୭ ତମ ପ୍ରତିଷ୍ଠା ଦିବସ ବାରଙ୍ଗର ଦାଢାପାଟଣା ଠାରେ ସୋମବାର ପାଳିତ ହୋଇଯାଇଛି । ଏଆଇଡିଏସଓ ବାରଙ୍ଗ ଆଞ୍ଚଳିକ କମିଟିର ସମ୍ପାଦକ ଭାଗ୍ୟଶ୍ରୀ ପ୍ରଧାନ ସଂଗଠନର ପତାକା ଉତ୍ତୋଳନ କରିବା ସହ , ମହାନ ଚିନ୍ତାନାୟକ ଶିବଦାଶ ଘୋଷଙ୍କ ଫଟୋଚିତ୍ର ରେ ମାଲ୍ୟାର୍ପଣ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ସଂଗଠନର ବାରଙ୍ଗ ଆଞ୍ଚଳିକ କମିଟି ର ସହ-ସମ୍ପାଦକ ରାଜେଶ ରାଉତ, ବର୍ଷା ସାମଲ, ଚିଙ୍କି ସାମଲ, ପିଙ୍କି ମୁର୍ମୁ ପ୍ରମୁଖ ଉପସ୍ଥିତ ଥିଲେ । ସର୍ଵଶେଷରେ କମ୍ରେଡ ଶିବ ଦାଶ ଘୋଷଙ୍କ ଉପରେ ରଚିତ ସଙ୍ଗୀତ ଗାନ କରାଯାଇଥିଲା । ଜାତୀୟ ଶିକ୍ଷା ୨୦୨୦ କୁ ବାତିଲ କରିବା ପାଇଁ ଆନ୍ଦୋଳନକୁ ଶକ୍ତିଶାଳି କରିବା ସହ ଦେଶରେ ଚାଲିଥିବା କୃଷକ ଆନ୍ଦୋଳନକୁ ଶକ୍ତିଶାଳୀ କରିବାକୁ ସଂଗଠନର ସଦସ୍ୟ ମାନେ ଆହ୍ୱାନ ଦେଇଥିଲେ । ( ରିପୋର୍ଟ – ଅମୂଲ୍ୟ କୁମାର ବାରିକ )
No Result
View All Result