ମାହାଙ୍ଗା (ଓଡିଶା ତାଜା ନିଉଜ ) 23/01/20:- ଆଜିର ଆଧୁନିକ ସମାଜରେ ଶୃଙ୍ଖଳା ଶିକ୍ଷାର ମାନଦଣ୍ଡ ହେବା ଅପରିହାର୍ଯ୍ୟ, ଶୃଙ୍ଖଳା ନଥିଲେ ଶିକ୍ଷାର ମୂଲ୍ୟ ନାଇଁ, ଜୀବନରେ ଭଲ ମଣିଷ ହେବାକୁ ହେଲେ ଶୃଙ୍ଖଳାକୁ ହିଁ ଶିକ୍ଷାର ଏକ ଅଙ୍ଗ କରିବା ଆବଶ୍ୟକ ବୋଲି ମନ୍ତ୍ରୀ ପ୍ରତାପ ଜେନା ନିଶ୍ଚନ୍ତକୋଇଲି ଖଣ୍ଡା ସାହି ସ୍ଥିତ ଡ଼ା. ଦେବ ମହାନ୍ତି ପବ୍ଲିକ ସ୍କୁଲ ର ଷଷ୍ଠ ବାର୍ଷିକ ଉତ୍ସବ ଓ ନେତାଜୀ ଜୟନ୍ତୀ ଉଦଘାଟନ ଉତ୍ସବରେ ଯୋଗଦେଇ ମତପୋଷଣ କରିଥିଲେ,
ସ୍କୁଲ ର ଅଧ୍ୟକ୍ଷ ଙ୍କ ଡ଼ା ଦେବ ମହାନ୍ତିଙ୍କ ପୌରହିତ୍ୟରେ ଆୟୋଜିତ ଉତ୍ସବ ରେ ମୁଖ୍ୟ ଅଥିଥି ଭାବେ ଆଡିସିନାଲ ପୋଲିସ ଡ଼ାଇରେକ୍ଟର ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ ଯୋଗ ଦେଇ ନିଜର ଜ୍ଞାନ କୁ ସମାଜର ବିକାଶ ରେ ବ୍ୟବହାର କଲେ ଦେଶର ମଙ୍ଗଳ ସାଧନ ହେବ, ପାଠ ସହିତ ସାଠ ପିତାମାତା ମାନେ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ନିଜ ବକ୍ତବ୍ୟ ରେ କହିଥିଲେ,
ମୁଖ୍ୟ ବକ୍ତା ଭାବେ ଡ଼ା. ପ୍ରଫେସର ବିଜୟାନନ୍ଦ ସିଂହ ସମ୍ମାନିତ ଅତିଥି ଭାବେ ସ୍କୁଲ ପରିଚାଳନା କମିଟି ଅଧ୍ୟକ୍ଷ ପ୍ରମୋଦ ମିଶ୍ର ଯୋଗଦେଇ ଏହି ବିଦ୍ୟାଳୟରେ ଉଚ୍ଚକୋଟୀ ଶିକ୍ଷାଦାନ ସମ୍ପର୍କରେ ଆଲୋଚନା କରିବା ସହ ନିଶ୍ଚନ୍ତକୋଇଲି ଅଂଚଳରେ ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଚି ବୋଲି କହିଥିଲେ, ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ବିଦ୍ୟାଳୟ ର ବାର୍ଷିକ ଖେଳ ଓ ବିଭିନ କ୍ଷେତ୍ରରେ ଉଲେଖନୀୟ ଅବଦାନ ପାଇଁ କୃତି ଚାତ୍ରଛାତୀ ମାନଙ୍କୁ ଟ୍ରଫି ଓ ପ୍ରମାଣ ପତ୍ର ଦେଇ ପୁରସ୍କୃତ କରିଥିଲେ, ସ୍କୁଲ ର ଛାତ୍ର ଛାତ୍ରୀମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ, ଏହି ପରିପେକ୍ଷୀରେ ମନ୍ତ୍ରୀ ଜେନା,
ଆଡିସିନାଲ ପୋଲିସ ଡ଼ାଇରେକ୍ଟର ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ ଓ ପ୍ରଫେସର ସିଂହ କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ, ବିଦ୍ୟାଳୟ ଅଧ୍ୟକ୍ଷ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ଦେଇଥିଲେ, ଏହି ଉତ୍ସବରେ ନିଶ୍ଚନ୍ତକୋଇଲି ବ୍ଲକ ଅଧକ୍ଷ ପ୍ରତିନିଧି ଅଶୋକ ଓଝା ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉତ୍ସବରେ ଯୋଗଦେଇଥିଲେ, ବିଦ୍ୟାଳୟର ପରିଚାଳନା ନିର୍ଦେଶକ ପ୍ରମୋଦ ମହାନ୍ତି ଉତ୍ସବ ପରି ଚାଳନା କରିଥିଲେ, ସ୍କୁଲ ପରିଚାଳନା ନିର୍ଦେଶକ ପ୍ରଭାତ ମହାନ୍ତି ଉତ୍ସବ ପରିଚାଳନା କରିଥିଲେ,- ମାହାଙ୍ଗାରୁ ଲଷ୍ମୀଧର ଖୁଣ୍ଟିଆଙ୍କ ରିପୋର୍ଟ,