No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୨୭ ଡିସେମ୍ବର ରବିବାର ) ଓଡ଼ଗାଁ :- ଶୀତ ର ପ୍ରଭାବ ଲାଗି ରହିଛି । ହେଲେ ଶୀତ ର କବଳରୁ ରକ୍ଷା ପାଇବା ପାଇଁ କନ୍ଧନୂଆଁପଲ୍ଲୀ ର ବୃଦ୍ଧ ବ୍ୟକ୍ତି ଶୀତ ପୁଆଁଇବା ପାଇଁ ନିଆଁ ଲଗାଇ ଥିଲେ କିନ୍ତୁ ସେଠାରୁ ଅଚାନକ ନିଆଁ ଲାଗି ସେହି ଗ୍ରାମର ପାଣୁ ନାୟକ , ଦୁର୍ଯୋଧନ ନାୟକ , ଭାନୁ ନାୟକ ଘରେ ନିଆଁ ଲାଗି ଯାଇଥିଲା । ନିଆଁ ଲାଗିବାରୁ ୩ ବଖରା ଘର ଭସ୍ମୀଭୂତ ହୋଇଯାଇ ଥିବା ବେଳେ ୧.୫୦ ଲକ୍ଷ ଟଙ୍କାର ସମ୍ପତ୍ତି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଖବର ପାଇ ଘଟଣା ସ୍ଥଳରେ ଓଡ଼ଗାଁ ଦମକଳ ବାହିନୀ ପହଞ୍ଚି ନିଆଁ ଆୟତ୍ତ କରିବାରେ ସକ୍ଷମ ହୋଇଛି । ଏହି ସୂଚନା ଦେଇଛନ୍ତି ବାଣ୍ଠପୁର ସରପଞ୍ଚ ଜଗଦୀଶ ପ୍ରଧାନ । ( ଓଡ଼ଗାଁ ରିପୋର୍ଟ – ଅଶ୍ଵିନୀ କୁମାର ସାହୁ )
No Result
View All Result