No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୭ ଡିସେମ୍ବର ରବିବାର ) ବରଗଡ଼ :- ବରଗଡ଼ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ନିଷ୍ଠା ପରିବାରର ପ୍ରସ୍ତାବିତ ନିଷ୍ଠା ବୃଦ୍ଧାଶ୍ରମର ଭୂମିପୂଜନ ନିଷ୍ଠା ଭବନ ସଂଲଗ୍ନ ସ୍ଥାନ,ଆନ୍ଧ୍ର କ୍ୟାମ୍ପ,ଖଣ୍ଡହତା ଠାରେ ଅନୁଷ୍ଠିତ ହୋଇଯାଇଅଛି । ନିଷ୍ଠା ପରିବାରର ବହୁ ଦିନର ସ୍ବପ୍ନ,ନିଜସ୍ଵ ବୃଦ୍ଧାଶ୍ରମ ପରିକଳ୍ପନାର ଶୁଭାରମ୍ଭ ଅବସରରେ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ କର୍ତ୍ତାର ଦାୟିତ୍ଵ ତୁଲାଇଥିବା ବେଳେ,ଶ୍ରୀଯୁକ୍ତ ଦେବେଶ ଆଚାର୍ଯ୍ୟ (ମାନ୍ୟବର ବିଧାୟକ ବରଗଡ଼ ), ଶ୍ରୀଯୁକ୍ତ ଜ୍ୟୋତିରଂଜନ ପ୍ରଧାନ (ମାନ୍ୟବର ଜିଲ୍ଲାପାଳ ବରଗଡ) , ଶ୍ରୀଯୁକ୍ତ ସାଧୁ ନେପାକ(ପୂର୍ବତନ ବିଧାୟକ ବରଗଡ),ଶ୍ରୀମତୀ ମଞ୍ଜୁ ପଣ୍ଡା (ବ୍ଲକ ଅଧ୍ୟକ୍ଷା),ଶ୍ରୀଯୁକ୍ତ ଉମେଶ ପଣ୍ଡା,ଡ଼ା.କିଶୋର ମିଶ୍ର,ଡା.ଅଜିତ ଦର୍ଜି,ଡ଼ା.ସସ୍ମିତା ଦାଶ,ଡ଼ା.ରାଜେଶ ତ୍ରିପାଠୀ,ଜସବିର ସିଂ ସାଇନିଙ୍କ ସମେତ ସଂକଳ୍ପ ପରିବାର,ପରିଚୟ ,ସ୍ୱେଚ୍ଛା,ମାଁ ଲିମସରିଏନ ଅନୁଷ୍ଠାନ,ପଶ୍ଚିମ ଓଡ଼ିଶା ଯୁବା ମଞ୍ଚ,ଗିଫ୍ଟ ଅଫ ଲାଇଫ,ଲାୟନ୍ସ କ୍ଲବ,ମାରୱାଡ଼ି ଯୁବା ମଞ୍ଚ,ଜେ.ସି.ଆଇ ଓ ଅନେକ ସମାଜସେବୀ ସଂଗଠନ ମାନେ ଯୋଗଦାନ କରିଥିଲେ ।

ନିଷ୍ଠା ବୃଦ୍ଧାଶ୍ରମର ନିର୍ମାଣାର୍ଥେ ଉପସ୍ଥିତ ସମସ୍ତେ ଯଥାସାଧ୍ୟ ସାହାଯ୍ୟ ଓ ସହଯୋଗ ପ୍ରଦାନ କରିବା ନିମନ୍ତେ ନିର୍ଭର ପ୍ରତିଶୃତି ପ୍ରଦାନ କରିଛନ୍ତି । ଏହି ଅବସରରେ ଅନେକ ଦାତା ମାନେ ନଗଦ ଆକାରରେ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ଓ ନିଶାମଣି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଦିବ୍ୟକାନ୍ତି ଭୋଇ ଏକ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି । ନିଷ୍ଠା ବୃଦ୍ଧାଶ୍ରମର ଯୋଜନା ଓ ଡିଜାଇନର ଦାୟିତ୍ଵ ହୋମଲି ଦ୍ଵାରା ସମ୍ପାଦନ କରାଯାଇଅଛି । ଏହି ଅବସରରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା,ଯେଉଁଥିରେ ବରଗଡ ରକ୍ତ ଭଣ୍ଡାର ଦ୍ଵାରା ୩୦ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ନିଷ୍ଠା ପରିବାରର ସଭାପତି ରକ୍ଷପାଳ ସାହୁ,ସମ୍ପାଦକ ଅଶ୍ଵିନୀ ତ୍ରିପାଠୀ , କୋଷାଧ୍ୟକ୍ଷ ଶ୍ୟାମ ସୁନ୍ଦର ସାହୁଙ୍କ ପରିଚାଳନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସହ ସମ୍ପାଦକ ମଦନ ମୋହନ ଦାଶ ସଂଯୋଜନା ଓ କ୍ଷୀରୋଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିବା ବେଳେ ନିଷ୍ଠା ପରିବାରର ସମସ୍ତ ସଦସ୍ୟ ମାନେ ସହଯୋଗ କରିଥିଲେ । ( ରିପୋର୍ଟ – ସତ୍ୟ ନାରାୟଣ ପ୍ରଧାନ )
No Result
View All Result