No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୭ ଡିସେମ୍ବର ରବିବାର ) ପଦ୍ମପୁର :- ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ ବୁଡାମାଲ ଅଞ୍ଚଳରେ ବୀମା ପାଇଁ ଛଟପଟ ହେଲେଣୀ ଚାଷୀ ନେତା । ଲୋକଙ୍କୁ କହୁଛନ୍ତି ବୀମା ମିଳିବ । କଣ ଜାଣି ନାହାନ୍ତି ଚାଷୀ ନେତା ମାନେ ? ଫସଲ ଯଦି ହୋଇ ନ ଥିଲେ ବୀମା ମିଳେ,ହେଲେ ଯଦି ବୁଡାମାଲ ଅଞ୍ଚଳରେ ଚାଷ ହୋଇନି ବୁଡାମାଲ ଅଞ୍ଚଳକୁ ହଜାର ହଜାର କ୍ଯୁଣ୍ଟାଲ ଧାନ ଆସିଲା କେଉଁଠୁ ଚାଷୀ ନେତା ଉତ୍ତର ଦେବେ କି ? ଯେଉଁ ମାନେ ଚାଷୀ ନେତା ନାମ ଧାରଣ କରିଛନ୍ତି ,
ଚାଷୀଙ୍କୁ ଭୁଆଁ ଭୁଲାଇ ଆଦାୟ କରି ଟଙ୍କା ଗୁଡାକ ବ୍ଯବସାୟୀ କରୁଛନ୍ତି ,କହିଲେ କହୁଛି ବାଧିକ ଅନ୍ଯାୟ ଦୁର୍ନୀତିରେ ବୁଡି ଯାଇଛି ବୁଡାମାଲ ପଞ୍ଚାୟତ ,ହେଲେ ପ୍ରଶାସନର କୌଣସି ପଦକ୍ଷେପ ନାହିଁ । ବୀମା କମ୍ପାନୀ ପ୍ରକୃତ ତଦନ୍ତ କରିବାର ଆବଶ୍ୟକତା ରହିଛି । ଆରଆଇ ଓ ଅନ୍ଯ ତଦନ୍ତକାରୀ ଅଫିସର ଚାଷୀ ମାନଙ୍କ ଠୁ ଟଙ୍କା ନେଇ ଭୁଲ ରିପୋର୍ଟ ଦେଉଛନ୍ତି ସରକାରଙ୍କୁ ଓ ବୀମା କମ୍ପାନୀ ମାନଙ୍କୁ । ଏହି ଅଫିସର ମାନଙ୍କ ଉପରେ ମଧ୍ୟ କାଯ୍ଯାନୁଷ୍ଠାନ କରିବା କଥା । ବୁଡାମାଲ ଅଞ୍ଚଳରେ ଚାଷ ହୋଇଛି କାହାକୁ ଅଛପା ନାହିଁ । ( ରିପୋର୍ଟ – ନିରୋଜ କୁମାର ପାଣୀ )
No Result
View All Result