• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ବିଶ୍ୱ ଓଡ଼ିଆ ମହୋତ୍ସବ ଉଦଘାଟିତ ବ୍ରାଣ୍ଡ ଓଡିଶାକୁ ବିଶ୍ୱଭରି ପ୍ରୋତ୍ସାହନ ପାଇଁ ଆହ୍ବାନ

Proprietor Abhimanyu Maharana by Proprietor Abhimanyu Maharana
December 27, 2020
in ଓଡ଼ିଶା, ଦେଶ, ବିଶ୍ଵ, ହୋମ୍
0
ବିଶ୍ୱ ଓଡ଼ିଆ ମହୋତ୍ସବ ଉଦଘାଟିତ ବ୍ରାଣ୍ଡ ଓଡିଶାକୁ ବିଶ୍ୱଭରି ପ୍ରୋତ୍ସାହନ ପାଇଁ ଆହ୍ବାନ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୨୬ ଡିସେମ୍ବର ଶନିବାର ) କାଲିଫର୍ଣିଆ / ଭୁବନେଶ୍ୱର/ ନୂଆଦିଲ୍ଲୀ  :- ଓଡିଶାକୁ ଆର୍ଥିକ ଓ ବୌଦ୍ଧିକ ଦୃଷ୍ଟିରୁ ଉନ୍ନତ ଓ ସଂପନ୍ନ ବନାଇବା ପାଇଁ ସମଗ୍ର ବିଶ୍ୱର ପ୍ରବାସୀ ଓଡ଼ିଆ ମାନଙ୍କୁ ଆହ୍ବାନ ଜଣାଯାଇଛି |ବିଶ୍ୱ ଓଡ଼ିଆ ୱେବ ମହୋତ୍ସବର ଉଦଘାଟନ ଅବସରରେ ବିଶିଷ୍ଟ ଅତିଥି ମାନେ ୩୨ଟି ଦେଶର ଓଡ଼ିଆ ସମାଜ ଓ ଓଡିଶା କେନ୍ଦ୍ରିକ ସାଂସ୍କୃତିକ ଓ ସାମାଜିକ ସଂଗଠନ ମାନେ ବ୍ରାଣ୍ଡ ଓଡିଶାକୁ ପ୍ରୋତ୍ସାହନ ଓ ଲୋକପ୍ରିୟ କରିବା ପାଇଁ ନିବେଦନ କରିଛନ୍ତି | ଓଡିଶା ସୋସାଇଟି ଅଫ ଆମେରିକାଜ (ଓସା) ତରଫରୁ ପ୍ରଥମ ଥର ପାଇଁ ଆୟୋଜିତ ଏହି ଓଡ଼ିଶାର ସାଂସ୍କୃତିକ ମହାକୁମ୍ଭରେ ସାରା ପୃଥିବୀର ସହସ୍ରାଧିକ ଓଡ଼ିଆ ଓ ଅଣ ଓଡ଼ିଆ ଜନସାଧାରଣ ଇଣ୍ଟରନେଟ ଜରିଆରେ ଯୋଗ ଦେଇଥିବା ଜଣାଯାଇଛି |

ସମ୍ମିଳନୀକୁ ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାରା ବିଶ୍ୱର ଓଡ଼ିଆ ମାନେ ଏକଜୁଟ ହୋଇ ବ୍ରାଣ୍ଡ ଓଡିଶାର ଶ୍ରେଷ୍ଠତ୍ଵକୁ ପ୍ରମାଣିତ କରିବା ପାଇଁ ପରାମର୍ଶ ଦେଇଥିଲେ | ପୃଥିବୀର କୋଣ ଅନୁକୋଣରେ ବସବାସ କରୁଥିଲେ ହେଁ, ଆମେ ସମସ୍ତେ ଗୋଟିଏ ପରିବାରର ସଦସ୍ୟ ବୋଲି ଦର୍ଶାଇ ଶ୍ରୀ ପଟ୍ଟନାୟକ ତାଙ୍କ ସରକାରର “ମୋ ପରିବାର” ସଂସ୍ଥା, ବିଶ୍ୱଭରି ଓଡ଼ିଆ ମାନଙ୍କ ସହିତ ସଂଯୋଗ ସ୍ଥାପନ କରିବା ପାଇଁ ଉଦ୍ଦିଷ୍ଟ ବୋଲି ଘୋଷଣା କରିଥିଲେ |

ମହୋତ୍ସବକୁ ଉଦବୋଧନ କରି ଗଜପତି ମହାରାଜା ଦିବ୍ୟସିଂହ ଦେବ ଏକ ସୁସ୍ଥ, ସଂଯତ ଓ ସଂପନ୍ନ ସମାଜ ନିର୍ମାଣ ପାଇଁ ଉଭୟ ବସ୍ତୁବାଦୀ ଓ ଆଧ୍ୟାତ୍ମିକ ଚିନ୍ତନ ବିକାଶ ହେବାର ଆବଶ୍ୟକତା ରହିଥିବା ସୁଚାଇଥିଲେ | ଦେଶରେ ଶାନ୍ତି ଓ ପ୍ରଗତି ପ୍ରତିଷ୍ଠା ପାଇଁ ଶିକ୍ଷା ଓ ସଂସ୍କୃତି କୁ ଉନ୍ନତ କରାଯିବା ଦରକାର ବୋଲି ସେ କହିଥିଲେ | ନୈତିକ ଓ ବୌଦ୍ଧିକ ଜ୍ଞାନୋଦୟ ଦ୍ୱାରା ମାନବର ଆତ୍ମସୁଦ୍ଧି ପ୍ରାପ୍ତ ହେଲେ ମାନବ ସମାଜ ସିଦ୍ଧି ଓ ସମୃଦ୍ଧି ହାସଲ କରିପାରିବ ବୋଲି ଗଜପତି ଉଲ୍ଲେଖ କରିଥିଲେ |

ଡିଜିଟାଲ ସମାବେଶରେ ନିଜର ବକ୍ତବ୍ୟ ରଖି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୨୦୩୬ ମସିହାରେ ଓଡିଶା ଏକ ଭାଷା ଭିତ୍ତିକ ରାଜ୍ୟ ଭାବରେ ୧୦୦ ବର୍ଷ ପୂର୍ତ୍ତି ପାଳନ କରିବାକୁ ଯାଉଥିବା ପରିପେକ୍ଷୀରେ ଦୁରଦୃଷ୍ଟି ସମ୍ପର୍ନ୍ନ ଭବିଷ୍ୟତ ରାସ୍ତାର ରୂପରେଖର ପ୍ରସ୍ତୁତି ଉପରେ ଆଲୋକପାତ କରିଥିଲେ | ଓଡ଼ିଶାର ମହନୀୟତା ଓ ମହାନତା ତଥା ସମଗ୍ର ବ୍ରାଣ୍ଡ ଓଡିଶାକୁ ସାରା ବିଶ୍ୱରେ ପରିଚିତ ଓ ପ୍ରମାଣିତ କରିବା ପାଇଁ ସମ୍ପ୍ରତି ଆମ ନିକଟରେ ଏକ ସୁବର୍ଣ୍ଣସୁଯୋଗ ସୃଷ୍ଟି ହୋଇଥିବା ଶ୍ରୀ ପ୍ରଧାନ ଦର୍ଶାଇଥିଲେ | ଆମର ଉନ୍ନତ ଭାଷା, ଉଚ୍ଚ ସଂସ୍କୃତି, ମହାନ ପରମ୍ପରା, ବୃହତ ସମାଜ, ଜଗନ୍ନାଥ ଧର୍ମ, ବେଳାଭୂମି, ଜଂଗଲ, ନଦୀ ସଂପଦ, ପରିବେଶ ଧର୍ମୀ ପର୍ଯ୍ୟଟନ, ଖଣି ଓ ପେଟ୍ରୋ କେମିକାଲ ଆଦି ସଂପଦକୁ ଅତ୍ୟାଧୁନିକ ୫ ଜି ବୈଷୟିକ ଜ୍ଞାନ କୌଶଳ ମାଧ୍ୟମରେ ସମଗ୍ର ଦୁନିଆରେ ସାମୁହିକ ଯୋଜନା ସହିତ ଲୋକପ୍ରିୟ କରିବାକୁ ପ୍ରବାସୀ ଓଡ଼ିଆ ମାନଙ୍କୁ ମନ୍ତ୍ରୀ ଶ୍ରୀ ପ୍ରଧାନ ଆହ୍ବାନ ଜଣାଥିଲେ |

ସମ୍ମାନିତ ଅତିଥି ଭାବରେ ସାମିଲ ହୋଇ କେନିଆର ସାଂସଦ ଡ଼ଃ ସ୍ୱରୂପ ମିଶ୍ର, ଜୀବନକୁ ସୁସ୍ଥ, ସରଳ, ସରସ ଓ ସୁନ୍ଦର କରି ଗଢି ତୋଳିବାର ମହତ ଲକ୍ଷ ନେଇ କେନିଆ ଓ ଓଡିଶା ମଧ୍ୟରେ ସୁସଂପର୍କ ପ୍ରତିଷ୍ଠା କରିବା ପାଇଁ ପ୍ରସ୍ତାବ ଆଗତ କରିଥିଲେ | ବିଶେଷକରି ସ୍ୱାସ୍ଥ୍ୟ, କୃଷି,ଖଣି, ପର୍ଯ୍ୟଟନ,କ୍ରୀଡା, ଶିଳ୍ପ ଓ ବାଣିଜ୍ୟ ଆଦି କ୍ଷେତ୍ରରେ କେନିଆ ଓ ଓଡିଶା ମଧ୍ୟରେ ଘନିଷ୍ଠ ଯୋଗସୂତ୍ର ସ୍ଥାପନ ହୋଇ ପାରିବ ବୋଲି ଡ଼ଃ ମିଶ୍ର ଦୃଢଆଶା ପ୍ରକଟ କରିଥିଲେ |

ସମାବେଶକୁ ଭିଡ଼ିଓ କାନଫରେନସିଂ ଜରିଆରେ ସମ୍ବୋଧନ କରି ରାଜ୍ୟ ମନ୍ତ୍ରୀ ଅରୁଣ ସାହୁ ଶିକ୍ଷା, ସଂସ୍କୃତି ଓ କଳା କ୍ଷେତ୍ରରେ କୁଶଲତା ଓ ସୁକ୍ଷ୍ମ ବିଦ୍ୟା ମାଧ୍ୟମରେ ଉତ୍କୃଷ୍ଟତା ଲାଭ କରାଯାଇ ପାରିଲେ ଆମେ ନିଜକୁ ଧନ୍ୟ ମନେ କରିବା ସାଂଗକୁ ବ୍ରାଣ୍ଡ ଓଡିଶାର ଯଥାର୍ଥତା ଓ ସାର୍ଥକତା ଆନ୍ତର୍ଜାତୀକ ସ୍ତରରେ ପ୍ରତିପାଦିତ ଓ ପ୍ରମାଣିତ ହୋଇ ପାରିବ ବୋଲି ମତ ବ୍ୟକ୍ତ କରିଥିଲେ | ବିଶିଷ୍ଟ ଅତିଥି ‘ମୋ ପରିବାର’ ର ଆବାହକ ଅରୁପ ପଟ୍ଟନାୟକ ବିଶ୍ୱଭରି ପ୍ରବାସୀ ଓଡ଼ିଆ ମାନଙ୍କର ଠିକଣା ଓ ଫୋନ ନମ୍ବରକୁ ନେଇ ଏକ ଡାଟା ଆଧାରିତ ଡିଜିଟାଲ ଡାଇରେକ୍ଟରୀ ପ୍ରସ୍ତୁତ କରିବା ପାଇଁ ମହୋତ୍ସବରେ ଅଂଶଗ୍ରହଣକାରୀ ପ୍ରତିନିଧି ମାନଙ୍କର ସାହାଯ୍ୟ ଓ ସହଯୋଗ କାମନା କରିଥିଲେ |

ଆଇ. ସି.ଆର.ଆଇ.ଏସ.ଏ.ଟି ର ଦେଶ ନିର୍ଦେଶକ ଅରବିନ୍ଦ ପାଢ଼ୀ ହୀନମାନ୍ୟତା ଓ ନକାରାତ୍ମକ ଚିନ୍ତାଧାରାକୁ ଦୁରେଇ ଦେଇ ଜଣେ ଓଡ଼ିଆ ହିସାବରେ ଆମେ ନିଜକୁ ଗର୍ବ ଅନୁଭବ କରିବା ଦରକାର ବୋଲି କହିଥିଲେ | ବରିଷ୍ଠ ପ୍ରଶାସକ ବିଶାଳ ଦେବ, ଓଡ଼ିଶାର ମହାନ କଳା, ସଂସ୍କୃତି ଏବଂ ପ୍ରାଚୁର୍ଯ୍ୟ ଭରା ପର୍ଯ୍ୟଟନକୁ ସମଗ୍ର ପୃଥିବୀରେ ପ୍ରଚାର, ପ୍ରସାର ଓ ଲୋକପ୍ରିୟ କରିବା ପାଇଁ କରୋନା ମହାମାରୀ ଭରପୁର ସୁଯୋଗ ସୃଷ୍ଟି କରିଥିବା ଉଲ୍ଲେଖ କରି, ଏହି ଅବସରକୁ ହାତଛଡା ନ କରିବାକୁ ପରାମର୍ଶ ଦେଇଥିଲେ |

ବିଶ୍ୱ ଓଡ଼ିଆ ମହୋତ୍ସବର ଉଦଘାଟନୀ ଅଧୀବେଶନରେ ସ୍ୱାଗତ ଭାଷଣ ପ୍ରଦାନ କରି ମୁଖ୍ୟ ଆୟୋଜକ ଓସାର ସଭାପତି କୁକୁ ଦାସ ଓଡିଶା ଓ ଓଡ଼ିଆଙ୍କୁ ଶ୍ରେଷ୍ଠ ଓ ସମୃଦ୍ଧ ପ୍ରମାଣିତ କରିବା ତଥା ବିଶ୍ୱ ସ୍ତରରେ ଆମର ମାତୃ ପ୍ରଦେଶକୁ ସମୁଚିତ ମାନ୍ୟତା ପ୍ରଦାନ କରିବା ଆମର ମୁଖ୍ୟ ଲକ୍ଷ ବୋଲି କହିଥିଲେ | ରାଜ୍ୟର ୩୦ଟି ଯାଙ୍କ ଜିଲ୍ଲାରେ ମୋ ଲାଇବ୍ରେରୀ ପ୍ରକଳ୍ପ ମାଧ୍ୟମରେ ଗୋଟିଏ କରି ଇ ଲାଇବ୍ରେରୀ ସ୍ଥାପନ କରିବାପାଇଁ ଶ୍ରୀମତୀ ଦାସ ପ୍ରସ୍ତାବ ଆଗତ କରିଥିଲେ | ସମଗ୍ର କାର୍ଯ୍ୟକ୍ରମକୁ ବିଶ୍ୱଜିତ ବଳିୟାରସିଂହ ସୁଚାରୁ ରୂପେ ସଂଯୋଜନା କରିଥିଲେ | ଓସାର ଉପସଭାପତି ଅନିଲ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ |ଓସାର କୋଷାଧ୍ୟକ୍ଷ ଉତ୍କଳ ନାୟକ ଲାଇଭଷ୍ଟ୍ରିମିଙ୍ଗକୁ ଦକ୍ଷତାର ସହିତ ନିୟନ୍ତ୍ରଣ କରିଥିଲେ |

ଉଦଘାଟନୀ ଅଧୀବେଶନରେ ଅନଲାଇନ ଜରିଆରେ ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ମଧ୍ୟରେ ଶୋଭନୀୟ ଆନ୍ଦୋଳନର ମୁଖ୍ୟ ଡ଼ଃ ଅରୁନ୍ଧତୀ ଦେବୀ, ଓସାର ସଂପାଦକ ବିବେକ ଦାସ,ଡ଼ଃ ନଳିନୀ ପତି, ଅମୀୟ ମିଶ୍ର, କିଶୋର ଦ୍ବିବେଦୀ, ମନୋଜ ପାତ୍ର, ସୁମନ୍ତ ମାନସିଂହ, ଶିବରଞ୍ଜନ ବିଶ୍ୱାଳ, ପ୍ରିତୀଶ ଦାଶ, ଡ଼ଃ ସୁନନ୍ଦାମିଶ୍ର ପଣ୍ଡା, ସଂଜୀବ ପଣ୍ଡା, ଶାଶ୍ୱତ ପାଢ଼ୀ, ଗଜେନ୍ଦ୍ର ସାହୁ,ଡ଼ଃ ଅନିତା ପଣ୍ଡା, ଆଦ୍ର୍ରିସ ବ୍ରହ୍ମଦତ୍ତ, ଗିରିଜା ଶଙ୍କର ପାଢ଼ୀ, କୁନା ଦାଶ, ନିହାର ସାମନ୍ତରା, ଖିରୋଦ ଜେନା, ଡ଼ଃ ଉମାକାନ୍ତ ମିଶ୍ର, ପ୍ରଫେସର ଚିତ୍ତ ବରାଳ,ସନ୍ତୋଷ ମିଶ୍ର,ଆଲୋକ ପଣ୍ଡା,ଅଜୟ ମହାନ୍ତି, ବିଜୟଶ୍ରୀ ସାମଲ,ଅକ୍ଷୟ ପାତ୍ର, ସଞ୍ଜୟ ଦାସ, ସୁସ୍ମିତା ରାଜହଂସ, ଡ଼ଃ ଅରୁଣ ପ୍ରହରାଜ, ସୁକାନ୍ତ ସାହୁ,ସଂଜୀବ ମହାନ୍ତି,ସୁସ୍ମିତା ପଟ୍ଟନାୟକ,ଦେବର୍ଷୀ ମଲ୍ଲିକ, ଭଗବାନ ପଣ୍ଡା,ରମେଶ ବିଶ୍ୱାଳ,ସୁଦାମ ପ୍ରଧାନ, ଗୋବର୍ଧନ ଧଳ,ମୀନକେତନ ସାମଲ, ଉପେନ୍ଦ୍ର ପାଢ଼ୀ, ପୁଷ୍ପାଞ୍ଜଳି ବାରିକ, ରୀତା ପାତ୍ର, ପ୍ରଶାନ୍ତ ଭୂୟାଁ, ପ୍ରଦୀପ ରଥ ଓ ଡ଼ଃ ଶୀତଳ କୁମାର ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ |

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
World Odisha Society hosts Shakti Utsaba with grandeur

ୱାର୍ଲଡ ଓଡ଼ିଶା ସୋସାଇଟି ଦ୍ୱାରା ଦିଲ୍ଲୀରେ ଶକ୍ତି ଉତ୍ସବ ଆୟୋଜିତ

March 9, 2026
World Odisha Society hosts Shakti Utsaba with grandeur

World Odisha Society hosts Shakti Utsaba with grandeur

March 8, 2026
ଓଡ଼ିଶା ଦୃଷ୍ଟିହୀନ ମହିଳା ସଂଘ ତରଫରୁ ଅନ୍ତର୍ଜାତୀୟ ମହିଳା ଦିବସ

ଓଡ଼ିଶା ଦୃଷ୍ଟିହୀନ ମହିଳା ସଂଘ ତରଫରୁ ଅନ୍ତର୍ଜାତୀୟ ମହିଳା ଦିବସ

March 8, 2026
ଭିଜିଲାନ୍ସ ଜାଲରେ ଯନ୍ତ୍ରୀ : କୋଠା ଦେଖୀ ଭିଜିଲାନ୍ସ ଅଧୀକାରୀ ବି ଆଶ୍ଚର୍ଯ୍ୟ

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ : କୋଠା ଦେଖୀ ଭିଜିଲାନ୍ସ ଅଧୀକାରୀ ବି ଆଶ୍ଚର୍ଯ୍ୟ

March 8, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

World Odisha Society hosts Shakti Utsaba with grandeur

ୱାର୍ଲଡ ଓଡ଼ିଶା ସୋସାଇଟି ଦ୍ୱାରା ଦିଲ୍ଲୀରେ ଶକ୍ତି ଉତ୍ସବ ଆୟୋଜିତ

March 9, 2026
World Odisha Society hosts Shakti Utsaba with grandeur

World Odisha Society hosts Shakti Utsaba with grandeur

March 8, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version