No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୪ ଡିସେମ୍ବର୨୦୨୦,ଗୁରୁବାର ) କଟକ :- ମୋଦୀ ସରକାରର କୃଷକ ବିରୋଧୀ କୃଷି ଆଇନ ବାତିଲ ଦାବିରେ ଚାଲିଥିବା ଐତିହାସିକ କୃଷକ ଆନ୍ଦୋଳନର ସ୍ଥଳରୁ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଆଜି କିଷାନ ଦିବସର ଡାକରା ଦିଆଯାଇଛି । ଏହି ଉପଲକ୍ଷେ ଏକ ଓଳା ଉପବାସ ରହି ଅନଶନ କରିବା ପାଇଁ ଦେଶବାସୀଙ୍କୁ ଆହ୍ୱାନ ଦିଆଯାଇଛି । ଏହି କାର୍ଯ୍ୟକ୍ରମର ସମର୍ଥନରେ ଏସ୍.ୟୁ.ସି.ଆଇ(ସି) କଟକ ଜିଲ୍ଲା କମିଟି ପକ୍ଷରୁ ସ୍ଥାନୀୟ କଲେଜ ଛକସ୍ଥ ନେତାଜୀ ପ୍ରତ୍ତିମୂର୍ତ୍ତି ନିକଟରେ ଧାରଣା ଦିଆଯାଇଥିଲା । ଧାରଣା ସ୍ଥଳରେ ଏସ୍.ୟୁ.ସି.ଆଇ(ସି) କଟକ ଜିଲ୍ଲା ସଂପାଦକ ବିଶ୍ୱାବସୁ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଏସ୍.ୟୁ.ସି.ଆଇ(ସି) ଓଡିଶା ରାଜ୍ୟ ସମ୍ପାଦକ ଧୁର୍ଜ୍ଜଟୀ ଦାସ, କଟକ ଜିଲ୍ଲା ଅଫିସ ସଂପାଦକ ଖଗେଶ୍ୱର ସେଠୀ,
ଚାଷୀନେତା ବସନ୍ତ ନାୟକ. ଜିଲ୍ଲା କମିଟି ସଭ୍ୟ ରାଜକିଶୋର ମଲ୍ଲିକ, ସିଦ୍ଧାର୍ଥ ରଥ, ଦିପକ ଦାସ, ସସ୍ମିତା ମହାନ୍ତି, ବିନୋଦ ସେଠୀ, ସଂଗଠକ ଶିବାନୀ ସାହୁ, ଶୁଭସ୍ମିତା ସାହୁ, ପାଭେଲ ପ୍ରିୟଦର୍ଶନ, ସ୍ୱାଧିନୀ ବେହେରା, ଶୋଭା ଦେହୁରୀ, ସିପ୍ରା ମହାନ୍ତି, ଜ୍ୟୋତ୍ସା ଦାସ, ବିଜୟ ବେନ, ସରୋଜ ମାନସିଂହ, ଭାଗ୍ୟଶ୍ରୀ ପ୍ରଧାନ, ରାଜେଶ ରାଉତ ଓ ମୁସକାନ ତବସୁମ ପ୍ରମୁଖ ବକ୍ତବ୍ୟ ରଖି କହିଥିଲେ ଯେ କେନ୍ଦ୍ରରେ ନରେନ୍ଦ୍ର ମୋଦୀ ନେତୃତ୍ୱାଧିନ ବିଜେପି ସରକାର କ୍ଷମତାକୁ ଆସିବା ଦିନଠାରୁ ଗୋଟିଏ ପରେ ଗୋଟିଏ ରାଷ୍ଟ୍ରାୟତ ସମ୍ପତ୍ତି ଓ ସମସ୍ତ କ୍ଷେତ୍ରକୁ ତାଙ୍କୁ କ୍ଷମତାକୁ ଆଣିଥିବା ଅମ୍ବାନୀ ଆଦାନୀ ଭଳି ମାଲିକମାନଙ୍କ ହାତକୁ ଟେକି ଚାଲିଛନ୍ତି ।
ରେଳବାଇ ବା ଦୂର ସଂଚାର ସେବା ହେଉ କିମ୍ବା ପ୍ରତିରକ୍ଷା ଭଳି ସମ୍ବେଦନଶୀଳ କ୍ଷେତ୍ର ହେଉ ତାହା ଜନସାଧାରଣ ଆୟତରୁ ନେଇ ଲାଭଖୋର ଅମ୍ବାନୀ ଆଦାନୀ ଗୋଷ୍ଠିକୁ ଟେକି ଦିଆଯାଉଛି । କରୋନା କାଳରେ ଦେଶର ବଜାର ସ୍ଥିତି ମାନ୍ଦା ହେବା ଫଳରେ ଉକ୍ତ ଗୋଷ୍ଠୀଙ୍କ ଲାଭକୁ ବହୁଗୁଣିତ କରିବାପାଇଁ କୃଷି ଆଇନ କଳେ ବଳେ କୌଶଳେ ପ୍ରଣୟନ କରିଛନ୍ତି । ଦେଶବାସୀଙ୍କୁ ବିଶେଷକରି କୃଷକ ସମାଜକୁ ବିଶ୍ୱାସଘାତକତା କରି ଏ ଆଇନ ଅଣାଯାଇଛି । କୃଷି ଓ କୃଷକ ତଥା ଦେଶକୁ କର୍ପୋରେଟ କବଳରୁ ରକ୍ଷା କରିବା ପାଇଁ ଚାଲିଥିବା ସଂଗ୍ରାମକୁ ଜୋରଦାର ଓ ବ୍ୟାପକ କରି କରିବାପାଇଁ ବକ୍ତାମାନେ ଆହ୍ୱାନ ଦେଇଥିଲେ । (କଟକରୁ ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ)
No Result
View All Result