No Result
View All Result
ନିଜ କ୍ଷେତରୁ ଅମଳ ଫସଲକୁ ବିରଞ୍ଚି ଘରେ ଖାଇବା ସହ ବଜାରରେ ମଧ୍ୟ ବିକ୍ରି କରନ୍ତି । ବାଇଗଣ , ଭେଣ୍ଡି ଠାରୁ ଆରମ୍ଭ କରି ଜହ୍ନି , କାକୁଡି , କଲରା , ମୂଳା , ଝୁଲଣ ସବୁ ପ୍ରକାର ଫସଲ କରନ୍ତି ।

ଓଡ଼ିଶା ତାଜା ନ୍ୟୁଜ (୨୪ ଡିସେମ୍ବର୨୦୨୦,ଗୁରୁବାର ) ଓଡ଼ଗାଁ :- ନୟାଗଡ ଜିଲ୍ଲା ବିରଞ୍ଚି ଙ୍କ ଚାଷ ନିଶା । ଦିନରାତି ପରିଶ୍ରମ କରି ଟାଙ୍ଗରା ଭୂଇଁରେ ପଳାଇଛନ୍ତି ସବୁଜ ଫସଲ । ଭଳିକି ଭଳି ପନିପରିବାରେ ହସୁଛି କ୍ଷେତ । ଜୈବିକ ପଦ୍ଧତିରେ ଚାଷ କରି ଅନ୍ୟ ମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ନୟାଗଡ଼ ଓଡ଼ଗାଁ ବ୍ଲକ ଅନ୍ତର୍ଗତ କୁରାଳ ଗ୍ରାମର ବିରଞ୍ଚି ରାଉତରାୟ । ନିଶା ତାଙ୍କର ଫସଲ କରିବା । ବିରଞ୍ଚି ଙ୍କ ହାତ ବାଜି ହସୁଛି ଭଳିକି ଭଳି ପନିପରିବା । ବାଇଗଣ , ଭେଣ୍ଡି ଠାରୁ ଆରମ୍ଭ କରି ଜହ୍ନି , କାକୁଡି , କଲରା , ମୂଳା , ଝୁଲଣ ସବୁ ପ୍ରକାର ଫସଲ କରନ୍ତି ।
ଏଥିପାଇଁ ବଡ଼ି ଭୋରୁ ଉଠି ପଦାକୁ ଆସି କାମ ରେ ଲାଗି ପଡ଼ନ୍ତି ବିରଞ୍ଚି ରାଉତରାୟ । ଚାଷ ପ୍ରତି ରହିଛି ଅହେତୁକ ଦୁର୍ବଳତା । ଜୈବିକ ପଦ୍ଧତିରେ ଚାଷ କରି ସଫଳ ହୋଇଛନ୍ତି ବିରଞ୍ଚି । ପରିଶ୍ରମ କରି ଅନ୍ୟ ମାନଙ୍କ ପାଇଁ ପାଲଟିଛନ୍ତି ପ୍ରେରଣା । ଦିନରାତି ପରିଶ୍ରମ କରି ସବୁଜ ବଳୟ ସୃଷ୍ଟି କରିବା ସହ ଅନ୍ୟ ମାନଙ୍କୁ ଦେଇଛନ୍ତି ଆତ୍ମ ନିର୍ଭର ବାର୍ତ୍ତା । ନିଜ କ୍ଷେତରୁ ଅମଳ ଫସଲକୁ ବିରଞ୍ଚି ଘରେ ଖାଇବା ସହ ବଜାରରେ ମଧ୍ୟ ବିକ୍ରି କରନ୍ତି । ( ନୟାଗଡ ଜିଲ୍ଲା ଓଡ଼ଗାଁ ରିପୋର୍ଟ/ଅଶ୍ଵିନୀ କୁମାର ସାହୁ )
No Result
View All Result