ଅଗ୍ନି ବିପନ୍ନ ପରିବାରକୁ : ବସୁମାତା ତରଫରୁ ସହାୟତା – ଏରସମା

ଓଡ଼ିଶା ତାଜା ନ୍ୟୁଜ (୨୩ ଡିସେମ୍ବର ବୁଧବାର) ଏରସମା  :- ଏରସମା ବ୍ଲକ ଅନ୍ତର୍ଗତ ପାଏଦା ପଞ୍ଚାୟତର ଅଲଣlଭାଶ ଗ୍ରାମର ଅଗ୍ନି ବିପନ୍ନ ପ୍ରଶାନ୍ତ ପରିଡ଼ାଙ୍କ ପରିବାରକୁ ସ୍ବେଛାସେବୀ ସଂଗଠନ ବସୁମାତା ତରଫରୁ ସହାୟତା ପ୍ରଦାନ କରାଯାଇଛି । ଉକ୍ତ ଅଗ୍ନିବିପନ୍ନ ପରିବାରକୁ ଚୁଡ଼ା, ଡାଲି ଚାଉଳ, ପରିବା, କମ୍ବଳ, ବାସନଆଦି ଆସବାବପତ୍ର ପ୍ରଦାନ କରାଯାଇଥିଲା ।

ସଂଗଠନର ସମ୍ପାଦକ ଗୟାଧର ମହାନ୍ତି, ଯୁବସଂଗଠକ୍ କମଳାକାନ୍ତ ମହାପାତ୍ର, ସରପଞ୍ଚ ପ୍ରଦୀପ୍ତ କିଶୋର ପରିଡ଼ା, ସ୍ନେହଲତା ମହାନ୍ତି, ମାନସ ବେହେରା ପ୍ରମୁଖ ଉପସ୍ଥିତ ରହି ଉକ୍ତ ସହାୟତା ପ୍ରଦାନ କରିଥିଲେ ।(ଏରସମା/ବାଲିକୁଦା-ରିପୋର୍ଟ/ରଶ୍ମି ରଂଜନ ଖୁଣ୍ଟିଆ )