ଜାନୁୟାରୀ ୨୬ ସାଧାରଣ ତନ୍ତ୍ର ଦିବସରେ : ଦିଲ୍ଲୀ ରାଷ୍ଟ୍ରପତି ଭବନ ରାଇସେନାହିଲ୍ ରାଜପଥ ପ୍ୟାରେଡରେ ଭାଗନେବେ – ଅର୍ପିତା ବିଶ୍ଵାଳ

ଓଡ଼ିଶା ତାଜା ନ୍ୟୁଜ (୨୩ ଡିସେମ୍ବର ବୁଧବାର) ଏରସମା /ବାଲିକୁଦା :- ଜାନୁୟାରୀ ୨୬ ସାଧାରଣ ତନ୍ତ୍ର ଦିବସରେ ଦିଲ୍ଲୀ ରାଷ୍ଟ୍ରପତି ଭବନ ରାଇସେନାହିଲ୍ ରାଜପଥ ପ୍ୟାରେଡରେ ଭାଗନେବେ ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଅପଣ୍ଡରା ପଞ୍ଚାୟତ ପୋଡରୁଆଁ ଗ୍ରାମର ସତ୍ୟାନନ୍ଦ ବିଶ୍ଵାଳଙ୍କ ସାନ ଝିଅ ଅର୍ପିତା ବିଶ୍ଵାଳ । ବାଲିକୁଦା ମହାବିଦ୍ୟାଳୟରେ +୩ କଳାରେ ପାଠ ପଢୁଥିବା ସହ ସେ ଜଣେ ଉତ୍ତମ ଓ ପରିଶ୍ରମୀ ଏନ୍ ସି ସି କ୍ୟାଡେଟ ଭାବେ ପରିଚିତ ଥିବାରୁ ଦିଲ୍ଲୀ ପ୍ୟାରେଡ କାର୍ଯ୍ୟକ୍ରମ ପାଇଁ ସାମିଲ କରାଯାଇଛି ।

ଅର୍ପିତା ଙ୍କ ଦିଲ୍ଲୀ ଯିବା ଖବର ପ୍ରସାରିତ ହେବା ପରେ ମାନ୍ୟବର ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ ଶୁଭେଚ୍ଛା ଜଣାଇବା ସହ ଯୁବ ଆଇନଜୀବୀ ପ୍ରକାଶ ପ୍ରଧାନ, ଜଗତସିଂହପୁର ଜିଲ୍ଲା ବିଜୁ ଯୁବ ଜନତା ଦଳର ସଭାପତି ସୌମ୍ୟ ଜିତ ମହାପାତ୍ର, ସାଂସଦ ପ୍ରତିନିଧ ପୀତବାସ ଗଛାୟତ, ମହାବିଦ୍ୟାଳୟର ଅଧ୍ୟକ୍ଷ ନଳିନୀକାନ୍ତ ମହାପାତ୍ର, ଏନସିସି ଦାୟିତ୍ୱରେ ଥିବା ଅଧ୍ୟାପକ, ଅଧ୍ୟାପିକା ଓ ସହପାଠୀ ମାନେ ଅଭିନନ୍ଦନ ସହ ଶୁଭେଚ୍ଛା ଜଣାଇଛନ୍ତି ।     (ଏରସମା/ବାଲିକୁଦା-ରିପୋର୍ଟ/ରଶ୍ମି ରଂଜନ ଖୁଣ୍ଟିଆ )