ଭୁବନେଶ୍ୱର (ଓଡିଶା ତାଜା ନିଉଜ୍) ଭୁବନେଶ୍ୱର ତା ୨୨-୦୧ -୨୦୨୦ରିଖ :- ଆଜି ବିଧାନସଭା ସ୍ୱାଧିକାର କମିଟିଙ୍କ ପ୍ରଥମ ବୈଠକ ପଞ୍ଚାୟତିରାଜ ଓ ପାନୀୟଜଳ, ଆଇନ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ ପ୍ରତା ପ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।
ବିଧାନସଭାସ୍ଥିତ ପ୍ରକୋଷ୍ଠ ନଂ-୫୪ରେ ଅନୁଷ୍ଠିତ ଏହି ବୈଠକରେ କମିଟିଙ୍କ ଭବିଷ୍ୟତ ଯୋଜନା ଓ କାଯ୍ୟକ୍ରମ ସଂପର୍କରେ ପୁଙ୍ଖାନୁ ପୁଙ୍ଖ ଆଲୋଚନା ହୋଇଥିଲା । ଏହି ବୈଠକରେ ଏହାର ସଭ୍ୟା ତଥା ସରକାରୀ ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକ, କମିଟିର ସଭ୍ୟ ଓ ବିଧାନସଭାର ସଚିବ ଶ୍ରୀ ଦାଶରଥୀ ଶତ ପଥୀଙ୍କ ସମେତ ବିଧାନସଭାର ପଦାଧିକାରୀ ମାନେ ଉପସ୍ଥିତ ଥିଲେ ।