• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଶୋଭନୀୟ ବିଶ୍ୱ ମହିଳା ୱେବ ସମ୍ମିଳନୀ ଉଦଯାପିତ ; ବିଶ୍ୱବ୍ୟାପି କୋଭିଡ ମୁକାବିଲା ନେଇ ମହିଳାଙ୍କର ଭୂମିକା ମହତ୍ଵପୁର୍ଣ

Proprietor Abhimanyu Maharana by Proprietor Abhimanyu Maharana
December 21, 2020
in ଓଡ଼ିଶା, କଟକ, ଖୋର୍ଦ୍ଧା, ଦେଶ, ପୁରୀ, ବିଶ୍ଵ, ହୋମ୍
0
ଶୋଭନୀୟ ବିଶ୍ୱ ମହିଳା ୱେବ ସମ୍ମିଳନୀ ଉଦଯାପିତ ; ବିଶ୍ୱବ୍ୟାପି କୋଭିଡ ମୁକାବିଲା ନେଇ ମହିଳାଙ୍କର ଭୂମିକା ମହତ୍ଵପୁର୍ଣ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ (୨୦ଡିସେମ୍ବର ରବିବାର ) କଟକ :- ସାରା ବିଶ୍ୱରେ ମହାମାରୀ କରୋନା ର କଡ଼ା ମୁକାବିଲା କରିବାନେଇ ମହିଳାମାନେ ଗ୍ରହଣ କରୁଥିବା ମହତ୍ୱପୂର୍ଣ୍ଣ ଭୂମିକାକୁ ସବୁ ସ୍ତରରେ ଭୁରୀ ଭୁରୀ ପ୍ରଶଂସା କରାଯାଇଛି | ଆନ୍ତର୍ଜାତୀକ ଶୋଭନୀୟତା ନିରୋଧ ଆନ୍ଦୋଳନ ତରଫରୁ ଆୟୋଜିତ ଶୋଭନୀୟ ବିଶ୍ୱ ମହିଳା ୱେବ ସମ୍ମିଳନୀରେ ପୃଥିବୀର ବିଭିନ୍ନ ଦେଶରୁ ଅଂଶଗ୍ରହଣ କରିଥିବା ନାରୀନେତ୍ରୀ ମାନେ ସାଂପ୍ରତିକ ଯୁଗରେ ସୁସ୍ଥ, ଶାଳୀନ ଓ ଶୋଭନୀୟ ସମାଜ ଗଠନ କ୍ଷେତ୍ରରେ ମହିଳା ମାନଙ୍କର ନିର୍ଣ୍ଣାୟକ ଯୋଗଦାନ ଅବଶ୍ୟଭାମ୍ବି ଓ ଅନସ୍ବୀକାର୍ଯ୍ୟ ବୋଲି ମତପ୍ରକାଶ କରିଥିଲେ | “ସାରା ବିଶ୍ୱରେ କୋଭିଡ – ୧୯ କୁ କାବୁ କରିବାନେଇ ମହିଳା ମାନଙ୍କର ପ୍ରଭାବଶାଲୀ ଭୂମିକା ଏବଂ “ଶିଶୁ କନ୍ୟାର ନିରାପତ୍ତା ଓ ସୁରକ୍ଷା ପାଇଁ ମାନବ ସମାଜକୁ ଜନାଦେଶ ” ଆଦି ଦୁଇଟି ବିଷୟବସ୍ତୁ କୁ ଆଧାର କରି ଅନୁଷ୍ଠିତ ୱେବିନାର କୁ ବିଶିଷ୍ଟ ସମାଜସେବୀ ଡ଼ଃ ଚିଦାତ୍ମିକା ଖଟୁଆ ପରିଚାଳନା କରିଥିଲେ |

ଆଲୋଚନାରେ ଅଂଶ ଗ୍ରହଣ କରି ନୂଆଦିଲ୍ଲୀ ସ୍ଥିତ ବାଳ ବିକାଶ ସମିତି ର ବରିଷ୍ଠ ସଦସ୍ୟା ଡଃ ସରିତା ସଡଙ୍ଗୀ, ଦିନେ ସମଗ୍ର ମାନବ ସମାଜକୁ ଦିଗଦର୍ଶନ ଦେଉଥିବା ଏବଂ ଦେବୀ ରୂପରେ ମଣ୍ଡପରେ ପୂଜା ପାଉଥିବା ନାରୀ, ଆଜି ରାଜରାସ୍ତାରେ ଅତ୍ୟାଚାରିତା, ଶୋଷିତ, ଲାଞ୍ଛିତ ହେବା ସହିତ ନିଜେ ପଥ ଓ ଦିଗ୍ଭ୍ରଷ୍ଟ ହୋଇଥିବା ନେଇ କ୍ଷୋଭପ୍ରକାଶ କରିଥିଲେ | ସୁପ୍ରସିଦ୍ଧ ନୃତ୍ୟଶିଳ୍ପୀ ତଥା ଛତିଶଗଡ଼ ଜନଜାତି ସାଂସ୍କୃତିକ ବିଭାଗ ର ଉପସଚିବ ପୂର୍ଣ୍ଣଶ୍ରୀ ରାଉତ ଜନଜାତି ଅନ୍ଧ, ମୂକ, ବଧିର ପିଲାମାନଙ୍କୁ ଏହି କୋଭିଡ ସମୟ ରେ ନୃତ୍ୟ, ସଂଗୀତ ଓ ବୈଷୟିକ ଶିକ୍ଷା ପ୍ରଦାନ କରି ସେମାନଙ୍କୁ ଯୋଗ୍ୟ ଏବଂ ସ୍ୱୟଂସମ୍ପନ୍ନ ବନାଯିବାର ଅବଶ୍ୟକତା ଉପରେ ଜୋର ଦେଇଥିଲେ |

ଚାଟାର୍ଡ ଆକାଉଂଟଣ୍ଟ ଶୀତଳ ବୈଦ୍ୟ ଦେଶପାଣ୍ଡେ ଉପନିଷଦର ପଂକ୍ତିକୁ ଉଦ୍ଧାରକରି, ବସୁଧୈବ କୁଟୁମ୍ବକଂ ଆଧାରିତ ଭାରତୀୟ ସଂସ୍କୃତି ସମଗ୍ର ବିଶ୍ୱର ନର ଓ ନାରୀଙ୍କୁ ଏକ ପରିବାର ମଧ୍ୟରେ ଆବଦ୍ଧ କରି ଉଭୟଙ୍କୁ ସମାନ ମାନ୍ୟତା ପ୍ରଦାନ କରୁଛି ବୋଲି ମତ ପ୍ରକାଶ କରିଥିଲେ | ନିଉଜିଲାଣ୍ଡରୁ ସୁରଭି ପଟ୍ଟନାୟକ ବର୍ତ୍ତମାନ ସମୟରେ ନାରୀର ସଂଜ୍ଞାରେ ବ୍ୟାପକ ମାତ୍ରାରେ ପରିବର୍ତ୍ତନ ପରିଲକ୍ଷିତ ହେଉଛି, ବୋଲି ଦର୍ଶାଇ ଶିକ୍ଷାର ପରିସରକୁ କେବଳ ନାରୀ ଓ ନରଙ୍କ ଭେଦଭାବ ଭିତରେ ସୀମିତ ନରଖିବାକୁ ପରାମର୍ଶ ଦେଇଥିଲେ | ଅନଲାଇନ ସମାବେଶରେ ଉଦବୋଧନ ଦେଇ କାନାଡ଼ା ଓଡ଼ିଆ ସମାଜ ର ସଭାପତି ଡଃ ସୁନନ୍ଦା ମିଶ୍ର ପଣ୍ଡା ନାରୀ, ବ୍ୟକ୍ତି, ଗୋଷ୍ଟି, ଏବଂ ବିଶ୍ୱ ଆଦି ତିନୋଟି ସ୍ତରରେ ସାଂପ୍ରତିକ କୋଭିଡ ମହାମାରୀ ଦ୍ୱାରା ବ୍ୟାପକ ଭାବେ ଆକ୍ରାନ୍ତ ସମାଜର ଅନବରତ ସେବା କରିଚାଲିଛି ବୋଲି ଦର୍ଶାଇଥିଲେ | ସମାଜର ମେରୁଦଣ୍ଡ କୁହାଯାଉଥିବା ମହିଳା ମାନଂକର ଯୁଗଯୁଗ ଧରି ଏକ ସ୍ୱତନ୍ତ୍ର ସ୍ଥାନ ରହିଆସିଛି ଏବଂ ଏବେବି ରହିଛି ତଥା ଭବିଷ୍ୟତରେ ମଧ୍ୟ ରହିଥିବ ବୋଲି ଡ଼ଃ ମିଶ୍ରପଣ୍ଡା ଉଲ୍ଲେଖ କରିଥିଲେ | ଜର୍ମାନୀରୁ ମାଳତୀ ଟି କୃଷ୍ଣସ୍ୱାମୀ ନିଜ ପରିବାରର ଐତିହ୍ୟ ଓ ପରମ୍ପରାକୁ ବଞ୍ଚାଇ ରଖିବା ଏବଂ ଏହାକୁ ଆଗେଇନେବା ଦିଗରେ ନାରୀମାନଙ୍କର ଭୂମିକା ଅତି ମହତ୍ୱପୂର୍ଣ୍ଣ ବୋଲି ସୁଚାଇଥିଲେ | ଆମେରିକାରୁ ଶୁଭଶ୍ରୀ ଦାଶ କରୋନା ମହାମାରୀ ଯୋଗୁଁ ନାରୀ ମାନେ ବହୁ ଭାବରେ ମାନସିକ ଦୁଶ୍ଚିନ୍ତା ର ଶିକାର ହୋଇଛନ୍ତି ବୋଲି ଦର୍ଶାଇ ନାରୀ ଜାତିର ସଶକ୍ତିକରଣ ତଥା କନ୍ୟାସନ୍ତାନର ଶିକ୍ଷା, ଦୀକ୍ଷା ଉପରେ ଗୁରୁତ୍ୱ ଆରୋପ କରିଥିଲେ |

ଏହି ଇଣ୍ଟରନେଟ ଅଧିବେଶନ ରେ ଉଦବୋଧନ ଦେଇ କତାରର ଭାରତୀୟ ମହିଳା ସଂଗଠନର ସଭାପତି ସୁସ୍ମିତା ପଟ୍ଟନାୟକ କୋଭିଡ ମହାମାରୀ କୁ କାବୁ କରିବାରେ ନାରୀ ମାନଙ୍କର ବଳିଷ୍ଠ ଯୋଗଦାନ କୁ ଭୁରୀ ଭୁରୀ ପ୍ରଶଂସା କରିଥିଲେ | ବିଖ୍ୟାତ ଚଷୁ ବିଶେଷଜ୍ଞ ଓ ସାହିତ୍ୟକ ଡ଼ଃ. ଅନିତା ପଣ୍ଡା ନାରୀ ର ବିକାଶ ହେଲେ ହିଁ ସମାଜ ଉନ୍ନତି ପଥେ ଅଗ୍ରସର କରିପାରିବ ବୋଲି ମତ ପ୍ରକାଶ କରିଥିଲେ | ମାଲେସିଆର ଗ୍ରୀନ ଔର୍ଲଡ ଫୋରମର ମହାସଚିବ ମାଗେଶ୍ୱରୀ ନାଦରାଜନ ସାରା ପୃଥିବୀରେ ମହିଳା ମାନେ ଏହି କୋଭିଡ କାଳରେ ନିଭାଉଥିବା ଗୁରୁତ୍ୱପୂର୍ଣ ଭୂମିକାକୁ ପ୍ରାଞ୍ଜଳ ଓ ଜୀବନ୍ତ ଭାବେ ଅବତାରଣା କରିଥିଲେ | ଅଷ୍ଟ୍ରେଲିଆରୁ ଡ଼ଃ ପ୍ରଭାତୀ ପାଣିଗ୍ରାହୀ କନ୍ୟା ସନ୍ତାନର ଶିକ୍ଷା ଓ ସମ୍ପନ୍ନତା ଦିଗରେ ସରକାରୀ ଓ ବେସରକାରୀ ସ୍ତରରେ ଅଗ୍ରାଧିକାର ଦିଆଯିବାକୁ ନିବେଦନ ଜଣାଇଥିଲେ |

ଏହି ଅବସରରେ ଭିଡିଓ କାନଫରେନସିଂ ଜରିଆରେ ଅନୁଷ୍ଠିତ “ମାନବିକତାର ସର୍ବବ୍ୟାପୀ ପ୍ରତିଫଳନ” ଶୀର୍ଷକ କବିତା ଆସର ରେ ଦେଶର ବହୁ ପ୍ରତିଷ୍ଠିତ କବୟିତ୍ରୀ ଭାଗ ନେଇଥିଲେ |ବିଶ୍ଵବ୍ୟାପୀ ମାନବିକତା ର ପ୍ରଦର୍ଶନ ଓ ପ୍ରତିଫଳନ ନେଇ ମହିଳା ମାନଙ୍କ ର ପ୍ରଭାବୀ ଭୂମିକା ତଥା ମହାମାରୀ କରୋନା କୁ ଆୟତ୍ତ୍ୱାଧୀନ ରଖିବା ନେଇ ମାତୃଶକ୍ତିର ବିଶେଷତ୍ୱକୁ ଆଧାର କରି କବି ମାନେ ସେମାନଙ୍କର କବିତା ମାଧ୍ୟମରେ ଅନନ୍ୟ ଓ ଅପୂର୍ବ ସୃଜନଶୀଳ ପ୍ରତିଭା ତଥା ପାରଦର୍ଶିତାର ପରିଚୟ ପ୍ରଦାନ କରିଥିଲେ | କବି ସମ୍ମିଳନୀ ରେ ଅଂଶଗ୍ରହଣ କରିଥିବା ବିଶିଷ୍ଟ ସାରସ୍ୱତ ସାଧିକା ମାନଙ୍କ ମଧ୍ୟରେ ଡ଼ଃ ଲକ୍ଷ୍ମୀ ଭଟ୍ଟ, ଲତା ବିନୋଦ ନୋବାଲ, ଡ଼ଃ ଅନିତା ସାବତ, ତପତି ପାଣିଗ୍ରାହୀ, ମାହିଯା ଦଳବେହେରା, ନେହା ଆଲ୍ଲାହାବାଦୀ, ଡ଼ଃ ସିଗମା ସତୀଶ, ଜୟଶ୍ରୀ ମହାପାତ୍ର ଓ ରୀତା ପାତ୍ର ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ |

ପ୍ରଖ୍ୟାତ କଣ୍ଠଶିଳ୍ପୀ ଅନିନ୍ଦିତା ଦାସଙ୍କ ଦ୍ୱାରା କୁମାର ଭାଇଙ୍କର ରଚିତ ଆବାହନୀ ସଂଗୀତ ‘ମାଲୋମା’ ର ଗାୟନ ବେଶ ମନମୁଗ୍ଧକର ଥିଲା | ଶୋଭନୀୟ ଆନ୍ଦୋଳନର ସଦସ୍ୟ ଡ଼ଃ ବନଲତା ଦେବୀ ଧନ୍ୟବାଦ ପ୍ରଦାନ କରି ଆଜିର ସମାଜ ହିଂସା , ଈର୍ଷା , କାତରତା ର କରାଳ ଛାୟାରୁ ଖୁବ ଶୀଘ୍ର ମୁକ୍ତ ହେବ ବୋଲି ଆଶା ପ୍ରକଟ କରିଥିଲେ |କବିତା ଆସରକୁ ଈପସା ପ୍ରତିବିମ୍ବିତା ଷଡ଼ଙ୍ଗୀ ଖୁବ ସୁନ୍ଦର, ସୁଚାରୁ ଓ ସାବଲୀଳ ଢଙ୍ଗରେ ସଂଚାଳନା କରିଥିଲେ | ସମଗ୍ର କାର୍ଯ୍ୟକ୍ରମ ଶୋଭନୀୟ ଆନ୍ଦୋଳନର ନିର୍ଦେଶକ ତଥା ସମ୍ମିଳନୀର ଅଧ୍ୟକ୍ଷା ଡ଼ଃ ଅରୁନ୍ଧତୀ ଦେବୀଙ୍କର ସକ୍ରୀୟ ତତ୍ୱାବଧାନ ରେ ସଂପନ୍ନ ହୋଇଥିଲା | ସଭା ଶେଷରେ ଡ଼ଃ ଦେବୀଙ୍କ ନେତୃତ୍ୱରେ ବୃନ୍ଦଗାନ ଜଗତକଲ୍ୟାଣ ପ୍ରାର୍ଥନା ପରିବେଷଣ କରାଯାଇଥିଲା | ଏହି ଆୟୋଜନରେ ଗୁରୁମା ମମତା ପ୍ରଧାନ ସହଯୋଗ କରିଥିଲେ | ନନ୍ଦନ ଦ୍ବିବେଦୀ ଡିଜିଟାଲ ମଞ୍ଚକୁ ଦକ୍ଷତାର ସହିତ ନିୟନ୍ତ୍ରଣ କରିଥିଲେ |

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଚାଷୀଙ୍କ ସବୁ ଧାନ କିଣିବାକୁ ସିପିଆଇ ର ଦାବୀ

ଚାଷୀଙ୍କ ସବୁ ଧାନ କିଣିବାକୁ ସିପିଆଇ ର ଦାବୀ

March 8, 2026
ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ନିବେଶକ ସଚେତନତା

ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ନିବେଶକ ସଚେତନତା

March 8, 2026
ଗାଡିଶାଗଦା ରେ ୮୫ କେଜି ଗନ ପାଉଡର ଜବତ : ଅଭିଯୁକ୍ତ ଫେରାର

ଗାଡିଶାଗଦା ରେ ୮୫ କେଜି ଗନ ପାଉଡର ଜବତ : ଅଭିଯୁକ୍ତ ଫେରାର

March 8, 2026
ପୁରୀ ଜିଲ୍ଲା ପରିଷଦର ଅଷ୍ଟମ ବୈଠକ ଅନୁଷ୍ଠିତ

ପୁରୀ ଜିଲ୍ଲା ପରିଷଦର ଅଷ୍ଟମ ବୈଠକ ଅନୁଷ୍ଠିତ

March 8, 2026

Recent News

ଚାଷୀଙ୍କ ସବୁ ଧାନ କିଣିବାକୁ ସିପିଆଇ ର ଦାବୀ

ଚାଷୀଙ୍କ ସବୁ ଧାନ କିଣିବାକୁ ସିପିଆଇ ର ଦାବୀ

March 8, 2026
ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ନିବେଶକ ସଚେତନତା

ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ନିବେଶକ ସଚେତନତା

March 8, 2026
ଗାଡିଶାଗଦା ରେ ୮୫ କେଜି ଗନ ପାଉଡର ଜବତ : ଅଭିଯୁକ୍ତ ଫେରାର

ଗାଡିଶାଗଦା ରେ ୮୫ କେଜି ଗନ ପାଉଡର ଜବତ : ଅଭିଯୁକ୍ତ ଫେରାର

March 8, 2026
ପୁରୀ ଜିଲ୍ଲା ପରିଷଦର ଅଷ୍ଟମ ବୈଠକ ଅନୁଷ୍ଠିତ

ପୁରୀ ଜିଲ୍ଲା ପରିଷଦର ଅଷ୍ଟମ ବୈଠକ ଅନୁଷ୍ଠିତ

March 8, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଚାଷୀଙ୍କ ସବୁ ଧାନ କିଣିବାକୁ ସିପିଆଇ ର ଦାବୀ

ଚାଷୀଙ୍କ ସବୁ ଧାନ କିଣିବାକୁ ସିପିଆଇ ର ଦାବୀ

March 8, 2026
ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ନିବେଶକ ସଚେତନତା

ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ନିବେଶକ ସଚେତନତା

March 8, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version