No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୮ ଡିସେମ୍ବର ଶୁକ୍ରବାର ) ପଦ୍ମପୁର :- ସମଗ୍ର ରାଜ୍ୟରେ ପରୀ ପାଇଁ ନିଆଁ ଜଳୁଛି । ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ଝାରବନ୍ଧ ବ୍ଲକକୁ ମଧ୍ୟ ଲାଗିଛି । ଭାରତୀୟ ଜନତା ପାର୍ଟି,ପଦ୍ମପୁର ତରଫରୁ ପରୀକୁ ନ୍ୟାୟ ପ୍ରଦାନ ଓ ପାଞ୍ଚ ହଜାର ନିଖୋଜ ଶିଶୁର ଉଦ୍ଧାର କରିବା ଦାବୀରେ ଏକ ଶୋଭାଯାତ୍ରା ଝାରବନ୍ଧ ରୁ ବିଜାଢୋଲ ପର୍ଯ୍ୟନ୍ତ ହୋଇଥିଲା । ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ତଥା ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ପ୍ରୀତେଶ ବହିଦାର, ଜିଲ୍ଲା ପରିଷଦ ଅଧ୍ୟକ୍ଷା ମୁକ୍ତା ସାହୁ , ଝାରବନ୍ଧ ମଣ୍ତଳ ସଭାପତି ମିଳନ ପାଣ୍ତେ,ପାଇକମାଲ ମଣ୍ତଳ ସଭାପତି କୈଲାସ ଦିଶ୍ରି , ଜଗଦଲପୁର ମଣ୍ତଳ ସଭାପତି ହରେକୃଷ୍ଣ ପଟେଲ, ମାଣ୍ତୋସିଲ ମଣ୍ତଲ ସଭାପତି
ସଞ୍ଜୟ ବେହେରା , ଝାରବନ୍ଦ ମଣ୍ତଳ ସଭାପତି ମିଳନ ପାଣ୍ତେ , ଝାରବନ୍ଦ ଗ୍ରାମ ପଞ୍ଚାୟତ ସରପଞ୍ଚ ଧନମତି ପାଣ୍ତେ,ଡା.ଲମ୍ବୋଦର ପଣ୍ତା,ସରୋଜ ପାଣିଗ୍ରାହୀ,ସରୋଜ ସାମଲ,ଜିଲ୍ଲା ସାଧାରଣ ସମ୍ପାଦକ ଗୋବର୍ଦ୍ଧନ ଅଗ୍ରୱାଲ, ଜୟ ନିଗମ, ହରିହର ସାହୁ, ଦୁର୍ଗା ପ୍ରସାଦ ଅଗ୍ରୱାଲ, ଜିଲ୍ଲା ସଂପାଦକ ଶ୍ରୀକାନ୍ତ ପାଣିଗ୍ରାହୀ, ବାଳକୃଷ୍ଣ ନାଏକ, ସାମନ୍ତ ମୁନା , ପଦ୍ମଲୋଚନ ବେରିଆ , ମାନ ଭଞୀନ ମିର୍ଦ୍ଧା, ସାଂସଦ ପ୍ରତିନିଧି ବଳରାମ ସାହୁ ସାମିଲ ଥିଲେ । ଶୋଭାଯାତ୍ରା ଶେଷରେ ବିଜାଢୋଲ ଗ୍ରାମ ମଝିରେ ଏକ ସଭା କରାଯାଇଥିଲା । ସେଥିରେ ସିବିଆଇ ତଦନ୍ତ, ମନ୍ତ୍ରୀ ଅରୁଣ ସାହୁଙ୍କୁ ସଂପୃକ୍ତି ଥିବାରୁ ତାଙ୍କ ମନ୍ତ୍ରୀ ମଣ୍ତଲରୁ ବହିଷ୍କାର ଦାବୀ କରାଯାଇଥିଲା । ( ରିପୋର୍ଟ – ନିରୋଜ କୁମାର ପାଣୀ )
No Result
View All Result