No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୮ ଡିସେମ୍ବର ଶୁକ୍ରବାର ) ଓଡ଼ଗାଁ :- ସନ୍ଧ୍ୟା ସମୟରେ ଓଡ଼ଗାଁ ବ୍ଲକ ଅନ୍ତର୍ଗତ ରୋହିବାଙ୍କ ନିକଟସ୍ଥ ବାଘୁଆଛକ ଠାରେ ଗଞ୍ଜାମ ପଟୁ ଆସୁଥିବା ଏକ ଡ଼ମ୍ଫର ଗାଡିର ପଛପଟୁ ଜଣେ ବାଇକ ଚାଳକ ଧକ୍କାଦେଇ ଗୁରୁତର ଆହତ ହୋଇଥିବା ଖବର ମିଳିଛି । ସୂଚନା ଅନୁଯାୟୀ ସନ୍ଧ୍ୟା ୬ଟା୩୦ମିନିଟରେ ଗଞ୍ଜାମର ଜଣେ ଯୁବକ (୩୫)ଏକ ସ୍କୁଟି ଯୋଗେ ଓଡ଼ଗାଁ ପଟକୁ ଆସୁଥିବା ବେଳେ ତାଙ୍କ ଆଗରେ ଯାଉଥିବା ଏକ ଡ଼ମ୍ଫର ଗାଡିର ପଛପଟକୁ ଧକ୍କା ଦେଇ ଗୁରୁତର ଆହତ ହୋଇଛନ୍ତି ।

ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବାରୁ ଓଡ଼ଗାଁ ଆଦର୍ଶ ଥାନା ଆଇ ଆଇ ସି ପ୍ରଜ୍ଞା ପରମିତା ଜେନା ନିଜ ଷ୍ଟାଫଙ୍କୁ ପଠାଇ ଲୋକମାନଙ୍କୁ ବୁଝାବୁଝି କରିଥିଲେ । ଏବଂ ଓଡ଼ଗାଁ ଅଗ୍ନିସମ ବାହିନୀଙ୍କ ଦ୍ୱାରା ଗୁରୁତର ଯୁବକଙ୍କୁ ଓଡ଼ଗାଁ ଡାକ୍ତରଖାନାକୁ ପଠାଇଥିବା ଖବର ମିଳିଛି । (ଓଡ଼ଗାଁ ରିପୋର୍ଟ – ଅଶ୍ଵିନୀ କୁମାର ସାହୁ )
No Result
View All Result