• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଶୋଭନୀୟ ବିଶ୍ୱ ମହିଳା ୱେବ ସମ୍ମିଳନୀ ଉଦଯାପିତ ; ବିଶ୍ୱବ୍ୟାପି କୋଭିଡ ମୁକାବିଲା ନେଇ ମହିଳାଙ୍କର ଭୂମିକା ମହତ୍ୱପୂର୍ଣ୍ଣ

Proprietor Abhimanyu Maharana by Proprietor Abhimanyu Maharana
December 16, 2020
in ଓଡ଼ିଶା, ଦେଶ, ବିଶ୍ଵ, ହୋମ୍
0
ଶୋଭନୀୟ ବିଶ୍ୱ ମହିଳା ୱେବ ସମ୍ମିଳନୀ ଉଦଯାପିତ ; ବିଶ୍ୱବ୍ୟାପି କୋଭିଡ ମୁକାବିଲା ନେଇ ମହିଳାଙ୍କର ଭୂମିକା ମହତ୍ୱପୂର୍ଣ୍ଣ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୧୬ ଡିସେମ୍ବର ବୁଧବାର )ନୂଆଦିଲ୍ଲୀ  :- ସାରା ବିଶ୍ୱରେ ମହାମାରୀ କରୋନାର କଡ଼ା ମୁକାବିଲା କରିବାନେଇ ମହିଳା ମାନେ ଗ୍ରହଣ କରୁଥିବା ମହତ୍ତ୍ୱପୂର୍ଣ୍ଣ ଭୂମିକାକୁ ସବୁ ସ୍ତରରେ ଭୁରି ଭୁରି ପ୍ରଶଂସା କରାଯାଇଛି | ଆନ୍ତର୍ଜାତିକ ଅଶୋଭନୀୟତା ନିରୋଧ ଆନ୍ଦୋଳନ ତରଫରୁ ଆୟୋଜିତ ଶୋଭନୀୟ ବିଶ୍ୱ ମହିଳା ୱେବ ସମ୍ମିଳନୀରେ ପୃଥିବୀର ବିଭିନ୍ନ ଦେଶରୁ ଅଂଶଗ୍ରହଣ କରିଥିବା ନାରୀନେତ୍ରୀ ମାନେ ସାଂପ୍ରତିକ ଯୁଗରେ ସୁସ୍ଥ, ଶାଳୀନ ଓ ଶୋଭନୀୟ ସମାଜ ଗଠନ କ୍ଷେତ୍ରରେ ମହିଳା ମାନଙ୍କର ନିର୍ଣ୍ଣାୟକ ଯୋଗଦାନ ଅବଶ୍ୟଭାମ୍ବି ଓ ଅନସ୍ବୀକାର୍ଯ୍ୟ ବୋଲି ମତପ୍ରକାଶ କରିଥିଲେ | “ସାରା ବିଶ୍ୱରେ କୋଭିଡ – ୧୯ କୁ କାବୁ କରିବାନେଇ ମହିଳା ମାନଙ୍କର ପ୍ରଭାବଶାଳୀ ଭୂମିକା ଏବଂ “ଶିଶୁ କନ୍ୟାର ନିରାପତ୍ତା ଓ ସୁରକ୍ଷା ପାଇଁ ମାନବ ସମାଜକୁ ଜନାଦେଶ ” ଆଦି ଦୁଇଟି ବିଷୟବସ୍ତୁକୁ ଆଧାର କରି ଅନୁଷ୍ଠିତ ୱେବିନାର କୁ ବିଶିଷ୍ଟ ସମାଜସେବୀ ଡ଼ଃ ଚିଦାତ୍ମିକା ଖଟୁଆ ପରିଚାଳନା କରିଥିଲେ |

ଆଲୋଚନାରେ ଅଂଶ ଗ୍ରହଣ କରି ନୂଆଦିଲ୍ଲୀ ସ୍ଥିତ ବାଳ ବିକାଶ ସମିତି ର ବରିଷ୍ଠ ସଦସ୍ୟା ଡଃ ସରିତା ସଡଙ୍ଗୀ, ଦିନେ ସମଗ୍ର ମାନବ ସମାଜକୁ ଦିଗଦର୍ଶନ ଦେଉଥିବା ଏବଂ ଦେବୀ ରୂପରେ ମଣ୍ଡପରେ ପୂଜା ପାଉଥିବା ନାରୀ, ଆଜି ରାଜରାସ୍ତାରେ ଅତ୍ୟାଚାରିତା, ଶୋଷିତ, ଲାଞ୍ଛିତ ହେବା ସହିତ ନିଜେ ପଥ ଓ ଦିଗ୍ଭ୍ରଷ୍ଟ ହୋଇଥିବା ନେଇ କ୍ଷୋଭପ୍ରକାଶ କରିଥିଲେ | ସୁପ୍ରସିଦ୍ଧ ନୃତ୍ୟଶିଳ୍ପୀ ତଥା ଛତିଶଗଡ଼ ଜନଜାତି ସାଂସ୍କୃତିକ ବିଭାଗର ଉପସଚିବ ପୂର୍ଣ୍ଣଶ୍ରୀ ରାଉତ ଜନଜାତି ଅନ୍ଧ, ମୂକ, ବଧିର ପିଲାମାନଙ୍କୁ ଏହି କୋଭିଡ ସମୟରେ ନୃତ୍ୟ, ସଂଗୀତ ଓ ବୈଷୟିକ ଶିକ୍ଷା ପ୍ରଦାନ କରି ସେମାନଙ୍କୁ ଯୋଗ୍ୟ ଏବଂ ସ୍ୱୟଂସମ୍ପନ୍ନ ବନାଯିବାର ଅବଶ୍ୟକତା ଉପରେ ଜୋର ଦେଇଥିଲେ |

ଚାଟାର୍ଡ ଆକାଉଂଟେଣ୍ଟ ଶୀତଳ ବୈଦ୍ୟ ଦେଶପାଣ୍ଡେ ଉପନିଷଦର ପଂକ୍ତିକୁ ଉଦ୍ଧାରକରି, ବସୁଧୈବ କୁଟୁମ୍ବକଂ ଆଧାରିତ ଭାରତୀୟ ସଂସ୍କୃତି ସମଗ୍ର ବିଶ୍ୱର ନର ଓ ନାରୀଙ୍କୁ ଏକ ପରିବାର ମଧ୍ୟରେ ଆବଦ୍ଧ କରି ଉଭୟଙ୍କୁ ସମାନ ମାନ୍ୟତା ପ୍ରଦାନ କରୁଛି ବୋଲି ମତ ପ୍ରକାଶ କରିଥିଲେ | ନିଉଜିଲାଣ୍ଡ ରୁ ସୁରଭି ପଟ୍ଟନାୟକ ବର୍ତ୍ତମାନ ସମୟରେ ନାରୀର ସଂଜ୍ଞାରେ ବ୍ୟାପକ ମାତ୍ରାରେ ପରିବର୍ତ୍ତନ ପରିଲକ୍ଷିତ ହେଉଛି, ବୋଲି ଦର୍ଶାଇ ଶିକ୍ଷାର ପରିସରକୁ କେବଳ ନାରୀ ଓ ନରଙ୍କ ଭେଦଭାବ ଭିତରେ ସୀମିତ ନ ରଖିବାକୁ ପରାମର୍ଶ ଦେଇଥିଲେ | ଅନଲାଇନ ସମାବେଶରେ ଉଦବୋଧନ ଦେଇ କାନାଡ଼ା ଓଡ଼ିଆ ସମାଜର ସଭାପତି ଡଃ ସୁନନ୍ଦା ମିଶ୍ର ପଣ୍ଡା ନାରୀ ବ୍ୟକ୍ତି, ଗୋଷ୍ଟି, ଏବଂ ବିଶ୍ୱ ଆଦି ତିନୋଟି ସ୍ତରରେ ସାଂପ୍ରତିକ କୋଭିଡ ମହାମାରୀ ଦ୍ୱାରା ବ୍ୟାପକ ଭାବେ ଆକ୍ରାନ୍ତ ସମାଜର ଅନବରତ ସେବା କରିଚାଲିଛି ବୋଲି ଦର୍ଶାଇଥିଲେ |

ସମାଜର ମେରୁଦଣ୍ଡ କୁହାଯାଉଥିବା ମହିଳା ମାନଂକର ଯୁଗଯୁଗ ଧରି ଏକ ସ୍ୱତନ୍ତ୍ର ସ୍ଥାନ ରହିଆସିଛି ଏବଂ ଏବେବି ରହିଛି ତଥା ଭବିଷ୍ୟତରେ ମଧ୍ୟ ରହିଥିବ ବୋଲି ଡ଼ଃ ମିଶ୍ରପଣ୍ଡା ଉଲ୍ଲେଖ କରିଥିଲେ | ଜର୍ମାନୀରୁ ମାଳତୀ ଟି କୃଷ୍ଣସ୍ୱାମୀ ନିଜ ପରିବାରର ଐତିହ୍ୟ ଓ ପରମ୍ପରାକୁ ବଞ୍ଚାଇ ରଖିବା ଏବଂ ଏହାକୁ ଆଗେଇନେବା ଦିଗରେ ନାରୀମାନଙ୍କର ଭୂମିକା ଅତି ମହତ୍ତ୍ୱପୂର୍ଣ୍ଣ ବୋଲି ସୁଚାଇଥିଲେ | ଆମେରିକାରୁ ଶୁଭଶ୍ରୀ ଦାଶ କରୋନା ମହାମାରୀ ଯୋଗୁଁ ନାରୀ ମାନେ ବହୁ ଭାବରେ ମାନସିକ ଦୁଶ୍ଚିନ୍ତାର ଶିକାର ହୋଇଛନ୍ତି ବୋଲି ଦର୍ଶାଇ ନାରୀ ଜାତିର ସଶକ୍ତିକରଣ ତଥା କନ୍ୟାସନ୍ତାନର ଶିକ୍ଷା, ଦୀକ୍ଷା ଉପରେ ଗୁରୁତ୍ୱ ଆରୋପ କରିଥିଲେ | ଏହି ଇଣ୍ଟରନେଟ ଅଧିବେଶନ ରେ ଉଦବୋଧନ ଦେଇ କତାରର ଭାରତୀୟ ମହିଳା ସଂଗଠନର ସଭାପତି ସୁସ୍ମିତା ପଟ୍ଟନାୟକ କୋଭିଡ ମହାମାରୀକୁ କାବୁ କରିବାରେ ନାରୀ ମାନଙ୍କର ବଳିଷ୍ଠ ଯୋଗଦାନକୁ ଭୁରି ଭୁରି ପ୍ରଶଂସା କରିଥିଲେ | ବିଖ୍ୟାତ ଚକ୍ଷୁ ବିଶେଷଜ୍ଞ ଓ ସାହିତ୍ୟିକ ଡ଼ଃ. ଅନିତା ପଣ୍ଡା ନାରୀର ବିକାଶ ହେଲେ ହିଁ ସମାଜ ଉନ୍ନତି ପଥେ ଅଗ୍ରସର କରିପାରିବ ବୋଲି ମତ ପ୍ରକାଶ କରିଥିଲେ |

ମାଲେସିଆର ଗ୍ରୀନ ଔର୍ଲଡ ଫୋରମର ମହାସଚିବ ମାଗେଶ୍ୱରୀ ନାଦରାଜନ ସାରା ପୃଥିବୀରେ ମହିଳାମାନେ ଏହି କୋଭିଡ କାଳରେ ନିଭାଉଥିବା ଗୁରୁତ୍ୱପୂର୍ଣ ଭୂମିକାକୁ ପ୍ରାଞ୍ଜଳ ଓ ଜୀବନ୍ତ ଭାବେ ଅବତାରଣା କରିଥିଲେ | ଅଷ୍ଟ୍ରେଲିଆରୁ ଡ଼ଃ ପ୍ରଭାତୀ ପାଣିଗ୍ରାହୀ କନ୍ୟା ସନ୍ତାନର ଶିକ୍ଷା ଓ ସମ୍ପନ୍ନତା ଦିଗରେ ସରକାରୀ ଓ ବେସରକାରୀ ସ୍ତରରେ ଅଗ୍ରାଧିକାର ଦିଆଯିବାକୁ ନିବେଦନ ଜଣାଇଥିଲେ | ଏହି ଅବସରରେ ଭିଡିଓ କନଫରେନସିଂ ଜରିଆରେ ଅନୁଷ୍ଠିତ “ମାନବିକତା ର ସର୍ବବ୍ୟାପୀ ପ୍ରତିଫଳନ” ଶୀର୍ଷକ କବିତା ଆସରରେ ଦେଶର ବହୁ ପ୍ରତିଷ୍ଠିତ କବୟିତ୍ରୀ ଭାଗ ନେଇଥିଲେ |ବିଶ୍ଵବ୍ୟାପୀ ମାନବିକତାର ପ୍ରଦର୍ଶନ ଓ ପ୍ରତିଫଳନ ନେଇ ମହିଳା ମାନଙ୍କର ପ୍ରଭାବୀ ଭୂମିକା ତଥା ମହାମାରୀ କରୋନାକୁ ଆୟତ୍ତ୍ୱାଧୀନ ରଖିବା ନେଇ ମାତୃଶକ୍ତିର ବିଶେଷତ୍ୱକୁ ଆଧାର କରି କବି ମାନେ ସେମାନଙ୍କର କବିତା ମାଧ୍ୟମରେ ଅନନ୍ୟ ଓ ଅପୂର୍ବ ସୃଜନଶୀଳ ପ୍ରତିଭା ତଥା ପାରଦର୍ଶିତାର ପରିଚୟ ପ୍ରଦାନ କରିଥିଲେ |

କବି ସମ୍ମିଳନୀରେ ଅଂଶଗ୍ରହଣ କରିଥିବା ବିଶିଷ୍ଟ ସାରସ୍ୱତ ସାଧିକା ମାନଙ୍କ ମଧ୍ୟରେ ଡ଼ଃ ଲକ୍ଷ୍ମୀ ଭଟ୍ଟ, ଲତା ବିନୋଦ ନୋବାଲ, ଡ଼ଃ ଅନିତା ସାବତ, ତପତି ପାଣିଗ୍ରାହୀ, ମହିଯା ଦଳବେହେରା, ନେହା ଆଲ୍ଲାହାବାଦୀ, ଡ଼ଃ ସିଗମା ସତୀଶ, ଜୟଶ୍ରୀ ମହାପାତ୍ର ଓ ରୀତା ପାତ୍ର ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ |ପ୍ରଖ୍ୟାତ କଣ୍ଠଶିଳ୍ପୀ ଅନିନ୍ଦିତା ଦାସଙ୍କ ଦ୍ୱାରା କୁମାର ଭାଇଙ୍କର ରଚିତ ଆବାହନୀ ସଂଗୀତ ‘ମାଲୋମା’ ର ଗାୟନ ବେଶ ମନମୁଗ୍ଧକର ଥିଲା | ଶୋଭନୀୟ ଆନ୍ଦୋଳନର ସଦସ୍ୟ ଡ଼ଃ ବନଲତା ଦେବୀ ଧନ୍ୟବାଦ ପ୍ରଦାନ କରି ଆଜିର ସମାଜ ହିଂସା , ଈର୍ଷା , କାତରତାର କରାଳ ଛାୟାରୁ ଖୁବ ଶୀଘ୍ର ମୁକ୍ତ ହେବ ବୋଲି ଆଶା ପ୍ରକଟ କରିଥିଲେ |କବିତା ଆସରକୁ ଈପସା ପ୍ରତିବିମ୍ବିତା ଷଡ଼ଙ୍ଗୀ ଖୁବ ସୁନ୍ଦର, ସୁଚାରୁ ଓ ସାବଲୀଳ ଢଙ୍ଗରେ ସଂଚାଳନା କରିଥିଲେ | ସମଗ୍ର କାର୍ଯ୍ୟକ୍ରମ ଶୋଭନୀୟ ଆନ୍ଦୋଳନର ନିର୍ଦ୍ଦେଶିକା ତଥା ସମ୍ମିଳନୀର ଅଧ୍ୟକ୍ଷା ଡ଼ଃ ଅରୁନ୍ଧତୀ ଦେବୀଙ୍କର ସକ୍ରୀୟ ତତ୍ୱାବଧାନରେ ସଂପନ୍ନ ହୋଇଥିଲା | ସଭା ଶେଷରେ ଡ଼ଃ ଦେବୀଙ୍କ ନେତୃତ୍ୱରେ ବୃନ୍ଦଗାନ ଜଗତକଲ୍ୟାଣ ପ୍ରାର୍ଥନା ପରିବେଷଣ କରାଯାଇଥିଲା | ଏହି ଆୟୋଜନରେ ଗୁରୁମା ମମତା ପ୍ରଧାନ ସହଯୋଗ କରିଥିଲେ | ନନ୍ଦନ ଦ୍ବିବେଦୀ ଡିଜିଟାଲ ମଞ୍ଚକୁ ଦକ୍ଷତାର ସହିତ ନିୟନ୍ତ୍ରଣ କରିଥିଲେ |

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
୭ମ ମାଁ ବସ୍ତରେନ୍ କ୍ରିକେଟ ଟୁର୍ନାମେଣ୍ଟ ମ୍ୟାଚ୍ ଉଦଯାପିତ

୭ମ ମାଁ ବସ୍ତରେନ୍ କ୍ରିକେଟ ଟୁର୍ନାମେଣ୍ଟ ମ୍ୟାଚ୍ ଉଦଯାପିତ

March 9, 2026
ଏକାମ୍ର ହାଟରେ “ସପ୍ତାହର କାରିଗର” କାର୍ଯ୍ୟକ୍ରମର ଶୁଭାରମ୍ଭ

Launch of “Craftsperson of the Week” Programme at Ekamra Haat

March 9, 2026
ଏକାମ୍ର ହାଟରେ “ସପ୍ତାହର କାରିଗର” କାର୍ଯ୍ୟକ୍ରମର ଶୁଭାରମ୍ଭ

ଏକାମ୍ର ହାଟରେ “ସପ୍ତାହର କାରିଗର” କାର୍ଯ୍ୟକ୍ରମର ଶୁଭାରମ୍ଭ

March 9, 2026
ସିଟୁ ଓ ମହିଳା ସମିତି ତରଫରୁ କଣ୍ଟିଲୋଠାରେ ବିଶ୍ଵ ମହିଳା ଦିବସ ପାଳିତ

ସିଟୁ ଓ ମହିଳା ସମିତି ତରଫରୁ କଣ୍ଟିଲୋଠାରେ ବିଶ୍ଵ ମହିଳା ଦିବସ ପାଳିତ

March 9, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

୭ମ ମାଁ ବସ୍ତରେନ୍ କ୍ରିକେଟ ଟୁର୍ନାମେଣ୍ଟ ମ୍ୟାଚ୍ ଉଦଯାପିତ

୭ମ ମାଁ ବସ୍ତରେନ୍ କ୍ରିକେଟ ଟୁର୍ନାମେଣ୍ଟ ମ୍ୟାଚ୍ ଉଦଯାପିତ

March 9, 2026
ଏକାମ୍ର ହାଟରେ “ସପ୍ତାହର କାରିଗର” କାର୍ଯ୍ୟକ୍ରମର ଶୁଭାରମ୍ଭ

Launch of “Craftsperson of the Week” Programme at Ekamra Haat

March 9, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version