ଓଡ଼ିଶା ତାଜା ନ୍ୟୁଜ (୧୬ ଡିସେମ୍ବର ବୁଧବାର ) ଗଞ୍ଜାମ :- ସାନଖେମୁଣ୍ଡି ବ୍ଲକ୍ ରାଧାଦେଇପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଉସ୍ତା ଜଗନ୍ନାଥପୁର ଗ୍ରାମରେ ଆଜି “ମୋ ସ୍ୱାଭିମାନ ସ୍ୱଚ୍ଛ ଗଞ୍ଜାମ ” ଆନୁକୁଲ୍ୟରେ ଗ୍ରାମର ପରିବେଶ ସହ ପରିମଳ ସ୍ଵଚ୍ଛ କରିବା ନେଇ ଯୁବଗୋଷ୍ଠୀଙ୍କ ଠାରେ ଆନ୍ତରିକତା ଦେଖିବାକୁ ମିଳିଛି । ସ୍ବେଛାସେବୀ ଗୌରୀ ଶଙ୍କର ତ୍ରିପାଠୀଙ୍କ ତତ୍ତ୍ଵାବଧାନରେ ଗ୍ରାମ ଯୁବ ସମୂହ ମିଳିତ ଭାବରେ ଗାଁ ମୁଖ୍ୟ ରାସ୍ତାକୁ ସଫା କରିବା ସହିତ ସାଧାରଣରେ ସ୍ୱଚ୍ଛ ପରିବେଶ ଓ ପରିମଳ ପରିଚାଳନା ନେଇ ଅନୁପ୍ରାଣିତ କରିଛନ୍ତି ।














