No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୫ ଡିସେମ୍ବର ମଙ୍ଗଳବାର ) ପାରଳାଖେମୁଣ୍ଡି :- କେନ୍ଦ୍ର ସରକାର’ଙ୍କ ପକ୍ଷରୁ ପ୍ରଣୟନ କରାଯାଇଥିବା ଲୋକପ୍ରିୟ କୃଷି ସଂସ୍କାର ଆଇନ ଓ ଏହାର ଅପପ୍ରଚାର ଯୋଗୁଁ ଚାଷୀଙ୍କୁ ଭ୍ରମିତ କରା ଯାଉଥିବା ସମ୍ପର୍କରେ ସମ୍ପୂର୍ଣ୍ଣ ଅବଗତ କରାଇବା ଉଦ୍ଦେଶ୍ୟ’ରେ ପାରଳାଖେମୁଣ୍ଡି ସ୍ଥିତ ଭାଜପା: ଜିଲ୍ଲା କାର୍ଯ୍ୟାଳୟ ଠାରେ ଭାଜପା:ରାଜ୍ୟ କୃଷକ ମୋର୍ଚ୍ଚା ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ’ରେ ଭାଜପା : -କୃଷକ ମୋର୍ଚ୍ଚା’ର ରାଜ୍ୟ ସମ୍ପାଦକ ଶ୍ରୀ ସରୋଜ କୁମାର ସାହୁ ଯୋଗଦେଇ କହିଛନ୍ତି ଯେ , ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀ ଦେଶର ଦାୟିତ୍ୱ ନେବାପରେ କୃଷକ ମାନଙ୍କ ଆୟକୁ ଆସନ୍ତା ୨୦୨୨ ମସିହା ସୁଦ୍ଧା ଦ୍ବିଗୁଣିତ କରିବା ପାଇଁ ଯେଉଁ ସବୁ ପଦକ୍ଷେପ ମାନ ନେଇଛନ୍ତି , ସେଥିମଧ୍ୟରୁ ନୂତନ କୃଷି ଆଇନ ଅନ୍ୟତମ ।
ଏହି ନୂତନ କୃଷିଆଇନ କୁ ନେଇ ଦେଶର ଅଧିକାଂଶ ଚାଷୀ ସମର୍ଥନ କରୁଥିବା ବେଳେ କେତେକ ଗୋଷ୍ଠୀ ଏହାକୁ ବିରୋଧ କରି ଅପପ୍ରଚାର କରି ଚାଷୀମାନଙ୍କୁ ଭ୍ରମିତ କରାଉଛନ୍ତି । ଏହା ଚାଷୀମାନଙ୍କ ନିମନ୍ତେ ଏକ କଲ୍ୟାଣକାରୀ ଯୋଜନା ଏବଂ ଏହାଦ୍ୱାରା ଚାଷୀ ବେଶ ଉପକୃତ ହେବେ । ଏହି ଆଇନ କୃଷକମାନଙ୍କୁ ଲାଭଖୋର ମଧ୍ୟସ୍ତି ମାନଙ୍କ ଦାଉରୁ ରକ୍ଷା କରିବ , ଏଥିରେ ଆସିଥିବା ନୂଆ ଆଇନ ଅନୁଯାୟୀ ମଣ୍ଡି ବ୍ୟବସ୍ଥା ସହିତ ଚାଷୀଙ୍କ ପାଖରେ ଖୋଲା ବଜାର’ରେ ନିଜର ଉତ୍ପାଦିତ ସାମଗ୍ରୀ ବିକ୍ରି କରିବାର ସୁଯୋଗ ରହିଛି । ଏମିତି କି ଏହି ନୂତନ କୃଷି ଆଇନ ବଳରେ ଚାଷୀ ନିଜର ଜିନିଷ ଦେଶର ଯେଉଁଠି ହେଲେ ସ୍ବ-ଇଛାରେ ଯେ କୋଣସି ବେପାରୀଙ୍କୁ ବିକ୍ରି କରିପାରିବ । ଏଥିରେ ଚାଷୀ ପାଉଥିବା ସର୍ବନିମ୍ନ ମୂଲ୍ୟରେ କୋଣସି ପରିବର୍ତ୍ତନ ହୋଇନାହିଁ ବୋଲି କହିଥିଲେ । ଅନ୍ୟପକ୍ଷରେ ଦେଶରେ ଢାଙ୍କିନା ଆରମ୍ଭ ହୋଇ ଯାଇଥିବା ବେଳେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୩୫୦୦ ମଣ୍ଡି ଏ ପର୍ଯ୍ୟନ୍ତ ଖୋଲିନାହିଁ କାହିଁକି। ଏ ସମ୍ପର୍କରେ ରାଜ୍ୟ ସମବାୟ ମନ୍ତ୍ରୀ କହୁଛନ୍ତି ଯେ , ରାଜ୍ୟରେ ଧାନକିଣା ଆରମ୍ଭ ହୋଇଗଲାଣି ବୋଲି , ହେଲେ ଏ ପର୍ଯ୍ୟନ୍ତ କୋଣସି ମଣ୍ଡି ଖୋଲିନାହିଁ କି ଚାଷୀଙ୍କୁ ଟୋକେନ୍ ମଧ୍ୟ ଦିଆ ଯାଇନାହିଁ , ଯାହାଫଳରେ ଚାଷୀମାନେ ସେମାନଙ୍କ ଉତ୍ପାଦିତ ଧାନ’କୁ ନିଜ ଖଳାରେ ରଖିଛନ୍ତି , ତାହା ପ୍ରାୟ ନଷ୍ଟ ହେବାରେ ଲାଗିଲାଣି ।
କେନ୍ଦ୍ର ସରକାର ଧାନ’ର ଏମଏସପି : ୧୮୬୮ ଟଙ୍କା ଦେଉଥିବା ବେଳେ ମଣ୍ଡିରେ ୩ କେଜିରୁ୮ କେଜି ପର୍ଯ୍ୟନ୍ତ ମାପ ନିୟନ୍ତ୍ରକ ଯନ୍ତ୍ର ନ ରଖି କଟନି ଛଟନୀ କରୁଥିବା ଯୋଗୁଁ ଚାଷୀ ଧାନ’ର ପ୍ରକୃତ ମୂଲ୍ୟ ପାଇପାରୁ ନାହାନ୍ତି ।ମଣ୍ଡି’ର ଭିତ୍ତିଭୂମି ଏ ପର୍ଯ୍ୟନ୍ତ ସୁଧୁରିନାହିଁ ,ଧାନ ଅଖାପାଇଁ ମଧ୍ୟ ଟଙ୍କା ଦିଆ ଯାଉନାହିଁ କହି ଏସବୁ ଅବ୍ୟବସ୍ଥା ଓ ଅନିୟମିତତା’କୁ ଆମେ ଭାଜପା କୃଷକ ମୋର୍ଚ୍ଚା ପକ୍ଷରୁ ଘୋର ବିରୋଧ କରୁଛୁ ବୋଲି କହିଥିଲେ । ପର ଭାଜପା କୃଷକମୋର୍ଚ୍ଚା ପ୍ରତିନିଧି ମାନେ ଜିଲ୍ଲାର କାଶୀନଗର ବ୍ଲକ ଅନ୍ତର୍ଗତ ରାଣୀପେଟା ଗ୍ରାମକୁ ଯାଇ କେନ୍ଦ୍ର ସରକାରଙ୍କ ନୂତନ କୃଷିନୀତି ଆଇନ ସମ୍ପର୍କରେ ଅବଗତ କରାଇ ଆଲୋଚନା କରିବା ସହ ସେମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ପରେ ସେଠାସରେ ଥିବା ସମବାୟ ସମିତି’ର ମଣ୍ଡି ତଥା ଜମା କାଉଣ୍ଟର’ର ସମ୍ପାଦକଶ୍ରୀ ପି: ଚନ୍ଦ୍ରଶେଖର’ଙ୍କ ସହ ଆଲୋଚନା କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମ’ରେ ଭାଜପା: ଜିଲ୍ଲା ସଭାପତି ତଥା ପାରଳାଖେମୁଣ୍ଡି ବିଧାୟକ ଶ୍ରୀ କେ: ନାରାୟଣ ରାଓ , ଜିଲ୍ଲା ପ୍ରଭାରୀ ତଥା ପର୍ଯ୍ୟବେକ୍ଷକ ଶ୍ରୀ ସରୋଜ କୁମାର ସାବତ , ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଶ୍ରୀ ପ୍ରଶାନ୍ତ କୁମାର ପାଳ ଏବଂ ବରିଷ୍ଠ ନେତା ଶ୍ରୀ ନୃସିଂହ ଚରଣ ପଟନାୟକ ଶ୍ରୀ ଗୌରାଙ୍ଗ ଗୌଡ଼ ପ୍ରମୁଖ ଥିଲେ । କାଶୀନଗର ବ୍ଲକ ଅଧ୍ୟକ୍ଷ ଶ୍ରୀ ଚିତ୍ରୀ ସୀମାଦ୍ରୀ ମଧ୍ୟ ଏହି ସମସ୍ତ କାର୍ଯ୍ୟକ୍ରମ’ରେ ଉପସ୍ଥିତ ଥିଲେ । (ଗରୁଡ଼ ଧ୍ଵଜ ଚୌଧୁରୀ )
No Result
View All Result