No Result
View All Result

ଓଡ଼ିଶା ତାଜା ନ୍ୟୁଜ (୧୫ ଡିସେମ୍ବର ମଙ୍ଗଳବାର ) ଭୁବନେଶ୍ୱର :- କେନ୍ଦ୍ର ସରକାରଙ୍କ ନୂଆ କୃଷିନୀତି ବାତିଲ ଦାବିରେ ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ ଦିଲୀସୀମାରେ ଗତ ୨୦ ଦିନ ଧରି ଚାଲିଥିବା ପ୍ରତିବାଦ ଆନ୍ଦୋଳନରେ ସାମିଲ୍ ହେବାକୁ ଓଡ଼ିଶାରୁ ଆସିଥିବା ‘ଆମ ଅଧିକାର’ ସଂଗଠନର କର୍ମକର୍ତ୍ତାମାନେ ସିଙ୍ଗୁ ସୀମାରେ ପହଞ୍ôଚ ନିଜସ୍ୱ ଶୈଳୀରେ ପ୍ରତିବାଦ ଜାରି ରଖିଛନ୍ତି । ଓଡ଼ିଆରେ ଲେଖାଥିବା ପ୍ଲାକାର୍ଡ଼ ଏବଂ ବ୍ୟାନର ଧରି କର୍ମକର୍ତ୍ତାମାନେ ବିକ୍ଷୋଭସ୍ଥଳ ପରିକ୍ରମା କରି ବିପୁଳ ସମର୍ଥନ ମଧ୍ୟ ପାଇଛନ୍ତି । ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ ଆୟୋଜିତ ସର୍ବଭାରତୀୟ ପ୍ରତିବାଦ ସଭାର କୃଷକ ମହାମଞ୍ଚରେ ଉଦ୍ବୋଧନ ଦେଇ ସଂଗଠନ ରାଜ୍ୟ ଆବାହକ ଶ୍ରୀ ଅମିୟ ପାଣ୍ଡବ ଓଡ଼ିଶାର ଚାଷୀକୂଳ ପକ୍ଷରୁ ଏହି ଆନ୍ଦୋଳନ ପ୍ରତି ସମର୍ଥନ ଜ୍ଞାପନ କରିବା ସହ ଏହି କଳା ଆଇନ୍ ରଦ୍ଦ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବାକୁ ଘୋଷଣା କରିଥିଲେ ।

ସକାଳୁ ସନ୍ଧ୍ୟାଯାଏ ସଂଗଠନର କର୍ମକର୍ତ୍ତାମାନେ ମହାସଚିବ ଶ୍ରୀ ଗଣେଶ ଦାଶ ଓ କ୍ରିଷ୍ଣା ଶତପଥୀଙ୍କ ନେତୃତ୍ୱରେ ବିଭିନ୍ନ ରାଜ୍ୟରୁ ଆସିଥିବା କୃଷକ ସଂଗଠନର କର୍ମକର୍ତ୍ତାମାନଙ୍କୁ ଭେଟି ଆଲୋଚନା କରିବା ସହ ସମ୍ମିଳିତ ସଂଗ୍ରାମ ପାଇଁ ସମ୍ମତ୍ତି ଓ ସମର୍ଥନ ଜ୍ଞାପନ କରିଥିଲେ । ଅଭିନବ ଶୈଳୀରେ ପ୍ରତିବାଦ କରି ସଂଗଠନର ସମ୍ପାଦକ ପାର୍ଥସାରଥୀ ଜେନା ଓ ବିଶ୍ୱଭୂଷଣ ମହାପାତ୍ର ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସଭାସ୍ଥଳ ମଧ୍ୟରେ ଉଭୟ ଶ୍ରୀ ଜେନା ଓ ମହାପାତ୍ର ଏହି ଚାଷୀ ବିରୋଧୀ କଳା ଆଇନ୍ ବିରୋଧରେ ନିଜର କେଶ ମୁଣ୍ଡନ କରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲେ ।

No Result
View All Result