No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୩ ଡିସେମ୍ବର,ରବିବାର )କଟକ :- କେନ୍ଦ୍ରସରକାର ବିନା ଆଲୋଚନାରେ ପ୍ରଣୟନ କରିଛନ୍ତି ନୂତନ କୃଷି ଆଇନ୍। ଏହାକୁ ଦେଶର କୋଣ ଅନୁକୋଣ ରୁ କୃଷକ ମାନେ ଗ୍ରହଣ କରିବାକୁ ନାରାଜ। ପରିସ୍ଥିତି ଏପରି ହୋଇଛି ଯେ ଦେଶର ବିଭିନ୍ନ ପ୍ରାନ୍ତରୁ ଲକ୍ଷ ଲକ୍ଷ ଚାଷୀ ପରିବାର ଛାଡ଼ି ଭୋକ ଉପାସରେ ଦିଲ୍ଲୀ ରେ ଶୀତ କାକରରେ ପଡିରହିଛନ୍ତି। କଳଙ୍କିତ ନୂତନ କୃଷି ଆଇନ୍ ର ତିନୋଟି ଧାରାକୁ ପ୍ରତ୍ୟାହାର ପାଇଁ ଅଡି ବସିଛନ୍ତି ସେମାନେ ।
କିନ୍ତୁ କେନ୍ଦ୍ର ସରକାର ନିଜ ଜିଦ୍ ରେ ଅଟଳ। ସରକାର ଙ୍କ ଏଭଳି ନୀତି ର ପ୍ରତିବାଦ ଉଠାଇଛି ଶିଖରପୁର (କଟକ) ନିକଟସ୍ଥ ଗୁରୁଦ୍ୱାର ଗୁରୁନାନକ୍ ଦାତ୍ନ ସାହିବ କମିଟି। କୃଷମାନଙ୍କର ସମର୍ଥନରେ ରବିବାର ସକାଳେ ସଭାପତି ଏସ୍.ଜଗରାଜ୍ ସିଂହ ଙ୍କ ନେତୃତ୍ୱରେ ଏକ ବିରାଟ ବିକ୍ଷୋଭ ପଟୁଆର ଗୁରୁଦ୍ୱାର ଠାରୁ ବାହାରି ବିଭିନ୍ନ ଗଳି ମଧ୍ୟ ଦେଇ ସଭା ମଣ୍ଡପକୁ ଫେରିଥିଲା । କୃଷି ବିଲ୍ କୁ ତୁରନ୍ତ ପ୍ରତ୍ୟାହାର କରିବାକୁ କଟକ ଜିଲ୍ଲାପାଳ ଭବାନୀଶଙ୍କର ଚୟନି ଙ୍କ ଜରିଆରେ ଏକ ଦାବିପତ୍ର ପ୍ରଧାନମନ୍ତ୍ରୀ ମୋଦିଙ୍କ ଉଦ୍ଦେଶ୍ୟ ରେ ପଠାଯାଇଥିଲା ।
ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ସମ୍ପାଦକ ତ୍ରିଲୋଚନ ସିଂ, ପରାମର୍ଶଦାତା କମିଟି ସଭ୍ୟ ଏସ ପ୍ୟାରା ସିଂହ, ଏସ avtaar ସିଂହ, ଏସ ଗୁରୁଚରଣ ସିଂହ, ଏସ ଶୁକଦେବ ସିଂହ, ଶିଖରପୁର ସାହି ମୂରବୀ ତଥା ରାଜ୍ୟ ଟ୍ରକ୍ ଆସୋସିଏନ୍ ସଭାପତି ଶରତ ପ୍ରଧାନ, ସଭାପତି ଜୟନ୍ତ ପ୍ରଧାନ, ସମ୍ପାଦକ ବିଷ୍ଣୁ ଚରଣ ନାୟକ, ଯୁଗ୍ମ ସମ୍ପାଦକ ଲକ୍ଷ୍ମୀଧର ମହାନ୍ତି, ସାହି ଅଧିକାରୀ ବାବୁଲା ରାଉତ ଙ୍କ ସମେତ ପୂଜା କମିଟି ସଭ୍ୟ ବିକ୍ଷୋଭ ରେ ସାମିଲ ଥିଲେ। କଟକରୁ ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ ।(ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ)
No Result
View All Result