ଓଡ଼ିଶା ତାଜା ନ୍ୟୁଜ୍ (୧୧ ଡିସେମ୍ବର ଶୁକ୍ରବାର ) ରାୟଗଡ ଗଜପତି :- ରାୟଗଡ ବ୍ଲକ ନିକଟ ସାନତୁଣ୍ଡି ଗ୍ରାମପଂଚାୟତ ର ଦୀର୍ଘବର୍ଷ ପରେ ଚମ୍ପାପୁରୁ ଛକଠାରୁ ବଡ଼ତୁଣ୍ଡି ମଧ୍ୟରେ ବୋହି ଆସୁଥିବା ଜଲାଙ୍ଗ ନାଳ ଉପର ଉଚ୍ଚ ସ୍ତରୀୟସେତୁ ନିର୍ମାଣ ଅଟକଳମୁଲ୍ୟ- 419,19 ଲକ୍ଷ ଟଙ୍କାର ଏହି କାର୍ଯ୍ୟ ଦ୍ରୁତଗତିରେ ବହୁବାଧା ବିଘ୍ନ କୁ ସାମ୍ନା କରି ମହାବାତ୍ୟା ତିତିଲି,ହୁଡୁହୁଡୁ,କୁ ସମୁଖୀନ ହୋଇ ମଧ୍ୟ କାର୍ଯ୍ୟ ଚାଲିଥିବାର ଦେଖିବାକୁ ମିଳିଛି l ପ୍ରାୟ ପଞ୍ଚସ୍ତରୀ ଭାଗକାମ ଶେଷ ହୋଇଥିବା ଦେଖିବାକୁ ମିଳିଛି ଛାତପଡ଼ି ଉଭୟ ପାର୍ଶ୍ୱରେ ମାଟିପକାଯାଇ କକ୍ରେଟ ସାଇଡୱlଲ କାମ ଦ୍ରୁତ ଗତିରେ ଆଗେୟୀ ଚାଲିଛି l
ବର୍ତ୍ତମାନ ଅଞ୍ଚଳବାସୀ ଆଉ ଖାଲ ରାସ୍ତାକୁ ଓଲ୍ହାଇ ନଦୀପାଣିରେ ଯିବାଆସିବା କରୁନାହାନ୍ତି ! ନୂତନ ଉଚ୍ଚ ସ୍ତରୀୟ ସେତୁ ଦେଇ ଯା ଆସ କରୁଥିବା ଦେଖାଯାଉଛି ! ଭାରତ ସ୍ୱାଧୀନ ହେବାର ଦିର୍ଘ ବର୍ଷ ପରେ ଅଞ୍ଚଳ ବାସୀ ଙ୍କ ସ୍ବପ୍ନ ଆଜି ପୂରଣ ହେବାକୁ ଯାଉଥିବାରୁ ଉକ୍ତ ଅଞ୍ଚଳରେ ଆବାଳବୃଦ୍ଧ ମାଆ,ଛୋଟ ପିଲାଙ୍କ ମଧ୍ୟରେଖୁସି ବ୍ୟକ୍ତ କରୁଛନ୍ତି !
ଉକ୍ତ ବ୍ରିଜ ସର୍ବ ସାଧାରଣ ନିମନ୍ତେ ଖୋଲାଯିବା ପରେ ଗର୍ଭବତୀମା,ଏବଂ ପିଲା ମାନଙ୍କ ସ୍ୱାସ୍ଥ୍ୟ ଖରାପ ବା ବର୍ଷାଦିନେ ସ୍କୁଲ କଲେଜ ମାନଙ୍କୁ ଛାତ୍ର ଛାତ୍ରୀ ଙ୍କ ଯାତାୟତରେ ମଧ୍ୟ ଅସୁବିଧା ହୋଉଥିଲା l ବର୍ତ୍ତମାନ ଉକ୍ତ ନୂତନ ଉଚ୍ଚ ସ୍ତରୀୟ ସେତୁ ସର୍ବ ସାଧାରଙ୍କ ସେବାରେ ଆସିବ ବୋଲି ଅଞ୍ଚଳ ବାସୀ ଙ୍କ ମନରେ ଖୁସି ର ଲହରୀ ଖେଳିଯାଇଛି l (ରାୟଗଡ ଗଜପତି/ସଞ୍ଜୀବ କୁମାର ପାଣି)