No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୧ ଡିସେମ୍ବର ଶୁକ୍ରବାର ) କଟକ :- ଓଡ଼ିଶାର ଶ୍ରୀଯୁକ୍ତ କୁନା ଦାଶଙ୍କୁ ଜାପାନର ବୈଦେଶିକ ମନ୍ତ୍ରଣାଳୟ ଦ୍ବାରା ଜାପାନର ସର୍ବୋଚ୍ଚ ପୁରସ୍କାର ପ୍ରଦାନ କରାଯାଇଛି । ଏହି ବିରଳ ପୁରସ୍କାରରେ ସମ୍ବର୍ଦ୍ଧିତ କରିଥିବାରୁ ଶ୍ରୀଯୁକ୍ତ ଦାଶ ଜାପାନର ନାଗରିକ ଏବଂ ଜାପାନ ସରକାରଙ୍କୁ ପ୍ରଶଂସା ଓ କୃତଜ୍ଞତା ଜ୍ଞାପନ କରିଛନ୍ତି । ଜାପାନ ସହ ଅନ୍ୟ ଦେଶ ମାନଙ୍କ ମଧ୍ୟରେ ବନ୍ଧୁତ୍ବ ଓ ସୁସମ୍ପର୍କ ସ୍ଥାପନର ପ୍ରଚାର ଓ ପ୍ରସାର କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଥିବା ବ୍ଯକ୍ତିଙ୍କୁ ଜାପାନ ସରକାରଙ୍କ ପକ୍ଷରୁ ଏହି ପ୍ରଶଂସା ଓ ପୁରସ୍କାର ପ୍ରଦାନ କରାଯାଇଥାଏ । ଜାପାନ – ଭାରତ ମଧ୍ୟରେ ଶିକ୍ଷା , ସଂସ୍କୃତି , କଳା , ବାଣିଜ୍ୟ ଏବଂ ବନ୍ଧୁତ୍ବକୁ ପ୍ରଚାର ପ୍ରସାର ଓ ପ୍ରୋତ୍ସାହିତ କରିବାରେ ଶ୍ରୀଯୁକ୍ତ ଦାଶ ଦୀର୍ଘ ୩୦ ବର୍ଷର ଅବଦାନ ପାଇଁ ଜାପାନ ସରକାର ତାଙ୍କୁ ଏହି ମର୍ଯ୍ୟାଦା ଜନକ ସମ୍ମାନରେ ସମ୍ମାନିତ କରିଛନ୍ତି ।
ଓଡ଼ିଶାରୁ ଏହି ସମ୍ମାନଜନକ ପୁରସ୍କାର ପାଇଁ ମନୋନୀତ ହୋଇଥିବା ସେ ଏକମାତ୍ର ବ୍ଯକ୍ତି ଯାହାକି ଭାରତ ଏବଂ ଓଡ଼ିଶା ପାଇଁ ଗର୍ବ ଓ ଗୌରବର ବିଷୟ । ୨୦୦୨ ମସିହା ଠାରୁ ଭାରତ ଜାପାନ ଫ୍ରେଣ୍ଡସିପ ସେଣ୍ଟର (ଜାପାନ)ର ସଭାପତି ତଥା ଜାପାନ କ୍ଯୋଟେର ଆନ୍ତର୍ଜାତିକ ପର୍ଯ୍ୟଟକ ରାଷ୍ଟ୍ରଦୂତ ଏବଂ ଚନ୍ଦ୍ରଶେଖର ଏକାଡେମୀର ସଭାପତି ଭାବେ ଶ୍ରୀଯୁକ୍ତ ଦାଶ ଶିକ୍ଷା , ସଂସ୍କୃତି , ପର୍ଯ୍ୟଟନ , ଖାଦ୍ଯ , ବାଣିଜ୍ୟ ଏବଂ ପ୍ରଦର୍ଶନ କଳା ସହ ଶ୍ରୀଯୁକ୍ତ ଦାଶ ଅନେକ ଗଣମାଧ୍ୟମରେ ଦୃଶ୍ୟ , ବକ୍ତୃତା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଦ୍ଵାରା ଜାପାନ ଏବଂ ଭାରତ ମଧ୍ୟରେ ପାରସ୍ପାରିକ ବୁଝାମଣା ପ୍ରୋତ୍ସାହନ ପାଇଁ ନିରନ୍ତର ଅବଦାନ ରଖିଛନ୍ତି । ଶ୍ରୀଯୁକ୍ତ ଦାଶ ପୁରୀ (ଓଡ଼ିଶା) ଠାରେ ଚନ୍ଦ୍ରଶେଖର ଏକାଡେମୀ ପ୍ରତିଷ୍ଠା କରିଛନ୍ତି ।
ଯାହାକି ରାଜ୍ୟର ଏକମାତ୍ର ବିଦ୍ୟାଳୟ ଯେଉଁଠାରେ ନର୍ସରୀ ଠାରୁ ଦ୍ବାଦଶ (+2) ପର୍ଯ୍ୟନ୍ତ CBSE ଶିକ୍ଷା ସହ ଜାପାନୀ ଏବଂ ସାଂସ୍କୃତିକ ଶିକ୍ଷା ପ୍ରଦାନ କରାଯାଉଛି । ୨୦୧୯ରେ ଏହି ବିଦ୍ୟାଳୟ ପରିସରରେ ଆଇ.ଟି ଏବଂ ଜାପାନୀଜ ଭାଷାର ତାଲିମ କେନ୍ଦ୍ର ଖୋଲିଛନ୍ତି । ଏହା ବ୍ଯତିତ ଶ୍ରୀଯୁକ୍ତ ଦାଶ ପଶ୍ଚିମ ଜାପାନର କାନସାଇ ଅଞ୍ଚଳର କ୍ଯୋଟୋ ଠାରେ ପ୍ରଥମ ଭାରତୀୟ ଭିତିକ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଏବଂ କ୍ଯୋଟୋ ସହରର ଆଡମିନିଷ୍ଟ୍ରେସନ ସାହାଯ୍ୟରେ ଚନ୍ଦ୍ରଶେଖର ଏକାଡେମୀ ପ୍ରତିଷ୍ଠା କରିଛନ୍ତି । ଏହା ବିଶେଷ କରି ଜାପାନରେ କାମକରୁଥିବା ଭାରତୀୟ ଏବଂ ଏହାର ଚତୁ୍ଃପାର୍ଶ୍ବରେ ଥିବା ଦେଶର ପିଲାଙ୍କ ପାଇଁ ଗଠନ କରିଛନ୍ତି । ତେଣୁ ଏହି ପୁରସ୍କାର ପାଇଁ ସେ ଜାପାନ ଏବଂ ଭାରତ ସରକାରଙ୍କୁ ତାଙ୍କର କୃତଜ୍ଞତା ଜଣାଇଛନ୍ତି । ଓଡ଼ିଶାର ସାଂସ୍କୃତିକ ଏବଂ ସାମାଜିକ ଅନୁଷ୍ଠାନ ନୀଳଶୈଳ ଏବଂ ବିଶ୍ବ ଓଡ଼ିଆ ସମ୍ମିଳନୀର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ବିଭୁ ପ୍ରସାଦ ନାୟକ ଶ୍ରୀଯୁକ୍ତ କୁନା ଦାଶଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି । (ରିପୋର୍ଟ ବିଭୁ ପ୍ରସାଦ ନାୟକ )
No Result
View All Result